• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଓଭରଟେକ୍‌ କରି ଯିବା ହେଲା କାଳ । ସାମାନ୍ୟ ଅସାବଧାନତା ପାଇଁ ଚାଲିଗଲା ଜୀବନ । କୋରାପୁଟ ଭବାନୀ ନଗର ନିକଟରେ ଟ୍ରକ ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଟ୍ରକ ଛାଡି ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି ।

ମୃତକ ହେଲେ ସେମିଲିଗୁଡା ଗାନ୍ଧୀ ନଗରର ଦୀପକ ଜେନା ଓ ଗୁରୁତର ହେଲେ ସଞ୍ଜୟ ରାଉତ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଆନ୍ଧ୍ର ନମ୍ବର ଥିବା ଟ୍ରକ ସେମିଲିଗୁଡାରୁ କୋରାପୁଟ ଆଡକୁ ଆସୁଥିଲା । ଏତିକି ବେଳେ ଦୁଇ ବାଇକ ଆରୋହୀ ସେମିଲିଗୁଡାରୁ କୋରାପୁଟ ଆଡକୁ ଯାଉଥିଲେ । ଭବାନୀ ନଗର ନିକଟରେ ଥିବା ହମ୍ପସ ପାଖରେ ଟ୍ରକକୁ ଓଭରଟେକ କରୁଥିବା ବେଳେ ହଠାତ୍‌ ଟ୍ରକ ଚକ ତଳେ ପଡି ଯାଇଥିଲେ ।

ଅଧିକ ପଢ଼ନ୍ତୁ: ମର୍ମନ୍ତୁଦ ଦୁର୍ଘଟଣା,ଟ୍ରେଲର ସହ ଜଳିଗଲେ ଡ୍ରାଇଭର

ଆଉ ଦୀପକ ଜେନାଙ୍କ ଉପରେ ଟ୍ରକ ଚଢି ଯାଇଥିଲା । ସେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଜିରୋ ଫାଟାଲିଟି ୱିକ୍ ପାଳନ ବେଳେ ବି ଥମୁନି ଦୁର୍ଘଟଣା । ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ସ୍ପେସାଲ୍ ଡ୍ରାଇଭରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ରୋକିବାକୁ ପୋଲିସ୍, ଶିକ୍ଷା, ସ୍ୱାସ୍ଥ୍ୟ, ପୂର୍ତ୍ତ, ନଗର ଉନ୍ନୟନ ବିଭାଗ ଓ NHAI ସହ ହାତ ମିଳାଇଛି ପରିବହନ ବିଭାଗ । ଲୋକଙ୍କୁ ସଚେତନ କରୁଥିଲେ ସୁଦ୍ଧା ଦୁର୍ଘଟଣାରେ କିନ୍ତୁ ବ୍ରେକ୍‌ ଲାଗୁନି ।