• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାଇକେଲ ପାଇଁ ଚର୍ଚ୍ଚାରେ ସାଇକେଲ ମାଲିକ । ଯୁଆଡ଼େ ଯାଉଛନ୍ତି, ଲୋକେ ତାଙ୍କୁ ଚାହିଁ ରହିଛନ୍ତି । ଅନେକ ଲୋକ ସାଇକେଲ୍ ସହ ସେଲ୍ଫି ମଧ୍ୟ ନେଉଛନ୍ତି । ଉତ୍ତରପ୍ରଦେଶର ପିଲଭିତରେ ଏପରି ଏକ ସ୍ୱତନ୍ତ୍ର ସାଇକେଲ ଚର୍ଚ୍ଚାର ବିଷୟ ପାଲଟିଛି । ରାସ୍ତାରେ ସାଇକେଲ୍ ଗଡ଼ିବା ସମୟରେ ଅନ୍ୟ ସବୁ ଯାନବାହାନ ଛୋଟ ନଜର ଆସୁଛନ୍ତି । ଭିନ୍ନ ଦେଖାଯିବା ଇଚ୍ଛା ଥିବାରୁ ଏତେ ବଡ଼ ସାଇକେଲ ତିଆରି କରିଛନ୍ତି ମାଲିକ । ଅମାତ ହୁସେନ୍ ଛଅ ଫୁଟ ଉଚ୍ଚ ସାଇକେଲରେ ଯାଉଥିବା ବେଳେ ସମସ୍ତଙ୍କ ଆଖି ତାଙ୍କ ଉପରେ ଲାଖି ରହୁଛି ।

ଉତ୍ତରପ୍ରଦେଶରେ ବର୍ତ୍ତମାନ ନିର୍ବାଚନୀ ମାହୋଲ୍ ସରଗରମ ଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଦଳ ସହିତ କିନ୍ତୁ ଏହି ସାଇକେଲର କୌଣସି ସମ୍ପର୍କ ନାହିଁ । ଅଖିଳେଶ ଯାଦବଙ୍କ ପାଇଁ ନିର୍ବାଚନ ପ୍ରଚାର କରୁନାହାନ୍ତି ଅମାତ ହୁସେନ୍ । ନିର୍ବାଚନ ତଥା ପ୍ରଚାର ପାଇଁ ସାଇକେଲ ତିଆରି କରିନଥିବା ସେ ସ୍ପଷ୍ଟ କରିଛନ୍ତି । ନିଜ ସଉକ ପାଇଁ ସେ ଏହି ଉଚ୍ଚ ସାଇକେଲରେ ଯିବାଆସିବା କରନ୍ତି ।

ପିଲଭିତର ଚିଡିଆଡା ଗାଁର ବାସିନ୍ଦା ହୁସେନ୍ । ଦେବୀପୁର ଛକ ନିକଟରେ ତାଙ୍କର ଏକ ଗ୍ରିଲ୍ ଦୋକାନ ରହିଛି । ଏହାସହ ସେ ସାଇକେଲ ମରାମତି କାମ ମଧ୍ୟ କରନ୍ତି । ହୁସେନ୍ କୁହନ୍ତି, ସେ ବହୁତ ଗରିବ । ହେଲେ ରାସ୍ତାରେ ଯାଉଥିବା ସମୟରେ ସବୁଠାରୁ ଭିନ୍ନ ଦେଖାଯିବାକୁ ଚାହାନ୍ତି । ଆଉ ଏହି ଆଶା ରଖି ସେ ୬ ଫୁଟିଆ ସାଇକେଲ ତିଆରି କରିଥିବା କହିଛନ୍ତି ।

ତେବେ ହୁସେନ୍‌ଙ୍କ ସେହି ଇଚ୍ଛା ଆଜି ପୂରଣ ହୋଇଛି । ଯିଏ ବି ସାଇକେଲକୁ ଦେଖୁଛି, ଘଡିଏ ଚାହିଁ ରହୁଛି । କେହି କେହି ତାଭ୍କୁ ଅଟକାଇ ସାଇକେଲ ବିଷୟରେ ପଚରାଉଚରା କରୁଛନ୍ତି । ଏତେ ଡେଙ୍ଗା ସାଇକେଲ୍ ତିଆରି କରିବା ପଛର କାରଣ ପଚାରୁଛନ୍ତି । ଆଉ କେହି କେହି ତ ସାଇକେଲ ଓ ହୁସେନ୍‌ଙ୍କ ସହ ସେଲଫି ନେଉଛନ୍ତି ।