/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643253465.jpg)
COVID 19 ।Covaxin, Covishield Vaccines Likely To Cost Rs 275 After Market Nod
କମିପାରେ କୋଭାକ୍ସିନ ଓ କୋଭିସିଲ୍ଡ ଦର । ଏହି ୨ଟି କରୋନା ଟିକାକୁ ଖୋଲା ବଜାରରେ ବିକ୍ରି ଅନୁମତି ମିଳିଲେ, ତାହା ଡୋଜ୍ ପ୍ରତି ୨୭୫ ଟଙ୍କାରେ ବିକ୍ରି ହୋଇପାରେ ।
ବର୍ତ୍ତମାନ ଉଭୟ ଭ୍ୟାକ୍ସିନ୍ରେ ୧୫୦ ଟଙ୍କା ସର୍ଭିସ୍ ଚାର୍ଜକୁ ମିଶାଇ ଘରୋଇ ହସ୍ପିଟାଲରେ ଡୋଜ୍ ପ୍ରତି ଦର କୋଭାକ୍ସିନର ୧୨ଶହ ଟଙ୍କା ଓ କୋଭିସିଲ୍ଡ ୭୮୦ ଟଙ୍କା ରହିଛି । ତେବେ ଏହାକୁ ହ୍ରାସ କରି ଏକ ନିର୍ଦ୍ଦିଷ୍ଟ ଦାମ୍ ଧାର୍ଯ୍ୟ କରିବାକୁ ସରକାର ଜାତୀୟ ଔଷଧ ଦର ନିୟାମକ NPPAକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ଭ୍ୟାକ୍ସିନର ଡୋଜ୍ ପ୍ରତି ଦାମ୍ ୨୭୫ ଟଙ୍କା ହେଲେ, ତା ସହିତ ୧୫୦ ଟଙ୍କା ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ ।ପୂର୍ବରୁ ଭାରତ ବାୟୋଟେକ୍ର କୋଭାକ୍ସିନ ଓ ସେରମ୍ ଇନ୍ଷ୍ଟିଟ୍ୟୁଟ୍ର କୋଭିସିଲ୍ଡ ଟିକାକୁ କେବଳ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା । ତେବେ ଏହି ୨ ଫାର୍ମା କଂପାନୀ ଟିକାକୁ ଖୋଲା ବଜାରରେ ବିକ୍ରି କରିବା ପାଇଁ DCGIର ଅନୁମତି ଲୋଡ଼ିଥିଲେ। ବହୁ ତର୍ଜମା ପରେ ଚୂଡ଼ାନ୍ତ ଅନୁମୋଦନ ପାଇଁ DCGIକୁ ବିଶେଷଜ୍ଞ କମିଟି ପକ୍ଷରୁ ସୁପାରିଶ କରାଯାଇଛି ।
ଅନ୍ୟପକ୍ଷେ, ଲୋକଙ୍କୁ ଏନ-୯୫ ଅଥବା କେଏନ-୯୫ ମାସ୍କ ସୁରକ୍ଷିତ ରଖିପାରିବ ବୋଲି ବୈଜ୍ଞାନିକମାନେ ମତ ପରାମର୍ଶ ଦେଇଛନ୍ତି । ଏଥିରେ ସର୍ଜିକାଲ ମାସ୍କ ମଧ୍ୟ ପ୍ରଭାବୀ ହେଉଥିବା ଦେଖାଯାଇଛି। ତେବେ କରୋନା ଦାଉରୁ ବଞ୍ଚିବାକୁ ହେଲେ ଏପରି ମାସ୍କରୁ ଦୁଇଟି ଲଗାଇବାକୁ ପଡିବ। ଯଦି କେହି କପଡା ମାସ୍କ ପିନ୍ଧୁଛନ୍ତି ତେବେ ୩ ଲେୟାର ସିଲେଇ ହୋଇଥିବା ମାସ୍କ ପିନ୍ଧିବା ଆବଶ୍ୟକ କାରଣ ଏହା ଆପଣଙ୍କୁ କେବଳ କୋଭିଡ କି ଓମିକ୍ରନ ନୁହେଁ ସବୁ ପ୍ରକାରର ଭୂତାଣୁ ସଂକ୍ରମଣରୁ ସୁରକ୍ଷା ଦେଇପାରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)