• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୋଟିଏ ଖୁଆଡ଼ ଭିତରେ ଭିନ୍ନ ଭିନ୍ନ ଜାତିର ହିଂସ୍ର ଜନ୍ତୁ । ହେଲେ ସେମାନଙ୍କ ଭିତରେ ଝଗଡ଼ା ନାହିଁ କେହି କାହାରିକୁ ଆକ୍ରମଣ କରିବାର ନଜିର ବି ନାହିଁ । ବରଂ ଭିନ୍ନ ଭିନ୍ନ ଜାତିର ଜୀବ ହୋଇ ବି ଗୋଟିଏ ମା’ପେଟର ଛୁଆଙ୍କ ଭଳି ପରସ୍ପର ମଧ୍ୟରେ ଖେଳକୁଦରେ ମାତିଛନ୍ତି ସିଂହ, ଭାଲୁ ଓ ଗଧିଆ ସାବକ ।

ଜାତି ଅଲଗା, ଖୁଆଡ଼ ଗୋଟିଏ । ସମସ୍ତେ ହିଂସ୍ର, ହେଲେ ପରସ୍ପର ମଧ୍ୟରେ ଶତ୍ରୁତା କି କେହି କାହାରିକୁ ଆକ୍ରମଣ କରିବାର ଉପକ୍ରମ ବି ନାହିଁ । ବରଂ ଆକ୍ରମଣ କି ପ୍ରତିଆକ୍ରମଣ ବଦଳରେ ସମସ୍ତେ ଖେଳକୁଦରେ ବ୍ୟସ୍ତ। ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଭିତରୁ ଆସିଛି ଏଭଳି ରୋଚକ ଦୃଶ୍ୟ । ଏଠାକାର ଏକ ସ୍ୱତନ୍ତ୍ର ଖୁଆଡ଼ରେ ଖେଳକୁଦରେ ମାତିଛନ୍ତି ଦୁଇଟି ସିଂହ, ଗୋଟିଏ ଭାଲୁ ଓ ଦୁଇଟି ଗଧିଆ ଛୁଆ । ଏମାନେ ସମସ୍ତେ ପ୍ରକୃତିରେ ହିଂସ୍ର । ସାଧାରଣତଃ ଏମାନଙ୍କୁ ଗୋଟିଏ ସ୍ଥାନରେ କେବେ ଏକାଠି ଦେଖିବାର ଅବକାଶ ନଥାଏ।

ଅଧିକ ପଢ଼ନ୍ତୁ: ଜଙ୍ଗଲର ଦୁଇ ହିଂସ୍ର ଜନ୍ତୁ ବାଘ-ସିଂହ; କ’ଣ ରହିଛି ଫରକ, କିଏ ଶକ୍ତିଶାଳୀ ?

କିନ୍ତୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଏହି ତିନି ଜାତିର ଜୀବଙ୍କୁ ଗୋଟିଏ ସମାନ ଖୁଆଡ଼ରେ ପରୀକ୍ଷାମୂଳକ ଭାବେ ରଖି ସେମାନଙ୍କ ଗତିବିଧି ଲକ୍ଷ୍ୟ କରିଥିଲେ । ହେଲେ ଏମାନେ ନିଜ ନିଜ ଭିତରେ କଳିଝଗଡ଼ା କି ଆକ୍ରମଣ ପ୍ରତିଆକ୍ରମଣ ବଦଳରେ ଗୋଟିଏ ମାଆର ଛୁଆ ଭଳି ପରସ୍ପର ମଧ୍ୟରେ ଖେଳକୁଦ କରିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ନନ୍ଦନକାନନରେ ଅନେକ ସମୟରେ କିଛି ଜୀବଜନ୍ତୁ ମା’ଛେଉଣ୍ଡ ହେଉଥିବା କିମ୍ବା ଜନ୍ମ କଲା ପରେ ନିଜ ସାବକକୁ ମାଆ ଗ୍ରହଣ ନକରିବାର ନଜିର ରହିଥାଏ । ସେଭଳି କ୍ଷେତ୍ରରେ ନନ୍ଦନକାନନର କର୍ତ୍ତୃପକ୍ଷ ସଦ୍ୟଜାତ ପଶୁ ଶାବକମାନଙ୍କର ଲାଳନପାଳନ ଦାୟିତ୍ୱ ନେଇଥାନ୍ତି । ପ୍ରାଣୀ ଉଦ୍ୟାନ ଭିତରେ ଏହି ପଶୁ ଶାବକମାନେ ସେହି ଧରଣର । ମା’ର ସ୍ନେହ ଓ ପ୍ରାକୃତିକ ସହାବସ୍ଥାନରୁ ବଂଚିତ ଏହି ପଶୁ ଶାବକମାନଙ୍କୁ ଏକାଠି କରି ଗୋଟିଏ ଖୁଆଡ଼ରେ ଛାଡ଼ିବା ପରେ ସମାନଙ୍କ ଭିତରେ ଏ ସ୍ନେହ ଓ ବନ୍ଧୁତାର ଆଚରଣ, ଖାଲି ଦର୍ଶକ ନୁହଁନ୍ତି, ବରଂ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ପାଇଁ ମଧ୍ୟ ଭିନ୍ନ ଅନୁଭୂତି ଆଣିଛି ।

(ରିପୋର୍ଟ- ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀ)

  • Reported by:
  • , N , n , / , ,