/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643345348.jpg)
Youth Man Assaulted As He Didn't Say 'Bhai'
‘ଭାଇ’ ବୋଲି ନଡାକିବାରୁ ନିଧୂର୍ମ ପିଟି ଚାଲିଲେ। ଏପରିକି ତଳେ ପଡ଼ିଥିବା ବିସ୍କୁଟ ଖାଇବାକୁ ମଧ୍ୟ ବାଧ୍ୟ କଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଜଣେ ୨୦ ବର୍ଷୀୟ ଯୁବକଙ୍କ ସହ କିଛି ଲୋକ ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି। ମହାରାଷ୍ଟ୍ର ପୁଣେରେ ଏହି ଅମାନବୀୟ ଘଟଣା ଘଟିଛି। ଗୁରୁବାର ଦିନ ପୋଲିସ୍ ଘଟଣା ସମ୍ପର୍କରେ ସୂଚନା ଦେବା ସହ ୩ ଜଣଙ୍କୁ ଗିରଫ କରିଛି। ଏଥିସହ ୨ ଜଣ ନାବାଳକଙ୍କୁ ମଧ୍ୟ ପୋଲିସ୍ ଧରିଛି।
ସୂଚନା ଅନୁସାରେ, ପୁଣେ ପିମ୍ପରି-ଚିଞ୍ଚୱାଡ୍ର ଥେରଗାଓଁରେ ମଙ୍ଗଳବାର ଏହି ଘଟଣା ଘଟିଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ଯୁବକଙ୍କୁ ବେଲ୍ଟରେ ପିଟୁଛନ୍ତି। ଏହାପରେ ଆଉ କିଛି ଲୋକ ଆସି ଏଥିରେ ସାମିଲ ହୋଇଥିଲେ ଓ ସମ୍ପୃକ୍ତ ଯୁବକଙ୍କୁ ପିଟି ଚାଲିଥିଲେ। ଖାଲି ଏତିକି ନୁହେଁ ତଳେ ପଡ଼ିଥିବା ବିସ୍କୁଟ୍ ଖାଇବାକୁ ମଧ୍ୟ ସେମାନେ ଯୁବକଙ୍କୁ ବାଧ୍ୟ କରିଥିଲେ।
ୱକାଡ ପୋଲିସ୍ ସୂଚନା ଅନୁସାରେ, ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ‘ଭାଇ’ ବୋଲି ସମ୍ବୋଧନ ନକରି ତାଙ୍କ ନାଁ ଧରି ଡାକିଥିଲେ। ଯାହାକୁ ନେଇ ଅଭିଯୁକ୍ତ ଜଣକ ରାଗି ଯାଇଥିଲେ ଓ ଯୁବକଙ୍କୁ ପିଟିବା ଆରମ୍ଭ କରି ଦେଇଥିଲେ। ଏହାପରେ ଅନ୍ୟମାନେ ଆସି ଯୁବକଙ୍କ ମାଡ଼ ମାରିଥିଲେ।
ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍ ୫ ଜଣଙ୍କୁ ଧରିଛି। ସେମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି। ଏହାସହ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)