Advertisment

Vastu Tips: ନୂଆ ଭୂମି କ୍ରୟ ବା ଗୃହ ପ୍ରବେଶ କରୁଥିଲେ ଏହା ଶୁଭ ନା ଅଶୁଭ କିପରି ଜାଣିବେ

ଘର ନିର୍ମାଣ ପୂର୍ବରୁ କେତେକ ସଂକେତ ମିଳିଥାଏ ତାହାକୁ ବିଚାରକୁ ନେଇ ପ୍ରତିକାର କଲେ ବାସ୍ତୁଦୋଷ ତୃଟିରୁ ଆମେ ସୁରକ୍ଷା ପାଇପାରିବା। ଆସନ୍ତୁ ସେ ବିଷୟରେ ଜାଣିନେବା।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Tips For New Home

How to know whether it is good or bad when entering a new house

ବାସ୍ତୁଶାସ୍ତ୍ର ଏକ ପ୍ରାଚୀନ ଶାସ୍ତ୍ର ଯେଉଁ ଶାସ୍ତ୍ରର ଆଧାରରେ ଗୃହ ନିର୍ମାଣ କଲେ ଶୁଭ ଫଲ ମିଳିଥାଏ । ଏହି ଶାସ୍ତ୍ରରେ ଯେଉଁ ନିୟମମାନ ରହିଛି ତାହାକୁ ଅନୁକରଣ କଲେ ଆମ ଘରେ ଆଲୋକ, ବାୟୁ ଚଳା ଚଳ ଠିକ୍ ହୁଏ, ଫଳରେ ଘରେ ରହିବାକୁ ଶାନ୍ତି ଲାଗିଥାଏ ।

Advertisment

ଖାଲି, ବାୟୁ, ଆଲୋକ ଚଳାଚଳ ଦ୍ୱାରା ନୁହେଁ ସବୁଠାରୁ ମୁଖ୍ୟ କଥା ହେଉଛି ଶୁଭ ଶକ୍ତି ବା ପଜିଟିଭ୍ ଏନର୍ଜିର ସଠିକ୍ ସଞ୍ଚାଳନ ହେବାଦ୍ୱାରା ଗୃହବାସୀମାନେ ଅନେକ ଶୁଭ ଫଳ ପାଇଥାନ୍ତି । ଯେଉଁ ସ୍ଥାନରେ ଭୂମିଟିଏ କ୍ରୟ କରି ଘରଟିଏ ନିର୍ମାଣ କରିବା ଏହାକୁ ତ ବାସ୍ତୁଶାସ୍ତ୍ର ମତରେ କରିବା କିନ୍ତୁ ନିର୍ମାଣ ପୂର୍ବରୁ କେତେକ ସଂକେତ ମିଳିଥାଏ ତାହାକୁ ବିଚାରକୁ ନେଇ ପ୍ରତିକାର କଲେ ବାସ୍ତୁଦୋଷ ତୃଟିରୁ ଆମେ ସୁରକ୍ଷା ପାଇପାରିବା। ଆସନ୍ତୁ ସେ ବିଷୟରେ ଜାଣିନେବା।

ଶୁଭ ଶକୁନ:

  • ଭୂମିରେ ପ୍ରବେଶ ସମୟରେ ଶଙ୍ଖ ଶବ୍ଦ, ଜଳପୂର୍ଣ୍ଣ କଳସ, ବୀଣା ଶବ୍ଦ, ମୃଦଙ୍ଗବାଦ୍ୟ, ଆଦି ଶବ୍ଦ ଶୁଣିଲେ ବା ଦେଖିଲେ ଭୂମି ଶୁଭ ଅଛି ବୋଲି ସଂକେତ ମିଳିଲା ବୋଲି ଜାଣିବେ।
  • ସୁସ୍ୱାଦୁ ଓ ସୁଗନ୍ଧିତ ମାଟି, ପୁଷ୍ପ, ସୁନା, ରୂପା, ରତ୍ନ ଆଦି ପଦାର୍ଥ ଦେଖିଲେ ଶୁଭପ୍ରଦ ହୁଏ।
  • ଭୂମିରେ ଗୋମାତା ବାସ କରୁଥିଲେ। ଶୁଭ ବୃକ୍ଷମାନ ଦେଖିଲେ ଶୁଭ ଭୂମି ବୋଲି ଜାଣିବେ।
  • ଗୃହ ପ୍ରବେଶରେ ସୌଭାଗ୍ୟବତୀ ନାରୀ, ହାତୀ, ଘୋଡ଼ା ଆଦି ଦେଖାଗଲେ ସେହି ଗୃହରେ ଧନ ସୁଖ ମିଳିଥାଏ।
  • ଗୃହାରମ୍ଭ ଓ ପ୍ରବେଶ ସମୟରେ ଦୀପ, ପୁଷ୍ପ ମାଳ, ଅଳଙ୍କାର ବିଭୂଷଣ କନ୍ୟା, ବିମ୍ବା ବୃଷ୍ଟି ହେଲେ ଉତ୍ତମ ଫଳ ପ୍ରାପ୍ତି ହୁଏ।
Advertisment

ଅଧିକ ପଢ଼ନ୍ତୁ: ଭୂମିଟିଏ କିଣି ପାରୁ ନାହାନ୍ତି… ଆପଣାନ୍ତୁ ଏହି ଉପାୟ, ମିଳିବ ଶୁଭ ଫଳ

ଅଶୁଭ ଶକୁନ-

  • ଭୂମି ବା ଗୃହରେ ପ୍ରବେଶ ସମୟରେ ମତଭେଦ ଝଗଡ଼ା ଆଦି ହେଲେ, ଚର୍ମ, ହାଡ଼, ସର୍ପ, କୋଇଲା ଆଦି ଦେଖିଲେ ଅଶୁଭ ଭୂମି ବୋଲି ଜାଣିବେ।
  • ଛିଣ୍ଡା ଲୁଗା, ଅଳିଆ ଆବର୍ଜନା, ବର୍ଷା, ରୋଗୀ ଦେଖିଲେ ଅଶୁଭ ସଂକେତ ମିଳିଲା ବୋଲି ଜାଣିବେ।
  • ଭୂମି ବା ଗୃହ ପ୍ରବେଶ ସମୟରେ ପଶୁପକ୍ଷୀଙ୍କ କଳି, ମନୁଷ୍ୟଙ୍କ କଳି ଦେଖିଲେ ବା ଶୁଣିଲେ ଏହା ଅଶୁଭ ସଙ୍କେତ।
  • ଭୂମିରେ ପ୍ରବେଶ ସମୟରେ କୌଣସି ଜଳି ଯାଇଥିବା ସ୍ଥାନ ଦେଖିଲେ ଜାଣିବେ ଯେ ଏହା ଅଶୁଭ ସଙ୍କେତ।

ଏଣୁ ଭୂମି ପ୍ରବେଶ ବା ଗୃହ ପ୍ରବେଶ ସମୟରେ ଏହି ଶୁଭ ଅଶୁଭ ସଂକେତକୁ ମନେରଖି ଅନୁଧ୍ୟାନ କରିବା ଦରକାର କି କ’ଣ ସଂକେତ ମିଳୁଛି। ଯଦି ଶୁଭ ସଂକେତ ମିଳୁଛି ଭଲ , ଯଦି ଅଶୁଭ ସଂକେତ ମିଳୁଥାଏ ତେବେ ଭୂମିରେ ବାସ୍ତୁଦୋଷ ଅଛି ବୋଲି ଜାଣିବେ ଏବଂ ଏହାର ପ୍ରତିକାର ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ କରାଇଲେ ଅଶୁଭ ଫଳ ନଷ୍ଟ ହୋଇ ଶୁଭ ଫଳ ମିଳିଥାଏ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଅଧିକ ପଢ଼ନ୍ତୁ: Vastu Tips: ଦୋକାନ ପାଇଁ ଘର ଠିକ କରିବା ପୂର୍ବରୁ କ’ଣ କରିବେ ଜାଣନ୍ତୁ

Vastu Tips For Home Vastu Bichar Vastu Tips
Advertisment
Advertisment