Advertisment

ପରକୀୟା ପ୍ରୀତିକୁ ଲୁଚାଇବାକୁ ଯାଇ ଶାଶୁର ତଣ୍ଟି କାଟି ଦେଇଥିଲା ବୋହୂ

ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କଲା ପୋଲିସ୍ । ହତ୍ୟାରେ ସାନ ପୁଅର ବି ହାତ ଥିବା ସନ୍ଦେହ ।

author-image
Satyendu Shekher Mishra
undefined

Crime, Murder

ପାପ ସଂପର୍କ ଲୁଚାଇବା ପାଇଁ ବୋହୂ ସାଜିଲା ଶାଶୁ ହତ୍ୟାକରୀ। ଅନୈତିକ ସମ୍ପର୍କର ଚିହ୍ନ ଲିଭାଇ ଦେବା ପାଇଁ ଲିଭାଇ ଦେଲା ଶାଶୁର ଜୀବନ ଦୀପ। ପ୍ରଥମେ ଶାଶୁର ମୁଣ୍ଡକୁ ମାଡ଼ ମାରି କୋମାକୁ ପଠାଇ ଦେଲା। ହେଲେ କୋମାରୁ ଆସି ଶାଶୁ କଥା କହିବାକୁ ଚେଷ୍ଟା କରିବାରୁ ବୋହୁ ତଣ୍ଟି କାଟିଦେଲା। ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ।

Advertisment

ଅଗଷ୍ଟ ୧୫ ତାରିଖ ରାତିରେ ଭରତପୁର ଥାନା ଖଣ୍ଡଗିରି ବାରି ଅଞ୍ଚଳରେ ଘଟିଥିଲା ଏହି ହତ୍ୟାକାଣ୍ଡ। ଶାଶୁ ମଦା ପଲେଇକୁ ହତ୍ୟା କରିବା ଅଭିଯୋଗରେ ବୋହୂ ବୈଶାଖୀ ପଲେଇକୁ ପୋଲିସ ଗିରଫ କରିଛି। ଅଭିଯୋଗ ହେଉଛି ବୈଶାଖୀର ଏକାଧିକ ଯୁବକଙ୍କ ସହ ଅନୈତିକ ସଂପର୍କ ଥିଲା। ଆଉ ତାର ଏକମାତ୍ର ସାକ୍ଷୀ ଥିଲେ ଶାଶୁ ମଦା। ଯେଉଁଥିପାଇଁ ରାସ୍ତାରୁ ସବୁଦିନ ପାଇଁ ହଟାଇ ନିଜର ପାପା କର୍ମକୁ ଲୁଚାଇବାକୁ ଚେଷ୍ଟା କରିଥିଲା ବୋହୂ ବୈଶାଖୀ।

ଗଂଜାମ ବେଲଗୁଣ୍ଠାରୁ ଭୁବନେଶ୍ୱର। ସବୁଠି ରଚା ହୋଇଥିଲା ନାଟକ। ଦେଢ଼ମାସର ଯୋଜନା ପରେ ଶାଶୁକୁ ରାସ୍ତାରୁ ହଟାଇ ଦେଇଥିଲା ବୋହୂ। ଘର ଭିତରେ ତଣ୍ଟିକାଟି ହତ୍ୟା କରିବା ପରେ ଘରୁ ରକ୍ତର ଛିଟା ପୋଛି ଦେଇ ପ୍ରମାଣ ଲିଭା ଦେଇଥିଲା। ଏପରିକି ପରିବା କଟା ଛୁରିରେ ତଣ୍ଟି କାଟିବା ପରେ ତାହାକୁ ଲୁଚାଇ ରଖି ଥିଲାଲେ ବୈଶାଖୀ ।

Advertisment

ଗତ ଜୁଲାଇ ୧ ତାରିଖରେ ମଦାଙ୍କୁ ତାଙ୍କ ଗାଁରେ କେହି ଦୁର୍ବୃତ୍ତ ଆକ୍ରମଣ କରିଥିଲା। ମୁଣ୍ଡକୁ ଆଘାତ ଦେବାରୁ ଗୁରୁତର ହୋଇ ସେ ବାକ୍ ଶକ୍ତି ହରାଇ ବସିଥିଲେ । ତେବେ ଘରେ ମଦା ଓ ତାଙ୍କ ବୋହୂ ଥିବା ବେଳେ ଏହି ଘଟଣା ଘଟିଥିଲା। ଲୁଟ୍ ପାଇଁ ଏହି ଘଟଣା ଘଟିଥିବା କହିଥିଲେ ବୋହୁ ବୈଶାଖୀ। ପରେ ମଦାଙ୍କ ଚିକିତ୍ସା କରାଯାଇଥିଲା ବେଳେ ଗତ ୧୩ ତାରିଖରେ ତାଙ୍କର ପାଟି ଖୋଲିଥିଲା। ଆଉ ବୋହୂର କଳା କାରନାମା ସମସ୍ତଙ୍କ ଆଗରେ କହିଦେବେ ବୋଲି କହିଥିଲେ ମଦା। ବୈଶାଖୀଙ୍କ ଚରିତ୍ରର ଗୁମର ଖୋଲିଯିବା ଭୟରେ ସେ ଶାଶୁକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି ।

ଏହି ହତ୍ୟା ଘଟଣାରେ ମଦାଙ୍କ ସାନପୁଅ ମଣ୍ଟୁର ସଂପୃକ୍ତି ଥିବା ନେଇ ସନ୍ଦେହ କରୁଛି ପୋଲିସ । ଯେଉଁଥି ପାଇଁ ମଣ୍ଟୁର ଲାଇ ଡିଟେକ୍ସଲ ଟେଷ୍ଟ କରିବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଛି ଭରତପୁର ପୋଲିସ।

Family Dispute Murder
Advertisment
Advertisment