Advertisment

୧୧୦୦ କି.ମି. ଚାଲି ଚାଲି ବେଙ୍ଗାଲୁରୁରୁ ଓଡ଼ିଶା ପହଞ୍ଚିଲେ, ନା ପାଖରେ ଥିଲା ଟଙ୍କା ନା ଖାଦ୍ୟ...

ଶେଷରେ ଉପାୟଶୂନ୍ୟ ହୋଇ ଓ ନିର୍ଯାତନା ସହିନପାରି ଗତ ରବିବାର ଦିନ ୩ ଶ୍ରମିକ କମ୍ପାନୀରୁ ଲୁଚିକି ବାହାରି ଚାଲି ଚାଲି ଗାଁ ଅଭିମୁଖେ ବାହାରି ଥିଲେ। ପାଖରେ କିଛି ଟଙ୍କା ନଥିବା ଯୋଗୁ କିଛି ନ ଖାଇ ନ ପିଇ ୩ ଶ୍ରମିକ ୮ ଦିନରେ ୧୧୦୦ କି.ମି. ଚାଲି ଚାଲି ଗାଁରେ ପହଞ୍ଚିଥିଲେ ବୋଲି ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Migrant Workers Walk 1100 KM to Home From Bengaluru

3 Odisha migrant workers walk 1100 km to reach home from Bengaluru

ଲୋକଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ରାଜ୍ୟ ସରକାର କରିଥିବା ଦାବି କରୁଥିଲେ ମଧ୍ୟ ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କ ଦୁଃଖର ଅନ୍ତ ଘଟୁ ନାହିଁ। ଏବେବି କାମ ପାଇଁ ଶ୍ରମିକମାନେ ବାହାର ରାଜ୍ୟକୁ ଯାଉଛନ୍ତି। ଏଥିରୁ ଜଣାପଡ଼ୁଛି, ରାଜ୍ୟ ସରକାରଙ୍କ କଳ୍ୟାଣକାରୀ ଯୋଜନା ସତେ ଯେମିତି କେବଳ କାଗଜ କଲମରେ ହିଁ ସୀମିତ ରହି ଯାଇଛି। କଳାହାଣ୍ଡି ଜିଲ୍ଲା ରୁ ପ୍ରବାସୀ ଶ୍ରମିକଙ୍କ ଏଭଳି ଏକ ଦୁଃଖ କାହାଣୀ ସାମ୍ନାକୁ ଆସିଛି। 

Advertisment

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ୍‌ ଅନ୍ତର୍ଗତ ଟିଙ୍ଗପାଟଣା ଗାଁର ୩ ଜଣ ଶ୍ରମିକ କାମ ପାଇଁ ବେଙ୍ଗାଲୁରୁ ଯାଇଥିଲେ। ଗତ ୨ ମାସ ପୂର୍ବେ ବାଲୁଗାଁର ଜଣେ ଠିକାଦାରଙ୍କ ସହାୟତାରେ କୁଲି କାମ କରିବାକୁ ଏମାନେ ବେଙ୍ଗାଲୁରୁ ଯାଇଥିଲେ। ହେଲେ ସେଠାରେ ଶ୍ରମିକଙ୍କୁ ବିନା ଦରମାରେ କାମ କରିବା ପାଇଁ ବାଧ୍ୟ କରାଯାଉଥିବା ବେଳେ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ ହୋଇଛି। ଏପରିକି ସେମାନଙ୍କୁ ଖାଇବାକୁ ମଧ୍ୟ ଦିଆଯାଉ ନଥିଲା।

ଶେଷରେ ଉପାୟଶୂନ୍ୟ ହୋଇ ଓ ନିର୍ଯାତନା ସହିନପାରି ଗତ ରବିବାର ଦିନ ୩ ଶ୍ରମିକ କମ୍ପାନୀରୁ ଲୁଚିକି ବାହାରି ଚାଲି ଚାଲି ଗାଁ ଅଭିମୁଖେ ବାହାରି ଥିଲେ। ପାଖରେ କିଛି ଟଙ୍କା ନଥିବା ଯୋଗୁ କିଛି ନ ଖାଇ ନ ପିଇ ୩ ଶ୍ରମିକ ୮ ଦିନରେ ୧୧୦୦ କି.ମି. ଚାଲି ଚାଲି ଗାଁରେ ପହଞ୍ଚିଥିଲେ ବୋଲି ସୂଚନା ମିଳିଛି। ତେବେ ପଟ୍ଟାଙ୍ଗିରେ ପହଞ୍ଚିବା ପରେ ସେଠାରେ କିଛି ସହୃଦୟ ବ୍ୟକ୍ତି ଓ ଡ୍ରାଇଭର ସଂଘ ପକ୍ଷରୁ ସେମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଇଥିଲା। ଏହାସହ ସେମାନଙ୍କୁ ଅର୍ଥ ସହାୟତା କରାଯିବା ସହ କିପରି ଗାଁରେ ପହଞ୍ଚିବେ ଏହାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

Advertisment

ପ୍ରବାସୀ ଶ୍ରମିକଙ୍କ କହିବା ଅନୁସାରେ, ମନରେଗା ଅଧୀନରେ ସେମାନଙ୍କୁ କୌଣସି କାମ ନମିଳିବା ଯୋଗୁ ସେମାନେ ବେଙ୍ଗାଲୁରୁ ଯାଇ ଦିନ ମଜୁରିଆ ଭାବେ କାମ କରିବା ପାଇଁ ବାଧ୍ୟ ହୋଇଥିଲେ।

Migrant Workers Migrants
Advertisment
Advertisment