Advertisment

ଡିପ୍ରେସନରେ ଥିଲେ ୟେଦୁରପ୍ପାଙ୍କ ଡାକ୍ତର ନାତୁଣୀ,୪ ମାସ ଛୁଆର ଭଲ ପାଇବା ମଧ୍ୟ ବଦଳାଇ ପାରିଲାନି ନିଷ୍ପତ୍ତି...

ଝୁଲନ୍ତା ଅବସ୍ଥାରେ ବେଙ୍ଗାଲୁରୁର ଏକ ଫ୍ଲାଟ୍‌ରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁରପ୍ପାଙ୍କ ନାତୁଣୀ ସୌନ୍ଦର୍ଯ୍ୟାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୌନ୍ଦର୍ଯ୍ୟା ମାନସିକ ଅବସାଦ(ଡିପ୍ରେସନ୍‌)ରେ ରହୁଥିବାବେଳେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 BS Yediyurappa granddaughter Soundarya Death

BS Yediyurappa granddaughter Soundarya Death

ଝୁଲନ୍ତା ଅବସ୍ଥାରେ ବେଙ୍ଗାଲୁରୁର ଏକ ଫ୍ଲାଟ୍‌ରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁରପ୍ପାଙ୍କ ନାତୁଣୀ ସୌନ୍ଦର୍ଯ୍ୟାଙ୍କ ମୃତଦେହ ଉଦ୍ଧାର ହୋଇଛି। ସନ୍ଦିଗ୍ଧ ଅବସ୍ଥାରେ ଗତକାଲି ବେଙ୍ଗାଲୁରୁ ସ୍ଥିତ ଆପାର୍ଟମେଣ୍ଟରେ ସୌନ୍ଦର୍ଯ୍ୟାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ସୌନ୍ଦର୍ଯ୍ୟାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Advertisment

ସୌନ୍ଦର୍ଯ୍ୟାଙ୍କ ବୟସ ୩୦ ବର୍ଷ ହୋଇଥିବା ବେଳେ ପେଶାରେ ସେ ଜଣେ ଡାକ୍ତର ଥିଲେ। ଯେଉଁ ପ୍ରାଇଭେଟ୍‌ ହସ୍ପିଟାଲ୍‌ରେ ସୌନ୍ଦର୍ଯ୍ୟା ଡାକ୍ତର ଥିଲେ ସେହି ହସ୍ପିଟାଲ୍‌ର ଡାକ୍ତର ନୀରଜ ଏସ୍‌ଙ୍କୁ ସେ ୨ ବର୍ଷ ପୂର୍ବେ ବିବାହ କରିଥିଲେ। ସବୁଦିନ ଭଳି ଗତକାଲି ସକାଳ ୮ଟାରେ ନୀରଜ ଅଫିସ ବାହାରି ଯାଇଥିଲେ। ସୌନ୍ଦର୍ଯ୍ୟା ଓ ତାଙ୍କର ୪ ମାସର ଶିଶୁ ଘରେ ଏକାକୀ ଥିଲେ। 

ଘରେ କାମ କରୁଥିବା ଚାକରାଣୀ ସୌନ୍ଦର୍ଯ୍ୟାଙ୍କ ରୁମ୍‌ର କବାଟ ବାଡ଼େଇଥିଲେ, ହେଲେ ସେ କବାଟ ଖୋଲି ନଥିଲେ। ଏନେଇ ଚାକରାଣୀ ନୀରଜଙ୍କୁ ଜଣାଇଥିଲେ। ଏହାଶୁଣି ନୀରଜ ସୌନ୍ଦର୍ଯ୍ୟାଙ୍କୁ ଫୋନ୍‌ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରିନଥିଲା। ଶେଷରେ ନୀରଜ ଘରେ ପହଞ୍ଚି କବାଟ ଭାଙ୍ଗି ଥିଲେ ଓ ଝୁଲନ୍ତା ଅବସ୍ଥାରେ ସୌନ୍ଦର୍ଯ୍ୟାଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। 

Advertisment

ମିଳିଥିବା ସୂଚନା ଅନୁସାରେ, ସୌନ୍ଦର୍ଯ୍ୟା ମାନସିକ ଅବସାଦ(ଡିପ୍ରେସନ୍‌)ରେ ରହୁଥିବାବେଳେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଘଟଣା ସମ୍ପର୍କରେ ପୋଲିସ ଏକ ମାମଲା ଦାଏର କରି ତଦନ୍ତ ଚଳାଇଛି। ଗର୍ଭାବସ୍ଥା ପରେ ସେ ଡିପ୍ରେସନରେ ଥିଲେ ବୋଲି ସୂଚନା ମିଳିଛି। 

ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁକୁ ନେଇ କର୍ଣ୍ଣାଟକ ଗୃହମନ୍ତ୍ରୀ କହିଛନ୍ତି, ସୌନ୍ଦର୍ଯ୍ୟା ଗର୍ଭାବସ୍ଥା ପରେ ଡିପ୍ରେସନର ଶିକାର ହୋଇଥିଲେ। ଅନେକ ଥର ନିଜେ ୟେଦୁରପ୍ପା, ସୌନ୍ଦର୍ଯ୍ୟାଙ୍କୁ ନେବା ଆଣିବା କରୁଥିଲେ। ସେ(ସୌନ୍ଦର୍ଯ୍ୟା) ଡିପ୍ରେସନରେ ଥିଲେ ବୋଲି ସମସ୍ତେ ଏହି କଥା ଜାଣନ୍ତି।

Yediyurappa Granddaughter Death BS Yediyurappa Granddaughter Soundarya
Advertisment
Advertisment