ଝୁଲନ୍ତା ଅବସ୍ଥାରେ ବେଙ୍ଗାଲୁରୁର ଏକ ଫ୍ଲାଟ୍ରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁରପ୍ପାଙ୍କ ନାତୁଣୀ ସୌନ୍ଦର୍ଯ୍ୟାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୌନ୍ଦର୍ଯ୍ୟା ମାନସିକ ଅବସାଦ(ଡିପ୍ରେସନ୍)ରେ ରହୁଥିବାବେଳେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।
ଚୀନର ବିସ୍ତାରବାଦୀ ନୀତିକୁ ବିରୋଧ କ୍ଷେତ୍ରରେ ଭାରତର କୁଟନୈତିକ ଷ୍ଟ୍ରାଟେଜି ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି । ତଟ ସୁରକ୍ଷା ଲାଗି ଫିଲିପାଇନ୍ସ ନୌସେନା ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର କିଣିବ ।
୨୦୧୯-୨୦ ଆର୍ଥିକ ବର୍ଷରେ ଦେଶ ଏବଂ ରାଜ୍ୟର ରାଜନୈତିକ ଦଳ ମାନଙ୍କର ଜମା ସହ ସଂପତ୍ତିର ତାଲିକା ପ୍ରକାଶ କରିଛି ଆସୋସିଏସନ୍ସ ଫର ଡେମୋକ୍ରାଟିକ୍-ଏଡିଆର୍ ।
ମୋବାଇଲରେ ରିଚାର୍ଜ ପ୍ଲାନ ଗୁଡ଼ିକ ସାଧାରଣ ଭାବରେ ୨୮ ଦିନ ହିଁ ରହିଥାଏ କିନ୍ତୁ କମ୍ପାନୀମାନେ କହନ୍ତି ଏହା ସେମାନଙ୍କର ମାସିକ ପ୍ଲାନ। ଅନେକ ଥର ଗ୍ରାହକମାନେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି କମ୍ପାନୀ ଏନେଇ କର୍ଣ୍ଣପାତ କରିନଥିଲେ
ହେଲିକପ୍ଟରରୁ ଯୁଦ୍ଧ କଳା ପ୍ରଦର୍ଶନ ହେଉ କି ପାରାଚ୍ୟୁଟ୍ରୁ ଅବତରଣ ଭଳି ଦୁଃସାହସିକ ରଣ କୌଶଳ ପ୍ରଦର୍ଶନ । ସମସ୍ତ ଏହା ଦେଖି ଆତ୍ମ ବିଭୋର ହୋଇଥିଲେ । ସେନା ଭଳି ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ NCC କ୍ୟାଡେଟ୍ ମାନେ । NCC କ୍ୟାଡେଟ୍ଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନମୋହିଥିଲା ।
ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି କ୍ରୀଡାବିତ୍ ସମସ୍ତେ ମାରନ୍ତି ପୁଶ୍ ଅପ୍। ଆପଣ ଏମିତି ଅନେକ ପୁଶ୍ ଅପ୍ ଦେଖିଥିବେ। ହେଲେ ଦେଖି ନଥିବେ ଆଙ୍ଗୁଳି ଟିପରେ ନନଷ୍ଟପ ପୁଶ୍ ଅପ୍। ଆମ ଦେଶର ଏହି ଯୁବକ ମାତ୍ର ଏକ ମିନିଟରେ ୧୦୯ ଥର ପୁଶ ଅପ୍ କରି ସମସ୍ତ ରେକର୍ଡ ଭାଙ୍ଗିଛନ୍ତି ।
ଏନସିସିର କାର୍ଯ୍ୟକ୍ରମରେ ମୋଦି ଶିଖ ଲୁକ ସହ ଗାଢ଼ ସବୁଜ ରଙ୍ଗର ପଗଡି ପିନ୍ଧିଛନ୍ତି । ଏହା ବ୍ୟତୀତ ସେ କଳା ଚଷମା ମଧ୍ୟ ପିନ୍ଧିଛନ୍ତି ।
ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ପୁଣି ଥରେ ସ୍କୁଲ୍ ଖୋଲିବାକୁ ବିଚାର କରାଯାଉଛି। ଏଥିପାଇଁ କେନ୍ଦ୍ର ସରକାର ଖୁବ ଶୀଘ୍ର ଏକ ସ୍ୱତନ୍ତ୍ର ଆଡଭାଇଜରି ଜାରି କରିପାରନ୍ତି ବୋଲି ଜଣାପଡ଼ିଛି।
ବିଦେଶରେ ଦ୍ୱିତୀୟ ବିବାହ କଲେ, ଆସନ୍ତା ଥର ଆସିଲେ ସାଥୀରେ ନେଇଯିବି କହି ଠକୁଥିଲା ସ୍ୱାମୀ ,ଏବେ ଖୋଲିଲା ପୋଲ୍
‘ଭାଇ’ ବୋଲି ନଡାକିବାରୁ ନିଧୂର୍ମ ପିଟି ଚାଲିଲେ। ଏପରିକି ତଳେ ପଡ଼ିଥିବା ବିସ୍କୁଟ ଖାଇବାକୁ ମଧ୍ୟ ବାଧ୍ୟ କଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
କଂଗ୍ରେସରେ ତେଜିଲା ପଦ୍ମ ସମ୍ମାନ ଝଡ଼ । ପୁରୁଖା ରାଜନେତା ତଥା ଜାମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦଙ୍କୁ ପଦ୍ମ ଭୂଷଣ ସମ୍ମାନ ନେଇ କଂଗ୍ରେସରେ ଝଡ଼ । କପିଲ ସିବଲ, ଶଶୀ ଥରୁର, ଆନନ୍ଦ ଶର୍ମା ଓ ରାଜ ବବର୍ଙ୍କ ଭଳି ବରିଷ୍ଠ ନେତା ଆଜାଦଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ, ଗାନ୍ଧୀ ପରିବାର ଅନୁଗତ ଜୟରାମ ରମେଶ କଟାକ୍ଷ କରିଛନ୍ତି ।
ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଦେଶରେ ଏବେ ବି ଡେଲ୍ଟା ଭାରିଆଣ୍ଟ ସକ୍ରିୟ ଥିବା ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ(NCDC) ପକ୍ଷରୁ ସୂଚନା ଦିଆଯାଇଛି।
ଆଉ ମାସେ ଅର୍ଥାତ୍ ଫେବୃଆରୀ ୨୮ ପର୍ଯ୍ୟନ୍ତ କରୋନା କଟକଣାକୁ ବୃଦ୍ଧି କରାଯାଇଛି। ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଚିଠି କରି ଜଣାଇଛନ୍ତି।
ଏୟାର ଇଣ୍ଡିଆର ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି । ଏହାର ସମସ୍ତ ସେୟାର ଟାଲାସ୍ ପ୍ରାଇଭେଟ ଲିମିଟେଡ୍କୁ ଟ୍ରାନ୍ସଫର୍ କରାଯାଇଛି । ଏହି କମ୍ପାନି ବର୍ତ୍ତମାନଠାରୁ ଏୟାର ଇଣ୍ଡିଆର ନୂଆ ମାଲିକ ବୋଲି କହିଛନ୍ତି ତୁହିନକାନ୍ତ ।
ହୁସେନ୍ଙ୍କ ସାଇକେଲ୍ ଗଡ଼ିଲେ ତାଙ୍କ ଉପରେ ସମସ୍ତଙ୍କ ଆଖି ଲାଖି ରହୁଛି । ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ତାଙ୍କୁ ଚାହିଁ ରହୁଛନ୍ତି ।
ଅରୁଣାଚଳ ପ୍ରଦେଶର ନିଖୋଜ ଯୁବକ ମିରାମଙ୍କୁ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି ଭାରତୀୟ ସେନାକୁ ହସ୍ତାନ୍ତର କରିଛି ।
କମିଛି ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୭୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୮୬୦ ଟଙ୍କା ରହିଛି। ଆଜି ରୁପା ମୂଲ୍ୟ କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୦୦ ଟଙ୍କା କମି ୬୪,୨୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।
ଝାଡ଼ଖଣ୍ଡ ଗିରଡିହରେ ମାଓ ବର୍ବରତା । ମାଓବାଦୀମାନେ ବିସ୍ଫୋରଣ କରି ହାଓ୍ୱଡ଼ା-ନୂଆଦିଲ୍ଲୀ ରେଳ ଧାରଣା ଉଡ଼ାଇ ଦେଇଛନ୍ତି । ଘଟଣାସ୍ଥଳରେ ଆର୍ପିଏଫ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି ।
ସ୍ପାଇସ୍ ଜେଟ୍ ୧୫ ହଜାର ଶହେ କୋଟି ଟଙ୍କାରେ ବିଡ୍ ଦାଖଲ କରିଥିବା ବେଳେ ଟାଟ୍ ସନ୍ସ ପକ୍ଷରୁ ୧୮ ହଜାର କୋଟିର ବିଡିଂ କରାଯାଇଥିଲା।
କମିପାରେ କୋଭାକ୍ସିନ ଓ କୋଭିସିଲ୍ଡ ଦର । ଏହି ୨ଟି କରୋନା ଟିକାକୁ ଖୋଲା ବଜାରରେ ବିକ୍ରି ଅନୁମତି ମିଳିଲେ, ତାହା ଡୋଜ୍ ପ୍ରତି ୨୭୫ ଟଙ୍କାରେ ବିକ୍ରି ହୋଇପାରେ ।
ବରଫାବୃତ ପର୍ବତ ଶିଖରରେ, ବେଳାଭୂମିର ବାଲୁକା କଳାରେ । ଆଇସ୍ ସ୍କିରେ, ଆଇସ୍କ୍ରିମ୍ କାଠିରେ, କାଶ୍ମୀରରୁ କନ୍ୟାକୁମାରୀ, ବାଂଲାଦେଶ ସୀମାରୁ ଓ୍ୱାଘା-ଅଟାରୀ । ୭୩ ତମ ସାଧାରଣତନ୍ତ୍ର ଦିବସରେ ସବୁଠି ସଗର୍ବେ, ସଦର୍ପେ ଫରଫର ଉଡ଼ିଛି ତ୍ରିରଙ୍ଗା ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସମାରୋହରେ ଯୋଗ ଦେଇଥିଲେ ।
ଏବେ ଚାଲିଛି ବିବାହର ଋତୁ । ଆପଣ ନିଶ୍ଚୟ ସୁନା କିଣିବାକୁ ଚାହୁଂଥିବେ । ତେବେ ଜାଣି ନିଅନ୍ତୁ ଆଜି କେତେ ରହିଛି ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୭୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୮୬୦ ଟଙ୍କା ରହିଛି। ସେହିପରି ଆଜି ରୁପା କିଲୋଗ୍ରାମ ପ୍ରତି ୩୦୦ ଟଙ୍କା କମି ୬୪,୭୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ପ୍ରଧାନମନ୍ତ୍ରୀ ମୋଦି ତା ମୁଣ୍ଡରେ ହାତ ମାରି ସାବାସି ଦେଇଥିଲେ
Railway Recruitment Board ର ନନ୍-ଟେକ୍ନିକାଲ୍ ପପୁଲାର କ୍ୟାଟେଗୋରୀ(RRB-NTPC) ପରୀକ୍ଷାକୁ ନେଇ ବିହାରରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀମାନେ ଏକ ପାସେଞ୍ଜର ଟ୍ରେନ୍ ଜାଳି ଦେଇଛନ୍ତି।