• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଲଡିଂ ପ୍ଲାନ୍ ଆପ୍ରୁଭାଲ ନାଁରେ କୋଟି କୋଟି ଟଙ୍କା ଠକେଇ । ଦୀର୍ଘ ଦିନରୁ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ-SDAରେ ଚାଲିଥିଲା ଏହି ଦୁର୍ନୀତି । ଆଉ ଏହାର ପର୍ଦ୍ଦାଫାସ୍ କରିଛି ସମ୍ବଲପୁର ପୋଲିସ । ମାମଲାରେ SDA ର ୨ ଜଣ କର୍ମଚାରୀଙ୍କ ସହ ୫ ଜଣଙ୍କୁ ଗିରଫ କରାଯାଇଛି । ଏମାନେ ଆବେଦନକାରୀଙ୍କୁ ଡ୍ଲୁପିକେଟ୍ ପ୍ଲାନ୍ ଦେଇ ବିଭିନ୍ନ ପର୍ଯ୍ୟାୟରେ ୩ କୋଟିରୁ ଅଧିକ ଟଙ୍କା ଅସୁଲ କରିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି । ଏ ପର୍ଯ୍ୟନ୍ତ ୫୪ ଜଣ ଏଭଳି
ଠକେଇର ଶିକାର ହୋଇଥିବା ଜଣାପଡିଛି ।

ବିଲଡିଂ ପ୍ଲାନ୍ ଆପ୍ରୁଭାଲ୍ ନାଁରେ ଠକେଇ । ଡୁପ୍ଲିକେଟ୍ ପ୍ଲାନ୍ ଦେଇ ଲୁଟୁ ଥିଲେ କୋଟି କୋଟି ଟଙ୍କା । ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ-SDAରେ ଚାଲିଥିବା ଏଭଳି ଏକ ବଡ଼ ଧରଣର ଠକେଇ ସିଣ୍ଡିକେଟର ପର୍ଦ୍ଦାଫାସ୍ କରିଛି ସମ୍ବଲପୁର ପୋଲିସ । ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ SDA ର ୨ କର୍ମଚାରୀଙ୍କ ସହ ୫ ଜଣଙ୍କୁ ଗିରଫ କରାଯାଇଛି ।

SDA ପ୍ଲାନିଂ ମେମ୍ବରଙ୍କ ଦସ୍ତଖତକୁ ଜାଲ କରି ଓ ନକଲି ସିଲ୍ ବ୍ୟବହାର କରି ନକଲି ବିଲଡିଂ ଆପ୍ରୁଭାଲ୍ ଦିଆଯାଉଥିଲା । ଆଉ ଏଥିପାଇଁ ଆବେଦନକାରୀଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ନିଆଯାଉଥିଲା ଟଙ୍କା। ବିଶେଷ କରି ଘରବାରି ନକ୍ସା ମଞ୍ଜୁର ପାଇଁ ଆସୁଥିବା ଆବେଦନକାରୀଙ୍କୁ ଏମାନେ ଟାର୍ଗେଟ କରୁଥିବା ଜଣାପଡିଛି । ଦୁଇ ଜଣ ଆବଦେନକାରୀ ଏଭଳି ଡ୍ଲୁପିକେଟ୍ ପ୍ଲାନ ନେଇ ବରେଇପାଲି ଷ୍ଟେଟ୍‌ ବ୍ୟାଙ୍କରେ ଗୃହ ଋଣ ପାଇଁ ଆବେଦନ କରିବା ସମୟରେ ଧରାପଡିଯାଇଥିଲା ଚଞ୍ଚକତା । କ୍ଷେତରାଜପୁର ଥାନାରେ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଥିଲା ଖୋଳତାଡ । ଆଉ ଏହାପରେ ସାମ୍ନାକୁ ଆସିଥିଲା ସିଣ୍ଡିକେଟର କାରସାଦି ।

ଡ୍ଲୁପିକେଟ୍ ପ୍ଲାନ୍ ଆପ୍ରୁଭାଲ ଦେବା ଲାଗି ଉଭୟ ଅନଲାଇନ୍ ଓ ଅଫଲାଇନରେ ଆବେଦନକାରୀଙ୍କଠାରୁ ଟଙ୍କା ଅସୁଲ କରାଯାଉଥିଲା । ଅନଲାଇନ କାରବାର ଲାଗି ସେମାନ ଜଣେ ମନ୍ଦିର ପୂଜକଙ୍କ ଆକାଉଣ୍ଟକୁ ବ୍ୟବହାର କରୁଥିଲେ । ପୂଜକଙ୍କ ଆକାଉଣ୍ଟରେ ଆବେଦନକାରୀ ଟଙ୍କା ଜମା କରିବା ପରେ ସେ ତାକୁ ଉଠାଇ ଠକୁଥିବା କର୍ମଚାରୀଙ୍କୁ ଦେଉଥିବା ଜଣାପଡିଛି । ଠକ ଟିମ୍ ପାଖାପାଖି ୩ କୋଟି ୩୧ ଲକ୍ଷରୁ ଅଧିକ ଟଙ୍କାର ଦେଣନେଣ କରିଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ସେମାନଙ୍କଠାରୁ  ୨୨ଟି ଫାଇଲ, ଗୋଟିଏ ରେଜିଷ୍ଟର, ୨ଟି ଡାଇରି ଓ ବ୍ୟାଙ୍କ ଷ୍ଟେଟମେଣ୍ଟ  ସହ ୨ଟି କାର ଓ ବାଇକ୍ ଜବତ ହୋଇଛି ।

ଏ ପର୍ଯ୍ୟନ୍ତ ୫୪ ଜଣ ଏଭଳି ଠକେଇର ଶିକାର ହୋଇଥିବା ଜଣାପଡିଛି । ତେବେ ତଦନ୍ତ ଚାଲିଥିବାରୁ ଆଗକୁ ଏହି ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି ।

  • Reported by:
  • SANJAY JENA