ମଣିଷ ନୁହେଁ ହାତୀ ଲାଗି ପିଲାଙ୍କ ପାଠ ପଢାରେ ବନ୍ଧାହେଲା ଡୋରି । ଗାଁ ସ୍କୁଲରେ ସିନା ପାଠ ପଢୁଥିଲେ ପିଲା...ହେଲେ ସ୍କୁଲ ଦୂରକୁ ଯିବାରୁ ଏବେ ହାତୀ ଭୟରେ ଘରୁ ବାହାରୁନାହାନ୍ତି ଛାତ୍ରଛାତ୍ରୀ
କଳା, ବିଜ୍ଞାନ ଓ ବାଣିଜ୍ୟ କଟ୍ଅଫ୍ ମାର୍କରେ ରେଭେନ୍ସା ଜୁନିଅର କଲେଜ ଆଗରେ ରହିଛି ।
ନାଁ ଯେମିତି କାମ ବି ସେମିତି । ବର୍ଦ୍ଦିରେ ଦେଖିବା ମାତ୍ରେ ଥରହର ମାଫିଆ । ଚୋରା ମଦଠୁ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସେ ମାଷ୍ଟର । ଉଲ୍ଲେଖନୀୟ କାମ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ମିଳିଛି ପୁରସ୍କାର।
ସାଲେଭଟା ମୁରଶୁଣ୍ଡ ଗାଁ ଅଙ୍ଗ ନଦୀରେ ବାଲି ମାଫିଆଙ୍କ ଗୁଣ୍ଡାରାଜ । ବଲାଙ୍ଗିରରେ RIଙ୍କୁ ମାଡ଼ ମାରିବା ସହ ମୋବାଇଲ ଜାଳିଦେଲେ ବାଲି ମାଫିଆ । ଡୁଙ୍ଗୁରିପାଲି ହସ୍ପିଟାଲରେ RI, ଏତଲା ଦେଲେ ତହସିଲଦାର ।
ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଭୋଇ ସେବକଙ୍କ ମୃତ୍ୟୁ ହୋଇଛି ।
ଇଏ କେମିତିକା ସ୍ୱାସ୍ଥ୍ୟସେବା? ମାସେ କି ବର୍ଷେ ନୁହେଁ ବରଂ ୨୯ ବର୍ଷ ହେଲାଣି ଝୁଲିଲାଣି ତାଲା । ସମସ୍ତେ ଦେଖୁଛନ୍ତି ହେଲେ ଆଖି ବୁଜିଦେଇଛନ୍ତି
'ଖୁସି'ର ଖୁସି କହିଲେ ନସରେ.. ଫିନଲ୍ୟାଣ୍ଡର ଲୌରା ଏଲେନା ଖୁସିକୁ ପୋଷ୍ୟ କନ୍ୟା କରିଛନ୍ତି
ଫୋନ କଲରେ ହେବ ସମସ୍ୟାର ସମାଧାନ । ତୁରନ୍ତ ଲୋକଙ୍କ ପାଖକୁ ଯାଇ ସମସ୍ୟାର ସମାଧାନ କରିବେ ସିଏମସି ଅଧିକାରୀ। ଆଉ ଏଥିପାଇଁ ସିଏମସି ପକ୍ଷରୁ ଖୋଲାଯାଇଛି ୨୪ ଘଣ୍ଟିଆ କଲ୍ ସେଣ୍ଟର। ହେଲେ କଲ୍ କରି କରି ଲୋକେ ନିରାଶ ହେଉଛନ୍ତି ପଛେ ସିଏମସି କର୍ମଚାରୀଙ୍କ ଦେଖା ଦର୍ଶନ ମିଳୁନି...
ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ,ଉତ୍ତର ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା ।
ସୁରତରେ ମାତିଛନ୍ତି ହାଇଟେକ୍ ସାଇକେଲ ଚୋର । ସ୍କୁଲ, ଟ୍ୟୁସନ ବୁଲୁଛନ୍ତି ଓ ଚୋରି କରି ନେଉଛନ୍ତି ମହଙ୍ଗା ଓ ଷ୍ଟାଇଲିସ୍ ସାଇକେଲ୍ । ଗଞ୍ଜାମ ତିନି ଜଣିଆ ଗ୍ୟାଙ୍ଗକୁ ଧରିବା ପରେ ଏବେ ଅନେକ କଥା ସାମ୍ନାକୁ ଆସୁଛି । ...
ଅନେକ ସମୟରେ ଘରୁ ବାରମ୍ବାର ଚୋରି ହୋଇଥାଏ। ଏହା ସହ ଗୃହବାସୀମାନଙ୍କୁ ବିଭିନ୍ନ ମାଲିମକଦମାରେ ମଧ୍ୟ ଛନ୍ଦି ହୋଇ ରାଜଦଣ୍ଡ ଭୋଗିବାକୁ ପଡିଥାଏ । ଏହାକୁ କିପରି ଦୂର କରିବେ ଜାଣନ୍ତୁ।
ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ ତାଳପତ୍ର
ନିର୍ବାଚନ ପୂର୍ବରୁ ପୂର୍ବାଞ୍ଚଳ ରାଜ୍ୟକୁ ନେଇ ମାନସମନ୍ଥନ । ଆଜି ଗୌହାଟୀରେ ବିଜେପିର ବଡ଼ ବୈଠକ, ଫୋକସରେ ରହିଛି ଓଡ଼ିଶା ।
୨୨ ବର୍ଷର ସ୍ଥିର ସରକାର । ଏଯାଏଁ ଗାଁକୁ ମିଳିଲାନି ମୌଳିକ ସୁବିଧା...ପିଇବା ପାଣି ପାଇଁ ନଈ ଭରସା, ଆଲୁଅ ଲାଗି ଡିବିରି ଭରସା
ସ୍ୱାମୀ ବଞ୍ଚିଥିବା ବେଳେ ଯାହା ଯେମିତି ପରିବାର ଚଳୁଥିଲା । କରୋନା ହେଲା କାଳ...ସ୍ୱାମୀ ଚାଲିଯିବା ପରେ ୩ ପିଲାଙ୍କ ପେଟରେ ଦାନା ଦେବାକୁ ଛେଳି ଚରାଉଛି ମାଆ । ବାରମ୍ବାର ଗୁହାରି କରିବା ପରେ ବି ମିଳୁନି ସରକାରୀ ସହାୟତା
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବିଦ୍ୟାର୍ଥୀମାନେ ବିଭିନ୍ନ ବୃକ୍ଷର ବିହନକୁ ମାଟି ଗୋଳା ମଧ୍ୟରେ ଭର୍ତ୍ତି କରି ଛୋଟ ଛୋଟ ବଲ୍ ପ୍ରସ୍ତୁତ କରିଥିଲେ
OJEE ରେଜଲ୍ଟ ପ୍ରକାଶନକୁ ମାସେ ପୁରିଲା । ହେଲେ ଆସନ୍ତାକାଲିଠାରୁ ଆରମ୍ଭ ହେବ କାଉନ୍ସେଲିଂ ।
ସକାଳୁ ସନ୍ଧ୍ୟା ଯାଏଁ ଭିଡ଼ ଏମିତି ଯେ, ବୃଦ୍ଧ, ମହିଳା କିମ୍ବା ରୋଗୀଟିଏ ଯଦି ଔଷଧ ପାଇଁ ଅପେକ୍ଷା କଲା, ତେବେ କଥା ସରିଲା । ଏ ସ୍ଥିତି ଦିନ ଅଧର ନୁହେଁ, ସବୁ ଦିନିଆ ।
ଦେଶ ତୁଳନାରେ ଓଡ଼ିଶା ଖାଉଟିଙ୍କୁ ୟୁନିଟ୍ ପିଛା ଦେବାକୁ ପଡୁଛି ଅଧିକ ୭୯ ପଇସା ।
ତେବେ କେଉଁଠି ଲାଗିଛି କେତେ ଟଙ୍କା ? କିଏ ସେହି ପ୍ରଭାବଶାଳୀ ବ୍ୟକ୍ତିମାନେ ?
ବିଜୟର ମନ୍ତ୍ର ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିପାଇଁ ରାଜ୍ୟ ବିଜେପିର ପୂରା ଟିମ୍ ଗୌହାଟୀ ଯାଇଛି।
ଚିଟ୍ଫଣ୍ଡ ପରେ ମାଇକ୍ରୋ ଫାଇନାନ୍ସ କଂପାନୀ । ସହରଠୁ ଗାଁ, ଛତୁ ଫୁଟିଲା ଭଳି ଖୋଲିଲାଣି ମାଇକ୍ରୋ ଫାଇନାନ୍ସ ଅଫିସ୍ । ଋଣ ଦେଉଛନ୍ତି, ଜୋର ଜବରଦସ୍ତ ସୁଧ ଆଦାୟ କରୁଛନ୍ତି ।
ପନିପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଏହାର ପ୍ରତିବାଦରେ ବୁଧବାର ଛାତ୍ର କଂଗ୍ରେସ କର୍ମୀମାନେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
କାଳିଆ ଦର୍ଶନ ପାଇଁ ଯାଉଥିବା ମହିଳା ମାନେ ଶରୀରକୁ ସମ୍ପୂର୍ଣ୍ଣ ଘୋଡ଼େଇ ରଖିଲା ଭଳି ଶାଢ଼ୀ ଓ ସାଲୱାର ପରିଧାନ କଲେ ଭଲ । ସେହିପରି ପୁରୁଷ ଭକ୍ତମାନେ ଧୋତି, ଗାମୁଛା ସହ ମଠା ବି ପିନ୍ଧିବାକୁ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ।