Advertisment

ପୁଣି ପ୍ରେମିକ ଦୁଆରେ ଦୀପିକାଙ୍କ ଧାରଣା: ପ୍ରେମିକଙ୍କ ସଂପର୍କିୟ ମୁହଁକୁ ଲଙ୍କାଗୁଣ୍ଡ ଫିଙ୍ଗିଥିବା ଅଭିଯୋଗ

ନଛୋଡ଼ବନ୍ଧା ଦୀପିକା, ଆଜିଠୁ ପୁଣି ଧାରଣା ଦେଇଛନ୍ତି ବ୍ରହ୍ମପୁର ବଡ଼ବଜାର ଥାନା ଦେଶୀବେହେରା ସାହିର କେ.ଦିନେଶଙ୍କ ଘର ଦାଣ୍ଡ ଆଗରେ।

author-image
Chandan Shishu
ଅଦ୍ୟତନ ହୋଇଛି
 Deepika stages sit-in again in front of boyfriend's house

Deepika stages sit-in again in front of boyfriend's house

ପୁଅକୁ ବାପାର ପରିଚୟ ସହ ନ୍ୟାୟ ଦାବିରେ ଲଢ଼େଇ ଜାରି ରଖିଥିବା ବ୍ରହ୍ମପୁରର କେ. ଦୀପିକା ଏବେ ପୁଣି ଚର୍ଚ୍ଚାରେ। କାରଣ ଆଜିଠୁ ଧାରଣା ଦେଇଛନ୍ତି ବଡ଼ବଜାରର ଦେଶୀ ବେହେରାସାହିରେ ଥିବା ପ୍ରେମିକଙ୍କ ଘର ଦୁଆରେ। ଆଉ ଧାରଣା ଦେବାକୁ ଆସିଥିବାବେଳେ ପ୍ରେମିକଙ୍କ ମା ଓ ସଂପର୍କିୟ ଲଙ୍କାଗୁଣ୍ଡ ସହ ପାଣି ଫୋପାଡ଼ିଥିବା ଦୀପିକା ଅଭିଯୋଗ କରିଛନ୍ତି। ଏନେଇ ଦୀପିକା ଆଜି ବ୍ରହ୍ମପୁର SPଙ୍କ ଦ୍ୱାରସ୍ଥ ହେବା ସହ, ନ୍ୟାୟ ନମିଳିବା ଯାଏଁ ଧାରଣା ଜାରି ରଖିବେ ବୋଲି ଚରମ ନିଷ୍ପତ୍ତି ନେଇଛନ୍ତି।

Advertisment

ପତ୍ନୀର ପରିଚୟ ନମିଳିଲା ନାହିଁ, ଅନ୍ତତଃ ପୁଅକୁ ତା’ ବାପାର ପରିଚୟ ମିଳୁ। ଦିନେ କି ଦୁଇ ଦିନ ନୁହଁ, ମାସେ କି ୬ ମାସ ବି ନୁହଁ। ଦୀର୍ଘ ବର୍ଷେ ବିତିଗଲା, ପ୍ରେମିକ ଦୁଆରକୁ ଆସି ନ୍ୟାୟ ମାଗୁଥିବା ବ୍ରହ୍ମପୁରର କେ. ଦୀପିକା ଏବେ ପୁଣି ଚର୍ଚ୍ଚାରେ। ୬ ମାସର ବ୍ୟବଧାନ ପରେ ପୁଣି ଫେରିଛନ୍ତି ଲଢ଼େଇର ମୈଦାନକୁ। ନିଷ୍ପତ୍ତି ନେଇଛନ୍ତି ନ୍ୟାୟ ନମିଳିବା ଯାଏଁ ଜାରି ରଖିବେ ଲଢ଼େଇ।

ନଛୋଡ଼ବନ୍ଧା ଦୀପିକା, ଆଜିଠୁ ପୁଣି ଧାରଣା ଦେଇଛନ୍ତି ବ୍ରହ୍ମପୁର ବଡ଼ବଜାର ଥାନା ଦେଶୀବେହେରା ସାହିର କେ.ଦିନେଶଙ୍କ ଘର ଦାଣ୍ଡ ଆଗରେ। ସମୟ ସକାଳ ପ୍ରାୟ ସାଢ଼େ ୧୦ଟା। ଦିନେଶଙ୍କ ଘର ଦୁଆରେ ପହଞ୍ଚି ଗେଟ୍ ଖୋଲିବାକୁ କହିଥିଲେ ଦୀପିକା। କିନ୍ତୁ କେହି ଗେଟ୍ ଖୋଲିବାକୁ ଆସିଲେନି। ତାହାରି ଭିତରେ ଆରମ୍ଭ ହୋଇଯାଇଥିଲା ହାଇଡ୍ରାମା।

Advertisment

ଦୀପିକାଙ୍କ ଅଭିଯୋଗ, ଧାରଣାରେ ବସୁ ବସୁ ଦିନେଶଙ୍କ ମା’ ଓ ସମ୍ପର୍କୀୟ ତାଙ୍କ ଉପରକୁ ଏଭଳି ଫୋପାଡ଼ିଥିଲେ ପାଣି ସହ ଲଙ୍କା ଗୁଣ୍ଡ। କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଉପୁଜିଥିଲା ଅପ୍ରୀତିକର ପରିସ୍ଥିତି। ଏହି ସମୟରେ ପୋଲିସ ଥିଲେ ବି କୌଣସି ସୁରକ୍ଷା ଦେଇନଥିବା ଅଭିଯୋଗ ଆଣି ବ୍ରହ୍ମପୁର ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ କେ.ଦୀପିକା। 

୨୦୨୨, ଅଗଷ୍ଟ ୨। ପତ୍ନୀର ମାନ୍ୟତା ଦାବି କରି ପ୍ରଥମ ଥର ପାଇଁ କେ.ଦିନେଶଙ୍କ ଘର ସାମ୍ନାରେ ଧାରଣା ଦେଇଥିଲେ କେ.ଦୀପିକା। ଖରା, ବର୍ଷା, ଶୀତକୁ ସହି ଘରଦାଣ୍ଡ ଆଗରେ ଟେଣ୍ଟ ପକାଇ ଜାରି ରଖିଥିଲେ ଧାରଣା। ତାହାରି ଭିତରେ କେବେ ଟେଣ୍ଟକୁ ଫିଙ୍ଗିଦିଆଯାଇଛି ତ ଆଉ କେବେ ତାଙ୍କୁ ଦୁର୍ବ୍ୟବହାର ଧମକ ଦିଆଯାଇଥିବାର ଚିତ୍ର ବି ସାମ୍ନାକୁ ଆସିଛି। ଏଭଳି ୬ ମାସର ଲଢ଼େଇ ଭିତରେ ରାଜ୍ୟ ମହିଳା କମିଶନଙ୍କ ଠାରୁ ଆରମ୍ଭ କରି ବ୍ରହ୍ମପୁର ଏଡିଜେ ଏବଂ ଫ୍ୟାମିଲି କୋର୍ଟ ଯାଏଁ ପହଞ୍ଚିଛନ୍ତି ଦୀପିକା।

ଏପରିକି ହାଇକୋର୍ଟରେ ବି ମାମଲା ଦାୟର କରିଛନ୍ତି। କିନ୍ତୁ ଏଯାଏଁ କାହିଁକି ନ୍ୟାୟ ମିଳୁନି ବୋଲି କହିବା ସହ ପ୍ରେମିକ ଦିନେଶଙ୍କ ଘର ଆଗରେ ନିର୍ଣ୍ଣାୟକ ଲଢ଼େଇର ଚେତାବନୀ ଦେଇଛନ୍ତି। ତା’ସହ DNA ରିପୋର୍ଟର ଏକ ସାର୍ଟିଫାଏଡ୍ କପି ଦେବାକୁ ଏସିପଙ୍କୁ ଆଜି ନିବେଦନ କରିଛନ୍ତି ସେ। 

ପୁଅକୁ ବାପାର ପରିଚୟ ଦାବି କରି ଗୋଟିଏ ପଟେ ଦୁର୍ବାର ଲଢ଼େଇ ପାଇଁ ଦୀପିକା ଚରମ ନିଷ୍ପତ୍ତି ନେଇଥିବାବେଳେ ଆଗକୁ କି ପଦକ୍ଷେପ ନେବେ, ଏନେଇ ଦିନେଶ ଓ ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା କିମ୍ବା ପ୍ରତିକ୍ରିୟା ମିଳିପାରିନି। 

Berhmapur Martial Dispute
Advertisment
Advertisment