• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀର କରିଆପ୍ପା ଗ୍ରାଉଣ୍ଡରେ ଏନସିସିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏନସିସି ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ପ୍ରତିବର୍ଷ ୨୮ ଜାନୁଆରୀରେ ଆୟୋଜିତ ହୋଇଥାଏ ଉତ୍ସବ । ତେବେ ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ମୋଦି ଶିଖ ଲୁକ ସହ ଗାଢ଼ ସବୁଜ ରଙ୍ଗର ପଗଡି ପିନ୍ଧିଛନ୍ତି । ଏହା ବ୍ୟତୀତ ସେ କଳା ଚଷମା ମଧ୍ୟ ପିନ୍ଧିଛନ୍ତି ।

ଏନସିସି କାର୍ଯ୍ୟକ୍ରମରେ ଚିତ୍ତାକର୍ଷକ ପରେଡ୍ ପ୍ରଦର୍ଶନ କରିଛନ୍ତି କ୍ୟାଡେଟ । ହେଲିକପଟରରୁ ଯୁଦ୍ଧ କଳା ପ୍ରଦର୍ଶନ ହେଉ କି ପାରାଚ୍ୟୁଟରୁ ଅବତରଣ ଭଳି ଦୁଃସାହସିକ ରଣ କୌଶଳ ପ୍ରଦର୍ଶନ କରିଥିଲେସମର ଶିକ୍ଷାର୍ଥୀ ବାହିନୀ । ସେନା ଭଳି ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ NCC କ୍ୟାଡେଟ୍ ମାନେ ।  NCC କ୍ୟାଡେଟଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନମୋହିଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ କ୍ୟାଡେଟ୍ ମାନଙ୍କୁ ମେଡାଲ ପ୍ରଦାନ କରିଥିଲେ । 

 ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଏନସିସି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି , ମୁଁ ଆଜି ଗର୍ବିତ । ଅତୀତରେ ମୁଁ ଆପଣଙ୍କ ପରି ଏନସିସିର ଜଣେ ସକ୍ରିୟ କ୍ୟାଡେଟ୍ ରହିସାରିଛି । ଏନସିସିରେ ମିଳିଥିଲା ଦେଶ ପ୍ରତି ଦାୟିତ୍ୱ ତୁଲାଇବାରେ ଅପାର ଶକ୍ତି  ।  ଦୁଇ ବର୍ଷ ଭିତରେ ସୀମାନ୍ତ ଅଞ୍ଚଳରେ ଏକ ଲକ୍ଷରୁ ଅଧିକ NCC କ୍ୟାଡେଟଙ୍କୁ ସାମିଲ କରାଯାଇଛି ।

 କେନ୍ଦ୍ର ସରକାର NCCକୁ ସୁଦୃଢ କରିବା ଅନେକ ପଦକ୍ଷେପ ନେଉଛନ୍ତି । ରାଲିରେ ଅଧିକ ସଂଖ୍ୟକ ଛାତ୍ରୀ ଭାଗ ନେଉଥିବା ଦେଶର ଏକ ବଡ଼ ପରିବର୍ତ୍ତନ ବୋଲି କହିଛନ୍ତି ମୋଦି । ବର୍ତ୍ତମାନ ଦେଶର ଝିଅମାନେ ସୈନିକ୍ ସ୍କୁଲରେ ଆଡମିଶନ ନେଉଛନ୍ତି । ମହିଳାମାନେ ସେନାରେ ବଡ଼ ଦାୟିତ୍ୱ ତୁଲାଉଛନ୍ତି । ସେହିପରି ଦେଶର ଝିଅମାନେ ବାୟୁସେନାରେ ଯୁଦ୍ଧ ବିମାନ ଉଡ଼ାଉଛନ୍ତି । ଏଭଳି ସ୍ଥିତିରେ ଅଧିକରୁ ଅଧିକ ଝିଅଙ୍କୁ ଏନସିସିରେ ସାମିଲ କରିବା ପାଇଁ ପ୍ରୟାସ କରିବା ଜରୁରୀ ।   ଏହି ଅବସରରେ ଯୁବକ ମାନଙ୍କୁ ଦେଶ ସହ ଯୋଡ଼ି ହେବାକୁ ପ୍ରଧାନମନ୍ତ୍ରୀ  ଆହ୍ୱାନ ଦେଇଛନ୍ତି  ।  

ଏହାପୂର୍ବରୁ ବୁଧବାର ଦିନ ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ମୋଦି ଉତ୍ତରାଖଣ୍ଡ ଟୋପି ଏବଂ ମଣିପୁରର ପାରମ୍ପାରିକ ଗାମୁଛା ପକାଇଥିବା ଦେଖିବାକୁ ମିଳିଥିଲା, ଯାହା ସମସ୍ତଙ୍କର ଦୃଷ୍ଟି ମଧ୍ୟ ଆକର୍ଷଣ କରିଥିଲା । ରାଜପଥରେ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଅଂଶଗ୍ରହଣ କରିବା ପୂର୍ବରୁ ମୋଦି ପାରମ୍ପାରିକ କୁର୍ତ୍ତା ପାଇଜାମା ସହ ଉଭୟ ରାଜ୍ୟର ପାରମ୍ପାରିକ ବସ୍ତ୍ର ପରିଧାନ କରି ରାଷ୍ଟ୍ରୀୟ ସମର ସ୍ମାରକରେ ପହଞ୍ଚିଥିଲେ।