Advertisment

ଫ୍ୟାନ୍‌ରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ଯୁବ ବିଜେଡି ନେତା

ସୁନ୍ଦରଗଡ଼ ଟାଉନ ଯୁବ ବିଜେଡି ସଭାପତି ଧୀରଜ ପ୍ରସାଦ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sundargarh BJD Youth Leader Suicide Case

BJD Youth Leader Commits Suicide

ବିଜେଡି ନେତାଙ୍କ ଆତ୍ମହତ୍ୟା। ସୁନ୍ଦରଗଡ଼ ଟାଉନ ଯୁବ ବିଜେଡି ସଭାପତି ଧୀରଜ ପ୍ରସାଦ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Advertisment

ସୂଚନା ଅନୁସାରେ, ଆଜି ସକାଳେ ଟାଉନ ଥାନା ରାଜବାଟି ନିକଟ ଘରୁ ଧୀରଜଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଫ୍ୟାନ୍‌ରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ସୁନ୍ଦରଗଡ଼ ମେଡିକାଲ୍‌କୁ ପଠାଇଛି।

Advertisment

କେଉଁ କାରଣ ପାଇଁ ଧୀରଜ ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନଥିବାବେଳେ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାଥାଉ କି, ଗତକାଲି ଧୀରଜ ସାଙ୍ଗମାନଙ୍କ ସହ ଖୁସିରେ ସମୟ ଅତିବାହିତ କରିଥିଲେ। ସେହି ସମୟରେ ସେ କୌଣସି ମାନସିକ ଚିନ୍ତାରେ ଥିବା ଜଣାପଡ଼ୁନଥିଲା।

ହେଲେ ହଠାତ୍‌ ବିଳମ୍ବିତ ରାତି ୧୨ଟା ୫୨ରେ ହ୍ୱାଟ୍ସଆପ୍‌ରେ ସମସ୍ତଙ୍କଠୁ ବିଦାୟ ନେବା ଭଳି ଷ୍ଟାଟସ୍‌ ଧୀରଜ ଦେଇଥିଲେ। ଆଉ ଆଜି ସକାଳେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସମସ୍ତଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା। ତେଣୁ ଅଚାନକ ତାଙ୍କର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

BJD BJD Youth Leader
Advertisment
Advertisment