/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680691589.jpg)
sexual exploitation
ଯୌନ ପିପାସୁ ଶିକ୍ଷକଙ୍କୁ ୯୦ ବର୍ଷ ଜେଲ୍ । ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସତନ୍ତ୍ର ପୋକ୍ସୋ କୋର୍ଟ ଜଣେ ଅଭିଯୁକ୍ତକୁ ବିଭିନ୍ନ ଅପରାଧରେ ପ୍ରାୟ ନବେ ବର୍ଷର ସଜା ଶୁଣାଇଛନ୍ତି । ତେବେ ସମାନ ଅପରାଧରେ ସର୍ବାଧିକ ସଜା ୧୦ବର୍ଷ ହୋଇଥିବାରୁ ଅଭିଯୁକ୍ତ ଜଣକ ଏହି ୧୦ ବର୍ଷ ଜେଲ ଦଣ୍ଡ ଭୋଗିବା ସହ ୪୭ ହଜାର ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
Advertisment
ଜୋରିମାନା ଅନାଦେୟ ରହିଲେ ଆହୁରି ୬ ମାସର ଜେଲ ଦଣ୍ଡ ଭୋଗିବେ । ୨୦୧୫ ମସିହାରେ ଲେଫ୍ରିପଡା ଥାନା ରାଇଡିହି ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଦେବାନନ୍ଦ ପଟେଲ ବିଦ୍ୟାଳୟର ଛାତ୍ରୀଙ୍କ ସହ ଅସଦାଚରଣ ଏବଂ ଯୌନ ନିର୍ଯାତନା ମାମଲାରେ ଏହି ସଜା ଶୁଣାଇଛନ୍ତି କୋର୍ଟ ।
ଏହା ସହିତ ପୀଡ଼ିତା ୧୧ ଜଣ ଛାତ୍ରୀଙ୍କୁ ୨୮ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)