Advertisment

ବିଜେଡି ଫୋକସରେ SHG ମହିଳା, ଆଗେ ସ୍କୁଟି ଏବେ ସ୍ମାର୍ଟ ପରିଚୟପତ୍ର !

ଏସ୍ଏଚ୍‌ଜିଙ୍କ ପାଇଁ ସ୍ମାର୍ଟ ପରିଚୟପତ୍ର ବ୍ୟବସ୍ଥା । କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ବି ଦିଆଯିବ ଦରମା ।

author-image
Satyendu Shekher Mishra
undefined

Odisha Politics, BJD

ବିଜେଡିର ଭରସା ମହିଳା ଭୋଟ୍ । ଫୋକସରେ ଏସ୍ଏଚ୍‌ଜି ସଦସ୍ୟା । ବିଜେଡି ସଙ୍ଗଠନ ଭଳି ଏସ୍ଏଚଜିଙ୍କୁ ନେଇ ପ୍ରସ୍ତୁତ ହେଉଛି ସମାନ୍ତରାଳ ସଙ୍ଗଠନ ! ମିଶନ ଶକ୍ତି ମହିଳାମାନଙ୍କୁ ହାତରେ ରଖିବା ପାଇଁ ଘୋଷଣା ହେଉଛି ପ୍ୟାକେଜ ପରେ ପ୍ୟାକେଜ୍ । ମିଶନ ଶକ୍ତି ସ୍କୁଟର ଯୋଜନା ପରେ SHGଙ୍କ ଅନ୍ୟାନ୍ୟ ଦାବି ପୂରଣ କରିବାକୁ ରାଜ୍ୟ ସରକାର ଦେଇଛନ୍ତି ପ୍ରତିଶ୍ରୁତି। ଆଗକୁ ସେମାନଙ୍କୁ ମିଳିବ ସ୍ମାର୍ଟ ଆଇଡେଣ୍ଟିଟି କାର୍ଡ।

Advertisment

ପ୍ରତି ପଂଚାୟତରେ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦରମା ବ୍ୟବସ୍ଥା କରାଯାଉଛି। ତା’ସହ MBK, CRP, କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କ ଦରମା ବଢାଇବାକୁ ଚିନ୍ତା କରୁଛନ୍ତି ସରକାର। ଏହାବାଦ୍ କମ୍ୟୁନିଟି ସର୍ପୋଟ ଷ୍ଟାଫ୍‌ଙ୍କୁ ୬ ମାସର ମାତୃତ୍ୱକାଳୀନ ଛୁଟି ଦେବାକୁ ବ୍ୟବସ୍ଥା କରାଯାଇଛି।

ସେହିପରି ମହିଳା ଗ୍ରୁପ୍ଙ୍କୁ ବ୍ୟବସାୟ କରିବା ଲାଗି ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଥିବା ବେଳେ ଆଗକୁ ଏହାକୁ ୧୦ ଲକ୍ଷ ପର୍ଯ୍ୟନ୍ତ ବଢ଼ାଇବାକୁ ଚିନ୍ତା କରୁଛି ମିଶନ୍ ଶକ୍ତି ବିଭାଗ। ସେପଟେ ଏହାକୁ ନେଇ ତେଜିଛି ରାଜନୀତି। ବିଜେଡି SHGମାନଙ୍କୁ ବ୍ୟବହାର କରୁଛି ଏବଂ ସେମାନଙ୍କ ଭୋଟ୍ ନେବାକୁ ଏସବୁ ଘୋଷଣା ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ବିଜେଡି ତାର ଜବାବ ରଖିଛି।

Advertisment

ସେପଟେ ଏସ୍ଏଚ୍‌ଜି ସଦସ୍ୟାଙ୍କୁ ସରକାର ବିଭିନ୍ନ ବିଭାଗ କାର୍ଯ୍ୟରେ ନିୟୋଜିତ କରିଛନ୍ତି। ମିଟର ରିଡିଂ, ଧାନ କିଣା, ସ୍କୁଲ୍ ୟୁନିଫର୍ମ ଯୋଗାଣ ଭଳି ବିଭିନ୍ନ କାର୍ଯ୍ୟରେ ମହିଳା ଗ୍ରୁପ୍ ନିୟୋଜିତ ହୋଇଛନ୍ତି । ଏସବୁ ଭିତରେ କିନ୍ତୁ ଏବେ ବି ପ୍ରାୟ ୫୦ ପ୍ରତିଶତ ଏସ୍ଏଚ୍ଜି ଲୋନ୍ ନେଇ ନାହାନ୍ତି। ଅନ୍ୟପଟେ SHG ଭିତରେ ବି ପାର୍ଟି ପଲିଟିକ୍ସ ଚାଲିଥିବା ଅଭିଯୋଗ ହୁଏ।

ସେପଟେ SHGମାନେ ବିଭିନ୍ନ ପ୍ରକଳ୍ପ କାମ କରୁଛନ୍ତି। ଆଉ ପିସି ନଦେଲେ ବିଲ୍ ପାସ୍ ହେଉନଥିବା ଅଭିଯୋଗ କରିଛନ୍ତି। ଯାହାକୁ ନେଇ ବାଲେଶ୍ୱର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦେଇଥିଲେ ବସ୍ତା ବ୍ଳକ୍ ର କିଛି SHG ଗ୍ରୁପ୍ । ରାଜ୍ୟରେ ସମୁଦାୟ ଭୋଟରଙ୍କ ମଧ୍ୟରୁ ପ୍ରାୟ ଅଧା ହେଉଛନ୍ତି ମହିଳା। ତେଣୁ ମହିଳା ଭୋଟ୍ ନେବା ପାଇଁ SHGମାନଙ୍କୁ ପ୍ରଲୋଭିତ କରାଯାଉଥିବା ଚର୍ଚ୍ଚା ହେଉଛି।

BJD BJP Congress SHG Odisha Politics
Advertisment
Advertisment