• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଅତାବିରା NAC ନିର୍ବାଚନରେ ବିଜେଡିର ବାଜିମାତ

ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବାଜି ମାରିଲା ବିଜେଡି । ଅଧ୍ୟକ୍ଷ ପଦ ସହ ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ବନମାଳି ବରିହା ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ସବିତା ଭୁଏଙ୍କ ଠାରୁ ୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଗତ ୩ ତାରିଖରେ ଏଠାରେ ଭୋଟ ଗ୍ରହଣ ହୋଇଥିଲା । ଆଜି ଭୋଟ ଗଣତି ପରେ ବିଜେଡି ହାତକୁ ଯାଇଛି ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ।

ସେପଟେ ଢେଙ୍କାନାଳ ହିନ୍ଦୋଳ NACରେ ବି ଚାଲିଛି ଭୋଟ୍ ଗଣତି । ହିନ୍ଦୋଳ ଏନ୍ଏସିର ୧୬ଟି ୱାର୍ଡ ପାଇଁ ନିର୍ବାଚନ ହୋଇଛି । ଏହା ବ୍ୟତୀତ ଅଧ୍ୟକ୍ଷ ପଦ ପାଇଁ ବିଜେପି ଓ ବିଜେଡି ଭିତରେ କଡ଼ା ଟକ୍କର ଚାଲିଛିା ଭୋଟ ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ସମସ୍ତ ପ୍ରକ୍ରିୟା ।

  • Reported by:
  • BIBARTAN PANDA , RAJASHREE SATAPATHY