Advertisment

ମାହାଙ୍ଗା ନାବାଳିକା ମତ୍ୟୁ ମାମଲା, ନିଲମ୍ବିତ BJD ନେତାଙ୍କୁ ଟେକି ନେଲା ପୋଲିସ

ମୃତ ଛାତ୍ରୀଙ୍କ ଏକ ଭାଇରାଲ୍ ଚିଠି ଓ କ୍ରୀଡ଼ା ଶିକ୍ଷକଙ୍କ ମା’ଙ୍କ ସହ ବିଜେଡିରୁ ନିଲମ୍ବିତ ନେତା ଶରତ ନାୟକଙ୍କ ଅଡିଓ ଭାଇରାଲ୍ ପରଠୁ ଉଠୁଥିବା ଏଭଳି ନାନା ପ୍ରଶ୍ନ ଭିତରେ ପ୍ରଥମେ ଶରତ ନାୟକଙ୍କୁ ପଚରାଉଚରା କରିଥିଲା କଟକ ଗ୍ରାମାଞ୍ଚଳ ପୋଲିସ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Mahanga

Mahanga

ମାହାଙ୍ଗା ନାବାଳିକା ମୃତ୍ୟୁ ଓ ପ୍ରମାଣ ନଷ୍ଟ ମାମଲାରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଗିରଫ । ଅଭିଯୁକ୍ତ ପିଇଟି ଶିକ୍ଷକ ଅନୁପମ ରାୟଙ୍କୁ ବି ଗିରଫ କରିଛି ପୋଲିସ । ମାହାଙ୍ଗା ଥାନା ପୋଲିସ ଉଭୟଙ୍କୁ ଗିରଫ କରିଛି । ଗିରଫ ନେଇ କଟକ ଗ୍ରାମାଞ୍ଚଳ ଏସ୍‌ପି ମିହିର ପଣ୍ଡା ସୂଚନା ଦେଇଛନ୍ତି ।

Advertisment

ଆତ୍ମହତ୍ୟା ପାଇଁ ପରିସ୍ଥିତି ସୃଷ୍ଟି କରିବା ନେଇ ଅନୁପମଙ୍କୁ ଗିରଫ କରାଯାଇଥିବା କୁହାଯାଉଛି । ଆତ୍ମହତ୍ୟା ପରେ ପ୍ରମାଣ ନଷ୍ଟ ଅଭିଯୋଗରେ ଶରତଙ୍କୁ ଗିରଫ କରାଯାଇଛି । ଶରତଙ୍କ ଅଡିଓ ଭାଇରାଲ ହେବା ପରେ ହଇଚଇ ହୋଇଥିଲା । ପିଇଟି ଶିକ୍ଷକଙ୍କ ମା’ଙ୍କ ସହ କଥାବାର୍ତ୍ତା ବି ଭାଇରାଲ ହୋଇଥିଲା । ଫୋନ୍‌ରେ ୭୦ ହଜାର ଦେବାକୁ ଅନୁପମଙ୍କ ମା’ଙ୍କୁ କହିଥିଲେ ଶରତ । ମାମଲା ରଫାଦଫା ପାଇଁ ପୋଲିସକୁ ଟଙ୍କା ଦେବାକୁ ବି କହିଥିଲେ । ଅଡିଓ ଭାଇରାଲ ପରେ ଶରତଙ୍କୁ ଦଳରୁ ନିଲମ୍ବିତ କରିଥିଲା ବିଜେଡି ।

ଆଜିକୁ ଠିକ୍ ଦୁଇ ମାସ ତଳର ସମ୍ବେଦନଶୀଳ ମାମଲାର ସତ କାହିଁକି ସାମ୍ନାକୁ ଆଣୁନି ପୋଲିସ ? ମାମଲା ପଛରେ ବିଜେଡି ଲିଙ୍କ୍ ଅଭିଯୋଗ ଥିବାରୁ ପୋଲିସ ହାତମାପି ଚାଖଣ୍ଡେ ଚାଲୁଛି କି ? ମୃତ ଛାତ୍ରୀଙ୍କ ଏକ ଭାଇରାଲ୍ ଚିଠି ଓ କ୍ରୀଡ଼ା ଶିକ୍ଷକଙ୍କ ମା’ଙ୍କ ସହ ବିଜେଡିରୁ ନିଲମ୍ବିତ ନେତା ଶରତ ନାୟକଙ୍କ ଅଡିଓ ଭାଇରାଲ୍ ପରଠୁ ଉଠୁଥିବା ଏଭଳି ନାନା ପ୍ରଶ୍ନ ଭିତରେ ପ୍ରଥମେ ଶରତ ନାୟକଙ୍କୁ ପଚରାଉଚରା କରିଥିଲା କଟକ ଗ୍ରାମାଞ୍ଚଳ ପୋଲିସ । ଘଣ୍ଟାଏରୁ ଅଧିକ ସମୟ ଧରି ପୋଲିସ ଶରତ ନାୟକଙ୍କଠୁ ତଥ୍ୟ ଆଦାୟ କରିଥିଲା ।

Advertisment

ତେବେ ଅଡିଓ ପଛର ସତ କ’ଣ ? ମୃତ ଛାତ୍ରୀର ଶବବ୍ୟବଛେଦ ନକରି ତାକୁ ପୋଡ଼ିବା ସହ ପାଉଁଶକୁ ନଦୀରେ ଭସାଇଲା କିଏ ? କେଉଁ ପରିସ୍ଥିତିରେ ସଂପୃକ୍ତ ଛାତ୍ରୀ ପ୍ରାଣ ହରାଇଥିଲେ ? ପୋଲିସ ଓ ସାମ୍ବାଦିକ ଟଙ୍କା ମାଗୁଛନ୍ତି ବୋଲି କହିବା ପଛର କାରଣ କ’ଣ ? ଏଭଳି ଏକାଧିକ ସମ୍ଭାବ୍ୟ ପ୍ରଶ୍ନ ପଚାରି ପୋଲିସ ବୟାନ ରେକର୍ଡ କରିବା ପରେ ପ୍ରଥମର ଥର ଶରତଙ୍କୁ ଛାଡ଼ି ଦେଇଥିଲା ।

ସେପଟେ ପୂର୍ବରୁ କ୍ରୀଡ଼ା ଶିକ୍ଷକ ଅନୁପ ରାୟ ଓ ମା’ ବିଜୟଲକ୍ଷ୍ମୀଙ୍କୁ ପଚରାଉଚରା କରିଥିଲା ପୋଲିସ । କିଛି ଶିକ୍ଷକଙ୍କଠୁ ବି ପୋଲିସ ତଥ୍ୟ ନେଇଥିଲା । ବୟାନ ରେକର୍ଡ ଆଉ ଭେରିଫିକେସନ ଚାଲିଥିବା କଟକ ଅତିରିକ୍ତ ଏସପି ପୂର୍ବରୁ କହିଥିଲେ ।

ଏଭଳି ସ୍ଥିତିରେ ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ଚର୍ଚ୍ଚାରେ ଥିବା ତତ୍କାଳୀନ ଟାଙ୍ଗି ଥାନା ଅଧିକାରୀ ତଥା ଏବେକାର ସାଲେପୁର ଏସଡିପିଓ ବିମଳ ବାରିକ ଏଥର ବି ଚର୍ଚ୍ଚାରେ। କାରଣ ଆଇଆଇସିଙ୍କ ସହ ଏସଡିପିଓ ଟଙ୍କା ମାଗୁଥିବା କଥା ରହିଛି ଶରତ ନାୟକଙ୍କ ଅଡ଼ିଓରେ । ତେବେ ଏ ଦିଗକୁ କାହିଁକି ଏଯାଏଁ ତଦନ୍ତ ପରିସରଭୁକ୍ତ କରିନି ପୋଲିସ ? ଛାତ୍ରୀ ମୃତ୍ୟୁ ପଛରେ ପୋଲିସ ଆଉ ପଲିଟିକାଲ୍ ଲିଙ୍କ୍ ଅଭିଯୋଗ ଉଠୁଥିବାରୁ ଆଇନ ତା’ ବାଟରେ ଯିବ ତ ? କଟକ ଗ୍ରାମାଞ୍ଚଳ ଏସପି କହିଛନ୍ତି, ଯିଏ ବି ସଂପୃକ୍ତ ଥାଆନ୍ତୁ କାହାକୁ ଛଡ଼ାଯିବନି ।

Crime Against Women Mahanga
Advertisment
Advertisment