/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643258665.jpg)
Naxals Blow Up Portion Of Howrah-New Delhi Rail Track In Jharkhand
ଝାଡ଼ଖଣ୍ଡ ଗିରଡିହରେ ମାଓ ବର୍ବରତା । ମାଓବାଦୀମାନେ ବିସ୍ଫୋରଣ କରି ହାଓ୍ୱଡ଼ା-ନୂଆଦିଲ୍ଲୀ ରେଳ ଧାରଣା ଉଡ଼ାଇ ଦେଇଛନ୍ତି । ଘଟଣାସ୍ଥଳରେ ଆର୍ପିଏଫ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି । ବିସ୍ଫୋରଣ ପରେ ସେହି ରୁଟରେ ଚଳାଚଳ କରୁଥିବା ଅନେକ ଟ୍ରେନ୍ର ରୁଟ୍ରେ ପରିବର୍ତ୍ତନ କରାଯାଇଛି ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଝାଡଖଣ୍ଡର ଗିରିଡିହ ଜିଲ୍ଲାରେ ନକ୍ସଲମାନେ ଏକ ରେଳ ଟ୍ରାକ୍ ବିସ୍ଫୋରଣ କରିଥିଲେ । ଫଳରେ ଧାନବାଡ ରେଳ ବିଭାଗ ନିକଟରେ ଚିଚାକି ଏବଂ କରିମାବାଦ ରେଳ ଷ୍ଟେସନରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ହେତୁ ହାଓ୍ୱଡ଼ା-ନୂଆଦିଲ୍ଲୀ ରେଳ ମାର୍ଗରେ ଟ୍ରେନ୍ ଚଳାଚଳକୁ ସ୍ଥଗିତ କରାଯାଇଛି ।
ବିସ୍ଫୋରଣ ପରେ ରେଳବାଇ ଦ୍ୱାରା ସତର୍କତାମୂଳକ ପଦକ୍ଷେପ ଭାବରେ ଏହି ମାର୍ଗ ଦେଇ ଯାଉଥିବା ଅନେକ ଟ୍ରେନର ରୁଟ୍ରେ ପରିବର୍ତ୍ତନ କରାଯାଇଛି । ଏହାସହ ଅନେକ ଟ୍ରେନର ଗତିକୁ ନିୟନ୍ତ୍ରଣ କରାଯାଇଛି ।
ଦୁର୍ଘଟଣାରେ କୌଣସି ବିଶେଷ କ୍ଷୟକ୍ଷତି ହୋଇନଥିବାର ଜଣାପଡିଛି । ହେଲେ ସୁରକ୍ଷା ଦୃଷ୍ଟିରୁ ଅନେକ ଟ୍ରେନ୍ ଏହି ରୁଟରୁ ଅଟକି ରହିଛି। ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)