Advertisment

କଲରାପତରିଆ ବାଘକୁ ଧକ୍କା ଦେଇ ପଳାଇଲା ଅଜଣା ଗାଡ଼ି

ରାସ୍ତାରୁ ଗୁରୁତର ଭାବେ ଉଦ୍ଧାର ହୋଇଥିବା କଲରାପତରିଆ ବାଘର ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ବାଘଟିକୁ ପଶୁ ଚିକିତ୍ସାଳୟକୁ ନେବା ସମୟରେ ମୃତ୍ୟୁ ହୋଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Leopard Dies After Being Hit By Speeding Car at Ganjam

Leopard dies after reportedly being hit by unknown vehicle in ganjams

ଦୁର୍ଘଟଣାରେ କଲରାପତରିଆ ବାଘର ମୃତ୍ୟୁ। ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୂଜାଗଡ଼ ଗାଁ ନିକଟ ମୁଖ୍ୟରାସ୍ତାରୁ ଗୁରୁତର ଭାବେ ଉଦ୍ଧାର ହୋଇଥିବା କଲରାପତରିଆ ବାଘର ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ବାଘଟିକୁ ପଶୁ ଚିକିତ୍ସାଳୟକୁ ନେବା ସମୟରେ ମୃତ୍ୟୁ ହୋଇଥିଲା।

Advertisment

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କୌଣସି ଏକ ଭାରିଯାନ ଧକ୍କାରେ ବାଘଟି ତଳେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନ ବିଭାଗ କର୍ମଚାରୀ ଓ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ।

ଗୁରୁତର ବାଘକୁ ଜଣେ ପୋଲିସ କର୍ମଚାରୀ ବୋତଲରେ ପାଣି ପିଇବାକୁ ଦେଇଥିଲେ। ଏହାପରେ ଭଞ୍ଜନଗର ପଶୁ ଚିକିତ୍ସାଳୟକୁ ନେବା ସମୟରେ ବାଘଟିର ମୃତ୍ୟୁ ହୋଇଥିଲା। ବାଘଟିର ବୟସ ୪ରୁ ୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ତେବେ କଲରାପତରିଆ ବାଘର କେମିତି ଦୁର୍ଘଟଣା ହେଲା ସେନେଇ ବନ ବିଭାଗ ତଦନ୍ତ କରୁଛି।

Advertisment
Road Accident Leopard
Advertisment
Advertisment