ପ୍ରେସିଡେଣ୍ଟସ୍ ବଡି ଗାର୍ଡର ଅଶ୍ୱାରୋହୀ ଦଳର ବିଶାଳ ଶୋଭାଯାତ୍ରାରେ ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ନୂଆଦିଲ୍ଲୀର ରାଇସିନା ହିଲ୍ରୁ ସାଉଥ୍ ବ୍ଲକ୍ ଓ ନର୍ଥ ବ୍ଲକ୍ ଦେଇ ବିଜୟ ଚୌକ ଆଉ ଲେଠୁ ଦେଇ ସଂସଦ ଭବନ ପର୍ଯ୍ୟନ୍ତ ଏହି ସମାରୋହ ହୋଇଥିଲା। ବଜେଟ୍ ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି ମହାମହିମ ରାଷ୍ଟ୍ରପତିଙ୍କୁ ଏମିତି ଉଚ୍ଛ୍ୱସିତ ପରିବେଶରେ ପାଛୋଟି ଆଣାଯାଇଥିଲା ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍କୁ
ଆପଣ କ୍ରିପ୍ଟୋକରେନ୍ସିରେ ନିବେଶ କରିବାକୁ ଚାହୁଁଛନ୍ତି କି? ଜାଣିଛନ୍ତି କି କ୍ରିପ୍ଟୋକରେନ୍ସିରେ କେମିତି ହେଉଛି କାରବାର? ବ୍ୟାଙ୍କ ଏବଂ ମ୍ୟୁଚୁଆଲ୍ ଫଣ୍ଡଠାରୁ କ୍ରିପ୍ଟୋକରେନ୍ସିରେ କେମିତି ମିଳୁଛି ଅଧିକ ରାଶି ରିଟର୍ଣ୍ଣ? କଣ ରହିଛି ଏହା ପଛର ଗୁଢ଼ ରହସ୍ୟ? ଏଥର ବଜେଟ୍ ୨୦୨୨-୨୩ରେ ଭାରତ ସରକାର କ୍ରିପ୍ଟୋ କରେନ୍ସି କାରବାରକୁ କରିବେ କି ବୈଧ୍ୟ ଘୋଷଣା?
ସଂସଦରେ ୨୦୨୧-୨୨ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ ଅର୍ଥାତ୍ ଜିଡିପି ୮ରୁ ୮.୫ ପ୍ରତିଶତ ବଢିବା ନେଇ ଏଥିରେ ଆକଳନ କରାଯାଇଛି।
ବିଶ୍ୱରେ ସର୍ବାଧିକ ମୋବାଇଲ ଉତ୍ପାଦନ ଏବେ ଭାରତରେ ହେଉଛି । ଆଗକୁ ହାଇେୱେ, ରେଲୱେ, ଏୟାରୱେଜ୍ ଏକାଠି କାମ କରିବେ । ଏବେ ଦେଶର ଜାତୀୟ ରାଜପଥ ୧.୪୦ ଲକ୍ଷ କିଲୋମିଟରକୁ ବୃଦ୍ଧି ପାଇଛି ।
ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ଡିଜିପି ଅଭିବୃଦ୍ଧି ୮-୮.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଉଛି ।
ଚାକିରିରୁ ବାହାର କରି ଦେଲେ ବୋଲି ରାଗ ଶୁଝାଇଲେ, ଡାକ୍ତରଙ୍କ ପୁଅକୁ ଅପହରଣ ପରେ ହତ୍ୟା
ଆଗାମୀ ୨ ବର୍ଷ ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର ଏକ ଅଂଶ ହୋଇଯିବ । କେନ୍ଦ୍ରମନ୍ତ୍ରୀ କପିଲ୍ ପାଟିଲ ଏହି ମନ୍ତବ୍ୟ ଦେଇଛନ୍ତି ।
ବେଙ୍ଗାଲୁରୁରେ କରୋନା ନିୟମ ମାନି ଖୋଲିଲା ସ୍କୁଲ, କଲେଜ । ଦୀର୍ଘ ଦିନ ପରେ ସ୍କୁଲକୁ ଯାଇ ଖୁସି ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ ।
ଏବେ ଚାଲିଛି ବିବାହର ଋତୁ । ଆପଣ ନିଶ୍ଚୟ ସୁନା କିଣିବାକୁ ଚାହୁଁଥିବେ ।ତେବେ ସୁନା କିଣିବା ପୂର୍ବରୁ ଜାଣି ନିଅନ୍ତୁ କେତେ ରହିଛି ସୁନାର ଦାମ୍ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩,୮୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୯୨୦ ଟଙ୍କା ରହିଛି। ଆଜି ରୁପା ମୂଲ୍ୟ କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୧,୨୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ରିୟାଣା ପୋଲିସର ସବ୍-ଇନ୍ସପେକ୍ଟର ୯ କୋଟି ଟଙ୍କା ମୂଲ୍ୟର ବିଟକଏନ୍ ପାଇଁ ଅପହରଣକାରୀ ହେବାକୁ ପଛାଇ ନାହାନ୍ତି । ସେ ତାଙ୍କର ଚାରିଜଣ ସହଯୋଗୀଙ୍କ ସହ ଜୟପୁରରୁ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ତାଙ୍କ ମୋବାଇଲରୁ ୯ କୋଟି ଟଙ୍କା ମୂଲ୍ୟର ୩୦ ବିଟକଏନ୍ ଅନ୍ୟ ଆକାଉଣ୍ଟକୁ ସ୍ଥାନାନ୍ତର କରିନେଇଛନ୍ତି ।
ଫେବୃଆରୀ ୧ରେ ସଂସଦରେ ବଜେଟ୍ ଉପସ୍ଥାପନ କରାଯିବ । ଏହାପୂର୍ବରୁ ଆଜି ଅର୍ଥାତ୍ ୩୧ ଜାନୁଆରୀରେ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ସୋମବାର ଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହେଉଛି ।
ଶ୍ରୀଲଙ୍କାରେ ଖାଦ୍ୟ ସଙ୍କଟ ଗଭୀର ହେବାରେ ଲାଗିଛି । ଏହି ସମୟରେ ସରକାର ସମସ୍ତ ନାଗରିକଙ୍କୁ ନିଜସ୍ୱ ପନିପରିବା ଚାଷ କରିବାକୁ ଅନୁରୋଧ କରିଛନ୍ତି । ଏଥିପାଇଁ ସରକାର ଜମି ଅନୁଯାୟୀ ଲୋକଙ୍କୁ ଆର୍ଥିକ ସହାୟତା ମଧ୍ୟ ଦେଉଛନ୍ତି। ଏହା କୃଷି ଉତ୍ପାଦନରେ ଉନ୍ନତି ଆଣିବ ବୋଲି ସରକାର କହିଛନ୍ତି ।
ଉତ୍ତର ପ୍ରଦେଶ କାନପୁରରେ ଗତକାଲି ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କ ଜୀବନ ଚାଲି ଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ,ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।
ଆଜିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ଆଜି ବଜେଟ ଅଧିବେଶନର ପ୍ରଥମ ଦିନ ହୋଇଥିବାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ରାଜ୍ୟସଭା ଓ ଲୋକସଭାର ସାଂସଦଙ୍କୁ ଏକାଠି ସମ୍ବୋଧନ କରିବେ ।
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩,୮୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୯୨୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୧,୧୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ଘର ଛାଡ଼ି ପଳାଇ ଆସିଥିବା ଜଣେ ୧୪ ବର୍ଷୀୟ ଯୁବତୀଙ୍କୁ ପରିବାର ଲୋକଙ୍କ ସହ ପୁନଃମିଳନ କରାଇଲେ ଅଟୋ ଡ୍ରାଇଭର। ଗାଡ଼ି ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏହା ସମ୍ଭବପର ହୋଇପାରିଲା।
ପାର୍କିଂ ଫି ଆଦାୟ ଆଇନସମ୍ମତ ନୁହେଁ । ଏବେ ମଲରେ ପାର୍କିଂ ଫି ନେଉଛ, ଆଗକୁ ଲିଫ୍ଟ ଚାର୍ଜ ନେବ । ପାର୍କିଂ ଫି ଆଦାୟ ଆଦୌ ଗ୍ରହଣୀୟ ନୁହେଁ ବୋଲି ସଫା ସଫା କହିଛନ୍ତି ହାଇକୋର୍ଟ ।
୨୦ ଦିନରେ ୧ କୋଟି ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି । ଦେଶରେ କରୋନା ସଂକ୍ରମଣ କମୁଛି, ଏହା ସକରାତ୍ମକ ସଙ୍କେତ । ସମସ୍ତେ ସୁରକ୍ଷିତ ରହୁନ୍ତୁ, ଆର୍ଥିକ ଗତିବିଧି ଜାରି ରହୁ ।
ପାଗଳ କରିଛି ଦେଶପ୍ରେମ। ୫୦ ଲକ୍ଷ ଟଙ୍କାର ଚାକିରି ଛାଡ଼ି ଦେଶର ଗରିବ ଲୋକଙ୍କ ସେବା କରୁଛନ୍ତି ଯୁବ IPS ସନ୍ତୋଷ ମିଶ୍ରା। ଡ୍ୟୁଟି ସରିବା ପରେ ସ୍କୁଲରେ ପାଠ ପଢାଉଛନ୍ତି ପୁଣି ରାସ୍ତାରେ ଥିବା ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି...ତାଙ୍କ କାମକୁ ନେଇ ଦେଶରେ ଏବେ ଭାରି ଚର୍ଚ୍ଚା
ଆପଣ iPhone 13କୁ ମାତ୍ର ୬,୨୦୦ ଟଙ୍କାରେ କିଣିପାରିବେ ! କଥା ଶୁଣିକି ଅଜବ ଲାଗୁଥିଲେ ମଧ୍ୟ ଏହାକୁ କିଣିବା ମଧ୍ୟ ଏକ ପ୍ରକାର ଅଜବ ଭଳି।
‘ପାପା, ମୁଁ ବାହା ହୋଇସାରିଛି। ଟେନ୍ସନ୍ ଦିଅନ୍ତୁନି’... ଭିଡିଓ ଓ ଫଟୋ ଛାଡ଼ି ଏଭଳି କିଛି କହିଛନ୍ତି ବିହାରର ଜଣେ ଯୁବତୀ। ଯୁବତୀ ଜଣକ ନିଜ ଅପହରଣ FIR ଘଟଣାକୁ ମିଥ୍ୟା ବୋଲି କହିଛନ୍ତି।
ଜୈସ୍-ଏ-ମହମ୍ମଦ ଓ ଲସ୍କରର ୫ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିହତଙ୍କ ମଧ୍ୟରେ ଅଛି ଜୈସ୍-ଏ-ମହମ୍ମଦ କମାଣ୍ଡର ଜାହିଦ୍ ଓ୍ୱାନି ।
ମୃତ୍ୟୁ ପୂର୍ବରୁ ୫ ଜଣଙ୍କୁ ନୂଆ ଜୀବନ ଦେଇଗଲେ ଜଣେ ଓଡ଼ିଆ। ନାଁ ସୁଶୀଲ ସାହୁ ଆଉ ଘର ଗଞ୍ଜାମ ବେଲଗୁଣ୍ଠା ବ୍ଳକ୍ ଅଲାଡିରେ। ପରିବାର ପୋଷଣ ପାଇଁ କାମ କରିବାକୁ ସୁରଟ ଯାଇଥିଲେ ସୁଶୀଲ
ସଂକ୍ରମଣ ଭୟ ଥିବାରୁ ବନ୍ଦ କରିଦେଲେ କ୍ୟାମ୍ପେନ୍ । ରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହା ଡୋର୍ ଟୁ ଡୋର କ୍ୟାମ୍ପେନ୍ ବନ୍ଦ କରି ଦେଇଛନ୍ତି ।
ପୁଣି କମିଲା ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩,୮୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୯୨୦ ଟଙ୍କା ରହିଛି। ଆଜି ରୁପା ମୂଲ୍ୟ କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୨,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।