• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତ ଫେରିଲେ ଅରୁଣାଚଳ ପ୍ରଦେଶରୁ ନିଖୋଜ ହୋଇଥିବା ଯୁବକ । ଚୀନ ସେନା ପକ୍ଷରୁ ଯୁବକ ଜଣଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତର କରାଯାଇଛି । ଯୁବକ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଥିବା କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି । କିଛି ଦିନ ତଳେ ଅରୁଣାଚଳ ପ୍ରଦେଶ ସୀମାରୁ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ । ଯୁବକ ଜଣଙ୍କୁ ଉଦ୍ଧାର କରାଯାଇଥିବା ଚୀନ ସେନା ପକ୍ଷରୁ ଜଣାଇ ଦିଆଯାଇଥିଲା । ଏହାପରେ ଯୁବକଙ୍କୁ ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ତେବେ ଅରୁଣାଚଳ ପ୍ରଦେଶ ସୀମାରୁ ଯୁବକଙ୍କୁ ଅପହରଣ କରି ନେଇଯାଇଥିବା ଇଷ୍ଟ ଅରୁଣାଚଳ ପ୍ରଦେଶ ସାଂସଦ ତାପିର ଗାଓ ପୂର୍ବରୁ ଅଭିଯୋଗ କରିଥିଲେ । ଚୀନ୍‌ ସେନା ତାଙ୍କୁ ବନ୍ଦୀ କରି ନେଇଥିବା ସେ କହିଥିଲେ । ଏପରିକି ତାଙ୍କୁ ଉଦ୍ଧାର କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ଏହା ପରେ ଭାରତୀୟ ସେନା ଏହି ଯୁବକକୁ ଖୋଜିବା ଆରମ୍ଭ କରି ଚାଇନା ସେନାକୁ ସୂଚନା ମାଗିଥିଲେ । ଯୁବକଙ୍କ ବିଷୟରେ ସେମାନଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି ପ୍ରଥମେ ଚୀନ୍ ସେନା ପକ୍ଷରୁ କୁହାଯାଇଥିଲା । କିନ୍ତୁ ଗତକାଲି ଯୁବକ ଜଣକ ତାଙ୍କ ପାଖରେ ଥିବା କହିଥିଲା ଚୀନ୍ ସେନା ।

ସୂଚନା ଅନୁଯାୟୀ ଗତ କିଛି ଦିନ ପୂର୍ବରୁ ଭାରତ ସୀମା ଭିତରେ ପଶି ପିଏଲ୍‌ଏ ଯୁବକଙ୍କୁ ବଳ ପୂର୍ବକ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ଅରୁଣାଚଳ ପ୍ରଦେଶର ସିୟୁଙ୍ଗଲାର ଲୁଙ୍ଗଟା ଜୋର ଅଞ୍ଚଳରେ ରହୁଥିବା ୧୭ ବର୍ଷୀୟ ଯୁବକ ଜାନୁଆରୀ ୧୮ରୁ କଥିତ ରୂପେ ନିଖୋଜ ଥିଲେ ।