/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692785602.jpg)
Nandankanan
ପର୍ଯ୍ୟଟକଙ୍କ ପାଇଁ ଆହୁରି ହେଲା ସୁବିଧା । ଏଣିକି ଦିନରେ ବୁଲିବା ସହ ରାତିରେ ବି ବୁଲିବାର ମଜା ଉଠାପାରିବେ ପର୍ଯ୍ୟଟକ । ଆମେ କହୁଛୁ ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ କଥା । ଆଗକୁ ରାତିରେ ବି ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ସେଣ୍ଟ୍ରାଲ ଜୁ’ ଅଥରିଟିରେ ଦାଖଲ କରାଯାଇଥିବା ମାଷ୍ଟର ପ୍ଲାନରେ ରହିଛି ଏଭଳି ନୂଆ ବ୍ୟବସ୍ଥା ।
Advertisment
ଏବେ ସଂଧ୍ୟା ୫ଟା ହେଳେ ବନ୍ଦ ହୋଇଯାଉଛି ନନ୍ଦନକାନନ । କିନ୍ତୁ ଆଗକୁ ରାତିରେ ବି ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବାର ବ୍ୟବସ୍ଥା କରାଯିବା ନେଇ ଚିନ୍ତା କରାଯାଉଛି । ଦିନ ଭଳି ରାତିରେ ବି ପ୍ରାଣୀ ଉଦ୍ୟାନରେ ବୁଲିପାରିବେ ଦର୍ଶକ ।
ରାତ୍ରିଚର ଜୀବଙ୍କୁ ଦେଖିବାକୁ ନକ୍ଚରାଲ ଡ୍ରିଲ ସଫାରୀ ବ୍ୟବସ୍ଥା ମଧ୍ୟ କରାଯିବାର ଯୋଜନା କରାଯାଉଛି । ମାଷ୍ଟର ପ୍ଲାନରେ ନନ୍ଦନକାନନ କଳେବର ବୃଦ୍ଧି ପାଇଁ ବି ରହିଛି ପ୍ରସ୍ତାବ । କୃଷ୍ଣପ୍ରସାଦ ଓ ଚୁଡ଼ଙ୍ଗ ଜଙ୍ଗଲକୁ ମିଶାଇ ମୋଟ ୧୦୪୩ ହେକ୍ଟରକୁ ନନ୍ଦନକାନନ ବିସ୍ତାର କରାଯିବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)