ଆଜି ଶ୍ରୀଜିଉଙ୍କ ସୁନାବେଶ । ପବିତ୍ର ଏକାଦଶୀ ତିଥିରେ ତିନି ରଥ ଉପରେ ଲକ୍ଷ
ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର। କେନ୍ଦ୍ରାପଡ଼ାରେ ପୁଣି ଜଣେ ବୃଦ୍ଧଙ୍କୁ ଟାଣି ନେଇଛି କୁମ୍ଭୀର। ୧୬ ଦିନ ମଧ୍ୟରେ କେନ୍ଦ୍ରାପଡ଼ାର ବ୍ରାହ୍ମଣୀ ନଦୀରେ ୩ ଜଣଙ୍କ ଜୀବନ ନେଲାଣି କୁମ୍ଭୀର।
ରାସ୍ତାରେ କାର୍ ସାଇଡ୍ମରାକୁ ନେଇ ତୁମୁଳକାଣ୍ଡ। ଝଗଡ଼ା ଏତେ ଜୋର ହୋଇଥିଲା ଯେ, ଗୁଳିମାଡ଼ ପର୍ଯ୍ୟନ୍ତ କଥା ଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଗୁଳିମାଡ଼ ହୋଇଛି।
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଘର ମଧ୍ୟରେ ଭଙ୍ଗାବାସନ, ଭଙ୍ଗା ଖଟ, କୁକୁର, କୁକୁଡା ବଡ ବଡ ବୃକ୍ଷ ଆଦି ରହିବା ଶୁଭ ନୁହେଁ। ଭଙ୍ଗା ବାସନ ବହୁଦିନ ଧରି ରହିଲେ, ଘରେ ଅକାରଣରେ ବା ସାମାନ୍ୟ କଥାକୁ ନେଇ କଳି ଝଗଡା ଲାଗିଥାଏ । ଭଙ୍ଗା ଖଟ ରହିଲେ ଅଚାନକ ଧନ ହାନି ହୋଇଥାଏ । ଘରେ ବାସ୍ତୁଦୋଷ ଥିଲେ ଆଉ କ’ଣ ସମସ୍ୟା ଆସେ ଆସନ୍ତୁ ଜାଣିବା।
ଆଜି ରଥାରୁଢ ଶ୍ରୀବିଗ୍ରହଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ। ମହଣ ମହଣ ସୁନାରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି। ଭିଡ ଓ ଠେଲାପେଲାକୁ ଖାତିର ନ କରି କାଳିଆ ଠାକୁରକୁ ଏହି ଅପୂର୍ବ ବେଶରେ ଦେଖି ନିଜକୁ ଧନ୍ୟ କରିବାକୁ ଚାହାନ୍ତି ପ୍ରତ୍ୟେକ ଭକ୍ତ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଦ୍ୱାରିକୁ ଲୋକମାନେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଅମିତର ଘର ଲୋକଙ୍କୁ ବିକାଶ ନିଜେ ଫୋନ କରି ସେ ମଦ୍ୟପାନ କରି ଦୁର୍ଘଟଣା ହୋଇଥିବା କଥା କହି ଡକାଇଥିଲା।
ବରଯାତ୍ରୀଙ୍କୁ ଖାଦ୍ୟ ପରସା ଯିବା ପାଇଁ ଡାଇନିଂ ହଲ୍ ରଖାଯାଇଥିଲା ପ୍ରସ୍ତୁତ। ଶୋଭାଯାତ୍ରା ଚାଲିଥିବାରୁ ଗାଡିରୁ ଓହ୍ଲାଇ କନ୍ୟାଘର ନିକଟ ୨୦ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ଷଠିଘର ସାହି ନିକଟରେ ରୁଣ୍ଡ ହୋଇଥିଲେ ବରଯାତ୍ରୀ ଏବଂ କନ୍ୟା ଘର ଲୋକେ।
କ’ଣ ଏ VLTD ଓ ପାନିକ୍ ବଟନ୍ ? ଏହା କିଭଳି କାମ କରିବ ? କ’ଣ ସବୁ ଫାଇଦା ମିଳିବ ? ଟ୍ରାକିଂ ଡିଭାଇସ୍ ବିଶେଷଜ୍ଞଙ୍କ ମତରେ, VLTD ହେଉଛି ଜିପିଆରଏସ୍ ଆଧାରିତ ଏକ ଡିଭାଇସ୍ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ରାଜ୍ୟର ସବୁ ଯାତ୍ରୀବାହୀ ଗାଡ଼ିର ଗତିବିଧି ଟ୍ରାକ୍ କରାଯାଇପାରିବ ।
ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଆଡ଼ମ୍ବରପୂର୍ଣ୍ଣ ପରିବେଶ ଭିତରେ ସଂପନ୍ନ ହୋଇଛି ଏକାମ୍ର ପ୍ରକଳ୍ପର ଭୂମିପୂଜନ କାର୍ଯ୍ୟକ୍ରମ । ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର, ମୁଖ୍ୟ ଶାସନ ସଚିବ, ଏସ୍ଆରସି ଓ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଗହଣରେ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଧା କାନ୍ଦୁଛି କହ୍ନେଇଁ ପାଇଁ । ବଡ଼ଦାଣ୍ଡରେ କାଳିଆ ପାଦରେ ପାଦ ଛନ୍ଦି ନାଚିଲା ବେଳକୁ ଆଖି ତାର ଓଦା, ମନ ଜଗା ପ୍ରେମରେ ବନ୍ଧା । ଏତେ ଭାବବିହ୍ୱଳ ହୋଇ ପଡୁଛି ଯେ, କହୁଛି ଏଥର ଯଦି କାଳିଆ ଡୋରି ଲାଗି ନ ଥାଆନ୍ତା, ଆଉ କେବେ ତା ଦୁଆର ମାଡିନଥାନ୍ତି । ତା ଆଶୀର୍ବାଦ ଅଛି ବୋଲି ଆଜି ତା ଦୁଆରେ ନାଚୁଛି ।
ନିୟମ ଅନୁସାରେ ଚିଠି ପାଇବା ପରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଅର୍ଡର ନେଇ ଫାଇଲ୍ ପ୍ରସ୍ତୁତ କରିବେ ଏବଂ ଏହାକୁ ସିଏମ୍ ଙ୍କ ପାଖକୁ ପଠାଇବେ। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଜେ ପାଣ୍ଡିଆନ୍ ଅଛନ୍ତି, ତେଣୁ ଫାଇଲ୍ ତାଙ୍କ ମାଧ୍ୟମରେ ହିଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବ। ଏଠି ପ୍ରଶ୍ନ ରାଜ୍ୟ ପ୍ରଶାସନର ଏହି ମୋଷ୍ଟ ପାୱାରଫୁଲ୍ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାତ ଯିବ ତ ?
ରୀତିନୀତି ପରେ ଶ୍ରୀନଅରରୁ ଆସି ଶରଧାବାଲିରେ ପହଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆରମ୍ଭ କରିଥିଲେ ଛେରାପହଁରା। ଏହାପରେ ପହଞ୍ଚିଯାଇଥିଲା ସେଇ ମହାର୍ଘ ମୁହୂର୍ତ୍ତ।
ରଥଟଣା ବେଳେ ଅଣନିଶ୍ୱାସୀ ହୋଇ ୮ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।
ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହ ସ୍ୱଗୃହକୁ ଆସୁଛନ୍ତି କାଳିଆ ସାଆନ୍ତ। ବଡଦାଣ୍ଡ ଭକ୍ତମୟ। ଚାରିଆଡେ ଆଧ୍ୟାତ୍ମିକ ପରିବେଶ। ତେବେ ଆସନ୍ତୁ ଏହି ଅସରରେ ଆଜି ପୃଥିବୀର ବୈକୁଣ୍ଠ ଶ୍ରୀମନ୍ଦିରକୁ ନେଇ ୧୦ଟି ଚମତ୍କାର ବିଷୟରେ ଜାଣିନେବା।
ଆଉ କେହି ଖସିପାରିବେନି । ସହର ସାରା ଲାଗିଲାଣି ସିସିଟିଭି... ଟିକିଏ ଏପଟ ସେପଟେ ହେବ ତ ସିଧା ଯାଇ ଥାନାରେ ପହଞ୍ଚିବ।
ଭୟଙ୍କର ତ୍ରୁଟି । ଦଶମ ପିଲାଙ୍କ ବହିରେ ମାଳମାଳ ଭୁଲ୍ ତଥ୍ୟ... ସେହି ଭୁଲକୁ ପଢି ପିଲାଏ ଶିଖିବେ କ’ଣ ?
କହି କହି କେହି ଶୁଣିଲେନି । ଏଣିକି ଯିଏ ଗାଁକୁ ଆସିବ ତାକୁ ଜୋତାମାଳ ସହିତ ଦିଆଯିବ ଝାଡୁ ପାହାର । କିଛି ଏମିତି କହୁଛନ୍ତି କେନ୍ଦ୍ରାପଡା ଆଳିର ମେଢ଼ପୁର ପଂଚାୟତର ୭ ନମ୍ବର ୱାର୍ଡ ଗାଁ ଲୋକେ ।
ଗୋଟିଏ ପଟେ ରାସନ୍ ଓ ଅନ୍ୟ ପଟେ କଞ୍ଚା ପରିବାର ମହଙ୍ଗା ଦରରେ ସନ୍ତୁଳି ହେଉଥିବା ଖାଉଟି ଟମାଟୋ ଭଳି ପରିବାର ହଠାତ୍ ଅହେତୁକ ଦରବୃଦ୍ଧିକୁ ସହଜରେ ହଜମ କରିପାରୁ ନାହାନ୍ତି।
ଦୁର୍ନୀତିର ଗନ୍ତାଘର ଫାଇଭ୍-ଟି। ପୁରୁଣା ଘରେ ରଙ୍ଗ ମାରି ବିଲ୍ ହେଉଛି କୋଟି କୋଟି । ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ । ବିଜେପି ଅଭିଯୋଗ କରିଛି, କେବଳ ଦୁର୍ନୀତି ଲାଗି ଖୋଲାଯାଇଛି ଏଇ ବିଭାଗ ।
ଆଉ କେତେ ଦିନ ? ଖଣ୍ଡେ ସେତୁ ଲାଗି ବାରମ୍ବାର ଗୁହାରି କରିବା ପରେ ବି କେହି ଶୁଣିଲେନି । କାମ ଥିଲେ ଜୀବନକୁ ବାଜିରେ ଲଗାଇ ପାର ହୁଅ ନାଳ । ଲୋକେ କହୁଛନ୍ତି, ପ୍ରତିବର୍ଷ ୪ ମାସ ଲାଗି ଆମେ ରହୁ ଲକଡାଉନରେ।
ସମସ୍ତ ନୀତିକାନ୍ତି ସଅଳ ଚାଲି ଥିବାବେଳେ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଶେଷ ହୋଇଛି।
ଇଏ କେମିତିକା ପ୍ରେମ ? ଭଲପାଇଲେ...ବାହା ହେଲେ....ଝିଅ ଜନ୍ମ ହେବା ପରେ ସ୍ତ୍ରୀକୁ ଛାଡିଦେଲେ । ଏବେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ପୁଷ୍ପଲତା । ସ୍ୱାମୀ ଫୋନ୍ କରୁନାହାନ୍ତି...ମାଆ କୋଳରେ ବଞ୍ଚିବାକୁ ଗେଂଜିଛନ୍ତି ମୁଣ୍ଡ ।
ଖବର ପାଇ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା ।