Advertisment

ଦୀର୍ଘ ୬୯ ବର୍ଷ ପରେ ଟାଟା ହାତକୁ ଫେରିବ ଏୟାର୍ ଇଣ୍ଡିଆ

ସ୍ପାଇସ୍ ଜେଟ୍ ୧୫ ହଜାର ଶହେ କୋଟି ଟଙ୍କାରେ ବିଡ୍ ଦାଖଲ କରିଥିବା ବେଳେ ଟାଟ୍ ସନ୍ସ ପକ୍ଷରୁ ୧୮ ହଜାର କୋଟିର ବିଡିଂ କରାଯାଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
AIR India

AIR India

ନୂଆଦିଲ୍ଲୀ: ସରକାରଙ୍କ ଅଧୀନରେ ଥିବା ବିମାନ ଚଳାଚଳ କମ୍ପାନୀ ଏୟାର ଇଣ୍ଡିଆ ଆଜି ଟାଟା ଗ୍ରୁପ୍ ହାତକୁ ହସ୍ତାନ୍ତର ହେବା ସମ୍ଭାବନା ରହିଛି। ଗତ ଅକ୍ଟୋବର ମାସରେ ହୋଇଥିବା ନିଲାମ ପ୍ରକ୍ରିୟାରେ ଟାଟା ଗ୍ରୁପ୍ ଏୟାର ଇଣ୍ଡିଆକୁ କିଣିଥିଲା। ୧୮ ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ କିଣିଛି ଟାଟା ଗ୍ରୁପ। ଆଜି ଟାଟା ଗ୍ରୁପ୍ ପକ୍ଷରୁ ମୁମ୍ବାଇରୁ ୪ଟି ରୁଟରେ ବିମାନ ଚଳାଚଳ କରିବ। 

Advertisment

ମୁମ୍ବାଇ-ଦିଲ୍ଲୀ ରୁଟରେ ୨ଟି, ମୁମ୍ବାଇ-ଆବୁଧାବି ଓ ମୁମ୍ବାଇ -ବେଙ୍ଗାଲୁରୁ ରୁଟ୍‌ରେ ବିମାନ ଚାଲିବ। ଏହି ବିମାନଗୁଡିକରେ ଉନ୍ନତମାନର ଭୋଜନ ଯୋଗାଇ ଦିଆଯିବ। ଦୀର୍ଘ ୬୯ ବର୍ଷ ପରେ ପୁଣି ଟାଟା ହାତକୁ ଫେରିବ ଏୟାର୍ ଇଣ୍ଡିଆ। କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ ବିକିବା ଲାଗି ୨୦୧୭ ମସିହାରେ ପ୍ରକ୍ରିୟା ଆରମ୍ଭ କରାଯାଇଥିଲେ ୨୦୨୦ ଡିସେମ୍ବର ସୁଦ୍ଧା ସରକାର ୭ଟି ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ ପାଇଥିଲେ।

ତେବେ ଟାଟା ସନ୍ସ ଓ ଅଜୟ ସିଂହଙ୍କ ସ୍ପାଇସ ଜେଟ୍ ପକ୍ଷରୁ ବିଡ୍ ଦାଖଲ କରାଯାଇଥିଲା। ସ୍ପାଇସ୍ ଜେଟ୍ ୧୫ ହଜାର ଶହେ କୋଟି ଟଙ୍କାରେ ବିଡ୍ ଦାଖଲ କରିଥିବା ବେଳେ ଟାଟ୍ ସନ୍ସ ପକ୍ଷରୁ ୧୮ ହଜାର କୋଟିର ବିଡିଂ କରାଯାଇଥିଲା।

Advertisment

ଟାଟା ଗ୍ରୁପ୍ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ଶତ ପ୍ରତିଶତ ଅଂଶଧନ ହାସଲ କରିଥିବା ବେଳେ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କଂପାନି ଏୟାର-ଇଣ୍ଡିଆ ସ୍ୟାଟ୍ସର ୫୦ ପ୍ରତିଶତ ଅଂଶଧନର ମାଲିକାନା ପାଇଛି। ୨୦୦୩-୦୪ ଆର୍ଥିକ ବର୍ଷ ପରଠାରୁ ଏହା କେନ୍ଦ୍ର ସରକାରଙ୍କ ପ୍ରଥମ ଘରୋଇକରଣ ପ୍ରକ୍ରିୟା। ଟାଟା ଗ୍ରୁପ୍ ଏୟାର ଇଣ୍ଡିର ଶତ ପ୍ରତିଶତ ସେୟାର ହାସଲ କରିଛି।

Spice Jet Air India Tata Group
Advertisment
Advertisment