Advertisment

ଖୋଲିବ କି ସ୍କୁଲ୍‌ ? ଖୁବ୍‌ଶୀଘ୍ର ଜାରି ହୋଇପାରେ ଆଡଭାଇଜରି

ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ପୁଣି ଥରେ ସ୍କୁଲ୍‌ ଖୋଲିବାକୁ ବିଚାର କରାଯାଉଛି। ଏଥିପାଇଁ କେନ୍ଦ୍ର ସରକାର ଖୁବ ଶୀଘ୍ର ଏକ ସ୍ୱତନ୍ତ୍ର ଆଡଭାଇଜରି ଜାରି କରିପାରନ୍ତି ବୋଲି ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Advisory On Reopening Schools Soon

Advisory On Reopening Schools Soon

କରୋନା ପାଇଁ ସ୍କୁଲ୍‌ ବନ୍ଦ ଥିବାରୁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। କରୋନାର ପ୍ରଥମ ଓ ଦ୍ୱିତୀୟ ଲହର କମିବା ପରେ ଦେଶରେ କେତେକ ସ୍ଥାନରେ ସ୍କୁଲ୍‌ ଖୋଲିଥିଲା। କିନ୍ତୁ ତୃତୀୟ ଲହର ଆସିବା ପରେ ପୁଣି ସ୍କୁଲ୍‌ ବନ୍ଦ ହୋଇଯାଇଥିଲା। ମୋଟାମୋଟି ଭାବେ ୨ ବର୍ଷ ହେଲାଣି ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି।

Advertisment

ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଥିଲେ ମଧ୍ୟ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ଏଥିରୁ ବଞ୍ଚିତ ହୋଇଛନ୍ତି। କାରଣ କାହା ପାଖରେ ମୋବାଇଲ ନାହିଁ, ତ କେଉଁଠି ନେଟଓ୍ୱର୍କ ନାହିଁ। ତେଣୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ପୁଣି ଥରେ ସ୍କୁଲ୍‌ ଖୋଲିବାକୁ ବିଚାର କରାଯାଉଛି। ଏଥିପାଇଁ କେନ୍ଦ୍ର ସରକାର ଖୁବ ଶୀଘ୍ର ଏକ ସ୍ୱତନ୍ତ୍ର ଆଡଭାଇଜରି ଜାରି କରିପାରନ୍ତି ବୋଲି ଜଣାପଡ଼ିଛି। ଏନେଇ ଏକ୍ସପର୍ଟ ଗ୍ରୁପର ବିଶେଷଜ୍ଞଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ପରାମର୍ଶ ମାଗିଛନ୍ତି।  

ଏହି ଆଡଭାଇଜରି ଆଧାରରେ ଛାତ୍ରଛାତ୍ରୀମାନେ ସ୍କୁଲ୍‌ରେ ପାଠପଢ଼ିବେ। ଏତଦ୍‌ବ୍ୟତୀତ ଛାତ୍ରଛାତ୍ରୀମାନେ କରୋନାରେ ବିଶେଷ ସଂକ୍ରମିତ ହେଉ ନାହାନ୍ତି। ତେଣୁ ଆଡଭାଇଜରି ପ୍ରସ୍ତୁତ ବେଳେ ଏହାକୁ ମଧ୍ୟ ବିଚାରକୁ ନିଆଯାଇପାରେ। ୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ମଧ୍ୟ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ୧,୬୪,୪୪,୭୩,୨୧୬ ଜଣଙ୍କ ଟିକାକରଣ ସରିଲାଣି। ତେଣୁ ସଂକ୍ରମଣର ଭୟ ଏତେଟା ନଥିବା କୁହାଯାଉଛି।

Advertisment
Reopening School
Advertisment
Advertisment