Advertisment

ଓଡ଼ିଶା ସରକାରଙ୍କ ଘୋଷଣା- ପୂରଣ ହେବ ୨୦ ହଜାର ଶିକ୍ଷକ ପଦବୀ

ରାଜ୍ୟରେ ସମଗ୍ର ଶିକ୍ଷା ନିୟମାବଳୀ ଅନୁଯାୟୀ, ୨୦ ହଜାର ଶିକ୍ଷକଙ୍କୁ ମିଳିବ ଯୋଜନା ଭିତ୍ତିକ ନିଯୁକ୍ତି। ୭ ବର୍ଷ ପରେ ଏହି ନିଯୁକ୍ତି ହେଉଥିବା ଗଣଶିକ୍ଷା ବିଭାଗ ସୂଚନା ଦେଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha govt Teacher Recruitment 2023

Odisha govt releases guidelines for recruitment of 20000 junior teachers

ରାଜ୍ୟରେ ସମଗ୍ର ଶିକ୍ଷା ନିୟମାବଳୀ ଅନୁଯାୟୀ, ୨୦ ହଜାର ଶିକ୍ଷକଙ୍କୁ ମିଳିବ ଯୋଜନା ଭିତ୍ତିକ ନିଯୁକ୍ତି। ୨୦ ହଜାର ପଦବୀ ପାଇଁ ଓସେପା ପକ୍ଷରୁ ବିଜ୍ଞାପନ ବାହାରିବ। ୨୦୧୬ ମସିହା ପରଠାରୁ ଶିକ୍ଷକ ନିଯୁକ୍ତି ବନ୍ଦ ଥିଲା। ୭ ବର୍ଷ ପରେ ଏହି ନିଯୁକ୍ତି ହେଉଥିବା ଗଣଶିକ୍ଷା ବିଭାଗ ସୂଚନା ଦେଇଛି। ଏସବୁ ଯୋଜନା ଭିତ୍ତିକ ନିଯୁକ୍ତି ହେବ।

Advertisment

ସମଗ୍ର ଶିକ୍ଷା ଅନ୍ତର୍ଗତ ନିଯୁକ୍ତି ହୋଇଥିଲେ ମଧ୍ୟ ସେମାନଙ୍କୁ ପରବର୍ତ୍ତୀ ସମୟରେ ରେଗୁଲାର କରିବାର ନିଷ୍ପତ୍ତି ନିଆଯାଇଛି। ରେଗୁଲାର କରାଯିବ କିନ୍ତୁ କେଉଁ ପ୍ରକ୍ରିୟାରେ ସେମାନେ ରେଗୁଲାର ହେବେ ତାହା ଆମେ ବିଜ୍ଞପ୍ତିରେ ଦେଇଛୁ ବୋଲି ଗଣଶିକ୍ଷା ବିଭାଗ ସଚିବ କହିଛନ୍ତି। ସେପଟେ ଏଭଳି ନିଯୁକ୍ତି ପ୍ରକ୍ରିୟାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ

ଅଧିକ ପଢ଼ନ୍ତୁ: ଭାରତୀୟ ନୌସେନାରେ ଚାକିରି ସୁଯୋଗ; ୧୦ମ ପିଲା କରିପାରିବେ ଆବେଦନ

ଏ ନିଯୁକ୍ତି କେବଳ ନିର୍ବାଚନ ପାଇଁ ବୋଲି କହିବା ସହ ଶିକ୍ଷକଙ୍କୁ କାହିଁକି ସିଧାସଳଖ ନିଯୁକ୍ତି ଦିଆଯାଉନାହିଁ ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କରିଛନ୍ତି। ବିଜେପି କହିଛି, ଏହା ନୂଆ ବୋତଲରେ ପୁରୁଣା ମଦ।

Advertisment

ଅନ୍ୟପକ୍ଷ, ଗଣଶିକ୍ଷା ବିଭାଗ ମନ୍ତ୍ରୀ ଏହାର ପ୍ରତିକ୍ରିୟା ରଖିଛନ୍ତି। ଠିକା ନିଯୁକ୍ତି ବିଷୟରେ ସମସ୍ତେ ଅବଗତ ଅଛନ୍ତି। ହାଇସ୍କୁଲ୍‌ କ୍ଷେତ୍ରରେ କ’ଣ ନିୟମ ଥିଲା, କ’ଣ ହୋଇଛି ତାକୁ ସମସ୍ତେ ଜାଣିଛନ୍ତି। ଯାହା ସରକାରଙ୍କ ନୀତିଗତ ନିଷ୍ପତ୍ତି ହେବ ସେହି ଅନୁସାରେ କାମ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

Govt Jobs Teacher Recruitment Teachers
Advertisment
Advertisment