• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 05 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ଓଡ଼ିଶାର ତିନି ବିଶିଷ୍ଟ ବ୍ୟକ୍ତି ବିଶେଷ ଅନ୍ତର୍ଯ୍ୟାମୀ-ପଟାୟତ-କ୍ରୀଷ୍ଣାଙ୍କୁ ପଦ୍ମ ପୁରସ୍କାର

ରଙ୍ଗବତୀ ଗୀତର ମୂଳ ଗାୟିକା କ୍ରିଷ୍ଣା ପଟେଲଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । More
  • Manoranjan Behera
  • 2 years ago

ମାଟ୍ରିକ୍‌ରେ ଗଣିତକୁ ଡରୁଛନ୍ତି କି ପିଲା? ଆସିନାହାନ୍ତି ୧୬ ହଜାର ୬୭୯ ଛାତ୍ରଛାତ୍ରୀ

ଆସିଲା ମାଟ୍ରିକ୍ ଡ୍ରପ୍ ଆଉଟ୍ ର ଆଉ ଏକ ସାଂଘାତିକ ତଥ୍ୟ । ପ୍ରତି ବିଷୟରେ ଅନୁପସ୍ଥିତ ପିଲାଙ୍କ ସଂଖ୍ୟାରେ ରହିନି ତାଳମେଳ। ଅର୍ଥାତ ଯିଏ ସାହିତ୍ୟ ପରୀକ୍ଷା ଦେଇଛି ସିଏ ଗଣିତ କି ଇଂରାଜୀ ଭଳି କଠିନ ବିଷୟରେ ପରୀକ୍ଷା ଦେଇନି । More
  • Manoranjan Behera
  • 2 years ago

ବାପ୍‌ରେ ବାପ୍‌ ଏମିତି ହେଉଛି ସରକାରୀ କାମ; ହାତ ମାରିଦେଲେ ଉଠିଯାଉଛି ପିଚୁ

ନିର୍ମାଣକୁ ସପ୍ତାହେ ପୁରିନି । କିନ୍ତୁ ହାତ ମାରିଦେଲେ ଉଠିଯାଉଛି ପରସ୍ତ ପରସ୍ତ ପିଚୁ। More
  • Manoranjan Behera
  • 2 years ago

ପେଟରେ ବଢ଼ୁଥିଲା ଟ୍ୟୁମର, ଡାକ୍ତର ଦେଉଥିଲେ ଆଇରନ୍‌ ବଟିକା

ଡାକ୍ତର ଯଦି ଠିକରେ ରୋଗ ଚିହ୍ନି ନପାରିବେ ଓ ଭୁଲ୍ ଔଷଧ ଦେବେ ତାହେଲେ କହିବା କାହାକୁ । ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଦିବ୍ୟାଙ୍ଗ ମହିଳା । କ’ଣ କରିବେ କୁଆଡ଼େ ନେବେ, ପରିବାର ଲୋକେ ବାଉଳା ହେଉଛନ୍ତି । More
  • Manoranjan Behera
  • 2 years ago

ପ୍ରଥମେ ପ୍ୟାଣ୍ଟ, ପରେ ଧୋତି ଆଉ ଏବେ ମୂର୍ତ୍ତି ଗାଏବ

ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃ‌ଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପ୍ୟାଣ୍ଟ ସାର୍ଟ ପିନ୍ଧାଇ ନାକେଦମ ହୋଇ ସାରିଥିବା ଅନୁଗୋଳ ପୌର ପ୍ରଶାସନ ଶେଷରେ ଆଜି ତାଙ୍କ ପ୍ରତିମୂର୍ତ୍ତିକୁ ଉଠାଇ ନେଇଛି । More
  • Prangyan Parimita
  • 2 years ago

ନିର୍ବାଚନ ପୂର୍ବରୁ ତେଜିଲା ରେଡ୍ ପଲିଟିକ୍ସ : ଆଇଟି ରେଡ୍ ବନାମ୍ ଷ୍ଟେଟ୍ ଜିଏସଟି ରେଡ୍

ମୁହାଁମୁହିଁ ବିଜେଡି-ବିଜେପି । ନିର୍ବାଚନ ଋତୁ ଆସିଲେ ଏମିତି ଚାଲେ କହିଲା ବିଜେଡି । ବିଜେପିର ଜବାବ ରୁଟିନ ୱାର୍କ । More
  • Prangyan Parimita
  • 2 years ago

ଓଭରଟେକ୍‌ ହେଲା କାଳ : ଟ୍ରକ ଚକା ତଳେ ପଶି ଯୁବକ ମୃତ

ଓଭର୍‌ଟେକ୍‌ କରି ଯିବା ସମୟରେ ଚାଲିଗଲା ଜୀବନ । More
  • Manoranjan Behera
  • 2 years ago

ପ୍ରେମର ନୂଆ ତରିକା, ଡାଇଗ୍ରାମରେ ଆରମ୍ଭ..

ଆପଣ ବି ପ୍ରେମ କରିଥିବେ ଆଉ ପ୍ରେମିକାକୁ ପ୍ରେମଭରା ଚିଠିଟିଏ ଲେଖିଥିବେ । କିନ୍ତୁ ଏମିତି ଚିଠିଟିଏ ଆଗରୁ କେବେ ଦେଖିନଥିବେ । More
  • Manoranjan Behera
  • 2 years ago

ଦେଶରେ କରୋନାର ଲମ୍ବା ଡିଆଁ; ଆଜି ୪ ହଜାର ପାର ସଂକ୍ରମଣ

ଦୈନିକ କରୋନା ସଂକ୍ରମଣ ୪ ହଜାର ଟପିଲା । ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪,୪୩୫ ଜଣ । ରାଜ୍ୟରେ ୫୦ ଟ୍ରେଣ୍ଡକୁ ଟପିଲା କରୋନା ସଂକ୍ରମଣ । More
  • Manoranjan Behera
  • 2 years ago

ଏପ୍ରିଲ ୧୦ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା

ଏପ୍ରିଲ ୧୦ରୁ ୨୨ ପ୍ରଥମ ପର୍ଯ୍ୟାୟ, ୨୩ରୁ ମେ' ୭ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ହେବ । More
  • Rajalaxmi Sahoo
  • 2 years ago

୧୧୦୦ କି.ମି. ଚାଲି ଚାଲି ବେଙ୍ଗାଲୁରୁରୁ ଓଡ଼ିଶା ପହଞ୍ଚିଲେ ପ୍ରବାସୀ ଶ୍ରମିକ, ନା ପାଖରେ ଥିଲା ଟଙ୍କା ନା ଖାଇବା ପାଇଁ କିଛି...

ଶେଷରେ ଉପାୟଶୂନ୍ୟ ହୋଇ ଓ ନିର୍ଯାତନା ସହିନପାରି ଗତ ରବିବାର ଦିନ ୩ ଶ୍ରମିକ କମ୍ପାନୀରୁ ଲୁଚିକି ବାହାରି ଚାଲି ଚାଲି ଗାଁ ଅଭିମୁଖେ ବାହାରି ଥିଲେ। ପାଖରେ କିଛି ଟଙ୍କା ନଥିବା ଯୋଗୁ କିଛି ନ ଖାଇ ନ ପିଇ ୩ ଶ୍ରମିକ ୮ ଦିନରେ ୧୧୦୦ କି.ମି. ଚାଲି ଚାଲି ଗାଁରେ ପହଞ୍ଚିଥିଲେ ବୋଲି ସୂଚନା ମିଳିଛି। More
  • Rajalaxmi Sahoo
  • 2 years ago

 ଫ୍ୟାନ୍‌ରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ଯୁବ ବିଜେଡି ନେତା

ସୁନ୍ଦରଗଡ଼ ଟାଉନ ଯୁବ ବିଜେଡି ସଭାପତି ଧୀରଜ ପ୍ରସାଦ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ। More
  • Pallipuspa Samal
  • 2 years ago

ମର୍ମନ୍ତୁଦ ଦୁର୍ଘଟଣା,ଟ୍ରେଲର ସହ ଜଳିଗଲେ ଡ୍ରାଇଭର

ଯାଜପୁର ଧର୍ମଶାଳା ଥାନା ଭାଲୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଗାଡ଼ି ସହ ଡ୍ରାଇଭର ଜୀବନ୍ତ ଦଗ୍ଧ । ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ପିଟିବା ପରେ ଜଳିଗଲା ଟ୍ରେଲର । ଗୁରୁତର ହେଲପର ବି ଆଖିବୁଜିଲେ... More
  • Rajalaxmi Sahoo
  • 2 years ago

ଅଫିସରୁ ଘରକୁ ଫେରୁଥିଲେ ମହିଳା ଫାଇନାନ୍ସ କର୍ମଚାରୀ, ଗାଡ଼ି ଅଟକାଇ ହାଣି ପକାଇଲେ..

ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଜଣେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଥମେ ଛୁରୀ ଓ କାଠ ଫାଳିଆରେ ଯୁବକ ଦ୍ୱୟ  ମହିଳାଙ୍କୁ ଆକ୍ରମଣ କରିଥିଲେ। More
  • Manoranjan Behera
  • 2 years ago

ମଣିଷ ହେଉ ବା ପଶୁ; ପିଲାଏଁ ଜାଣନ୍ତନି ସମ୍ପର୍କର ଭେଦଭାବ

ଜାତି ଅଲଗା, ଖୁଆଡ଼ ଗୋଟିଏ । ସମସ୍ତେ ହିଂସ୍ର, ହେଲେ ପରସ୍ପର ମଧ୍ୟରେ ଶତ୍ରୁତା କି କେହି କାହାରିକୁ ଆକ୍ରମଣ କରିବାର ଉପକ୍ରମ ବି ନାହିଁ । ବରଂ ଆକ୍ରମଣ କି ପ୍ରତିଆକ୍ରମଣ ବଦଳରେ ସମସ୍ତେ ଖେଳକୁଦରେ ବ୍ୟସ୍ତ। More
  • Satyendu Shekher Mishra
  • 2 years ago

ରାଜ୍ୟବ୍ୟାପୀ ମାରାଥନ୍‌ IT ରେଡ୍, ପ୍ରାୟ ବ୍ୟବସାୟୀଙ୍କ ସହ ବିଜେଡି ନେତାଙ୍କ ଲିଙ୍କ !

ଉଦ୍ଦେଶ୍ୟମୂଳକ ଭାବେ ରେଡ୍ କରାଯାଇଛି କହିଲା ବିଜେଡି । ଟିକସ ଫାଙ୍କିଥିବା ବ୍ୟବସାୟୀଙ୍କ ଘରେ ରେଡ୍ ହେଉଛି କହିଲା ବିଜେପି । More
  • Satyendu Shekher Mishra
  • 2 years ago

ଅଗ୍ନିରୂପା ହିଙ୍ଗୁଳାଙ୍କ ଚଇତିପର୍ବ, ଅଗ୍ନି ରୂପରେ ଦର୍ଶନ ଦେଉଛନ୍ତି ମା'

ବୁଢ଼ୀ ଠାକୁରାଣୀ ଯାତ୍ରାକୁ ନେଇ ଚଳଚଞ୍ଚଳ ବ୍ରହ୍ମପୁର । ମଧ୍ୟରାତ୍ରିରେ ଦେଶୀ ବେହେରା ସାହିରେ ବିରାଜିବ ପାଟ ଘଟ । ଚନ୍ଦନେଶ୍ୱରଙ୍କ ଚଡକ ପର୍ବରେ ଭକ୍ତଙ୍କ ଭିଡ । More
  • Manoranjan Behera
  • 2 years ago

ନକଲି ସାର୍ଟିଫିକେଟ୍‌ ଦେଇ ଚାକିରି କରୁଛନ୍ତି, କ୍ୟାମେରା ଆଗରେ ଚିହିଁକି ଉଠୁଛନ୍ତି

ରାଜ୍ୟର କୋଣ ଅନୁକୋଣକୁ ଲମ୍ବିଛି ଜାଲ୍ ସାର୍ଟିଫିକେଟ ଜାଲ । ବଲାଙ୍ଗୀରରେ ପୁଳା ପୁଳା ନକଲି ଶିକ୍ଷକ ଅଭିଯୋଗ । ରାଜ୍ୟ ବାହାର ପ୍ରମାଣପତ୍ର ଦେଇ ଚାକିରି କରୁଛନ୍ତି ୩୭୮ ଶିକ୍ଷକ । ନୀଳଗିରିରେ ବି ଜାଲ୍ ସାର୍ଟିଫିକେଟ୍ କେଳେଙ୍କାରୀ । ନକଲି କଥା ପଚାରିବାରୁ ଚିହିଁକିଲେ ଶିକ୍ଷୟିତ୍ରୀ । More
  • Satyendu Shekher Mishra
  • 2 years ago

‘ଟଙ୍କା ପାଇଁ ସମର୍ଥ ଅଗ୍ରୱାଲଙ୍କୁ ଅପହରଣ, ପରେ ଧରାପଡ଼ିବା ଭୟରେ ହତ୍ୟା’

ଧରାପଡ଼ିବା ଭୟ ଓ ସମର୍ଥକୁ ସମ୍ଭାଳିବା କଷ୍ଟ ହେବାରୁ ହତ୍ୟା । ଶବ ପୋଡ଼ି ଚମ୍ପଟ ମାରିଥିଲେ ଅଭିଯୁକ୍ତ ବୋଲି କହିଲେ ଏସପି । More