• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ କେଁ । ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଉ ପାଉ ବିବାଦ । ଆନୁଆଲ୍ ଏଗ୍ରିମେଣ୍ଟ ଆଧାରରେ ଶିକ୍ଷକଙ୍କୁ ମିଳିବ ବର୍ଷିକିଆ ନିଯୁକ୍ତି । ଠିକା ନିଯୁକ୍ତି ବ୍ୟବସ୍ଥା ଉଛେଦ ପରେ ବି ପୁଣି ସେହି ବ୍ୟବସ୍ଥାକୁ ଫେରିଲେ ସରକାର । ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ପ୍ରକ୍ରିୟା । ତେବେ ଏଥିପାଇଁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି ତାକୁ ନେଇ ଦେଖାଦେଇଛି ବିବାଦ । କାରଣ ଶିକ୍ଷକ ନିଯୁକ୍ତି ସ୍ଥାୟୀ ବଦଳରେ ବର୍ଷିକିଆ ଏଗ୍ରିମେଣ୍ଟ ଆଧାରରରେ ହେବ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗତବର୍ଷ ଅକ୍ଟୋବରରେ ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହେଲା ବୋଲି ଘୋଷଣା କରି ବାଃ ବାଃ ସାଉଁଟି ଥିଲେ ରାଜ୍ୟ ସରକାର । କିନ୍ତୁ ପୁଣି ଥରେ ସେହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ସମଗ୍ର ଶିକ୍ଷା ଯୋଜନାରେ ଯୋଜନାଭିତ୍ତିକ ନିଯୁକ୍ତି ମିଳିବ ବୋଲି ରାଜ୍ୟ ସରକାର ବିଜ୍ଞପ୍ତିରେ ଦର୍ଶାଇଛନ୍ତି । ତେବେ ସିଲେକସନ୍ କମିଟି ଚିଠା ଶିକ୍ଷକ ତାଲିକା ପ୍ରସ୍ତୁତ କରିବା ପରେ ଜିଲ୍ଲା ପରିଷଦ, ନିଯୁକ୍ତିର ଚୂଡାନ୍ତ ତାଲିକା ପ୍ରକାଶ କରିବ । ବର୍ଷେ ପରେ ପ୍ରଦର୍ଶନକୁ ଦେଖି ଚାକିରି ନବୀକରଣ କରାଯିବ ।

ଏଥିପାଇଁ ନିୟମିତ ଉପସ୍ଥାନ ଓ ସନ୍ତୋଷଜନକ ସେବା ନେଇ କନିଷ୍ଠ ଶିକ୍ଷକମାନଙ୍କୁ ପ୍ରଧାନ ଶିକ୍ଷକଙ୍କଠାରୁ ସାର୍ଟିଫିକେଟ୍ ଆଣିବାକୁ ପଡ଼ିବ, ଯାହାକୁ ଜିଲ୍ଲା ପରିଷଦ ଆଗରେ ରଖିବେ । ଚୁକ୍ତି ଉଲ୍ଲଂଘନ କଲେ ସେମାନଙ୍କୁ ଡିସ୍ ଏନ୍ଗେଜ୍ ବା କାର୍ଯ୍ୟରୁ ଅନ୍ତର କରାଯିବ । ନିଯୁକ୍ତି ପାଇଁ କଂପ୍ୟୁଟର ବେସଡ୍ ଟେଷ୍ଟ ହେବା ସହିତ କ୍ୟାରିୟର ମାର୍କକୁ ବି ଦେଖାଯିବ । ତେବେ ଠିକା ନିଯୁକ୍ତି ଉଚ୍ଛେଦ ପରେ କାହିଁକି ରେଗୁଲାର୍ ନିଯୁକ୍ତି ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ।

କମ୍ପ୍ୟୁଟର୍ ବେସଡ୍ ଟେଷ୍ଟ ସହ କ୍ୟାରିୟର ମାର୍କ ଅନୁସାରେ ନିଯୁକ୍ତି ମିଳିବ। ଏତେ ସବୁ ସତ୍ତ୍ୱେ କାହିଁକି ବର୍ଷିକିଆ ନିଯୁକ୍ତି ? କାହିଁକି କରାଯାଉଛି ଏଗ୍ରିମେଣ୍ଟ ? ସନ୍ତୋଷଜନକ ସେବା ପାଇଁ କାହିଁକି ପ୍ରଧାନ ଶିକ୍ଷକଙ୍କଠାରୁ ସାର୍ଟିଫେକେଟ୍ ଆଣିବେ ଶିକ୍ଷକ ? ଏଭଳି ନିୟମକୁ ନେଇ ପ୍ରଶ୍ନ ଉଠିଛି । ଚୁକ୍ତି ଭିତ୍ତିକ ନିଯୁକ୍ତିକୁ ବିରୋଧ କରିଛନ୍ତି ବିଭିନ୍ନ ସଂଘ ।

ସେପଟେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ଓସେପା ବିଜ୍ଞାପନ ବାହାରିବ । ୭ବର୍ଷ ପରେ ଏହି ନିଯୁକ୍ତି ଦିଆଯାଉଛି । ସେମାନଙ୍କୁ ପରବର୍ତ୍ତି ସମୟରେ ରେଗୁଲାର୍ କରାଯିବ ବୋଲି ବିଭାଗୀୟ ସଚିବ କହିଛନ୍ତି । କନିଷ୍ଠ ଶିକ୍ଷକମାନେ ନିଜ ନିଜ ଜିଲ୍ଲାରେ ନିଯୁକ୍ତି ପାଇବେ । ତେବେ ଆଗକୁ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ବିବାଦ କେଉଁ ମୋଡ ନେଉଛି, ତା’ ଉପରେ ନଜର ।

  • Reported by:
  • HARIHARA CHAND , KAPILENDRA PRADHAN