• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦେଶରେ କରୋନା ର ଲମ୍ବା ଡିଆଁ । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୪ ହଜାର ନୂଆ କରୋନା କେସ୍ । ଯାହା ଗତ ୬ମାସରେ ସବୁଠୁ ଅଧିକ । ଦିନକରେ ୪ ହଜାର ୪୩୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ଆକଟିଭ କେସ୍ ସଂଖ୍ୟା ଦେଶରେ ୨୩ ହଜାର ୯୧ରେ ପହଞ୍ଚିଛି ।

ସେହିପରି ରାଜ୍ୟରେ ବି ଦୈନିକ ପଜିଟିଭ ସଂଖ୍ୟା ୫୦ ଟ୍ରେଣ୍ଡ ଥିବା ବେଳେ ଆଜି ଏହା ୬୮କୁ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ୫୩ ଓ ଏହାପୂର୍ବରୁ ସଂଖ୍ୟା ୫୦ ଭିତରେ ଥିଲା । ଏବେ ଓଡ଼ିଶାରେ ମୋଟ ସକ୍ରିୟ କେସ୍ ୨୯୨କୁ ବୃଦ୍ଧି ପାଇଛି । କିନ୍ତୁ ଏସବୁ ଭିତରେ ଆଶ୍ୱସ୍ତିର କଥା ହେଉଛି, ଏବେ ସୁସ୍ଥତା ହାର ୯୯% ରହିଛି ।