• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଭୁବନେଶ୍ୱର ବିମାନବନ୍ଦରରେ କାର୍ଯ୍ୟକ୍ରମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାର ରୋଗୀଙ୍କୁ ମିଳିବ ଚିକିତ୍ସା ସୁବିଧା

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ୪ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଉପାନ୍ତ ଅଂଚଳର ଲୋକମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ୪ଟି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡିରେ ଏହି ସେବା ଯୋଗାଇ ଦିଆଯିବ । ଡାକ୍ତରୀ ଟିମ୍ ଏୟାର ଆମ୍ବୁଲାନ୍ସରେ ଯାଇ ଜଟିଳ ରୋଗରେ ଆକ୍ରାନ୍ତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ଯୋଗାଇବେ ।  ଏବଂ ଚିକିତ୍ସା କରିବା ସାରିବା ପରେ ସେମାନେ ଭୁବନେଶ୍ୱର ‌ଫେରିଆସିବେ । ଏବେ ଏହି ସେବା ଯୋଗାଇବା ପାଇଁ ଏସ୍‌ସିବିର କିଛି ଡାକ୍ତରଙ୍କୁ ନେଇ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ ହୋଇଛି । ପରେ ଏମ୍‌କେସିଜି, ବୁର୍ଲା ଏବଂ ବିଏସ୍‌କେୱାଇ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଘରୋଇ ଡାକ୍ତରଙ୍କୁ ବି ଏହି ଦଳରେ ସାମିଲ୍‌ କରିବା ପାଇଁ ଯୋଜନା କରାଯାଉଛି । 

ଭୁବନେଶ୍ୱର ବିମାନବନ୍ଦରରୁ ଆଜିଠାରୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି । ଗରିବ ଜନସାଧାରଣଙ୍କ ସୁବିଧା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏହି ସେବା ଆରମ୍ଭ ହେବ । ଭୁବନେଶ୍ୱର ବିମାନବନ୍ଦରରୁ ଏହି ସେବା ଆରମ୍ଭ କରାଯିବ ବୋଲି ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଏଲେ । ସୋମବାର ପୂର୍ବାହ୍ନ ୧୦ରୁ ୧୧ଟା ଭିତରେ ଏହି ସେବାର ଶୁଭାରମ୍ଭ ହେବ। ଏହା ଦ୍ୱାରା ବହୁ ଗରିବ ଲୋକେ ଚିକିତ୍ସିତ ହୋଇପାରିବେ ଏବଂ ଏହାର ସୁବିଧା ପାଇପାରିବେ। ଏହା ରାଜ୍ୟ ସରକାରଙ୍କର ଏକ ଐତିହାସିକ ନିଷ୍ପତ୍ତି । ଏବେ ଚାରିଟି ଜିଲ୍ଲା ଯଥା ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡିରେ ଆରମ୍ଭ ହେବ। ।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଯାହା ସେୟାର୍ ଆମ୍ବୁଲାନ୍ସରେ ହୁଏ, ସେମିତି ଏୟାର ଆମ୍ବୁଲାନ୍ସ ପରିଚାଳିତ ହେବ । ଜିଲ୍ଲା ଗୁଡ଼ିକରୁ ଆବେଦନ ଆସିବା ପରେ ଏହାକୁ ଉଚିତ୍ ଭାବେ ମ୍ୟାନେଜ୍ କରାଯିବ । ଏହାଦ୍ୱାରା ବିଶେଷକରି ଗରିବ ଲୋକେ ବହୁତ ଉପକୃତ ହେବେ । ତେବେ ସବୁ କିଛି ଏୟାର ଆମ୍ବୁଲାନ୍ସ ନୀତି ନିୟମ ଅନୁଯାୟୀ ଏହା କାର୍ଯ୍ୟକାରୀ ହେବ ବେଲି ସେ କହିଛନ୍ତି ।