/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643366761.jpg)
Narendra Modi At NCC
ଦିଲ୍ଲୀ କାରିଆପ୍ପା ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ NCC ରାଲି ଅନୁଷ୍ଠିତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହି ପରେଡ୍ର ଗାର୍ଡ ଅଫ ଅନର ଗ୍ରହଣ କରିଥିଲେ । କାରିଆପ୍ପା ପରେଡ୍ ଗ୍ରାଉଣ୍ଡରେ ଚମତ୍କାର ଓ ଚିତାକର୍ଷକ ପରେଡ ପ୍ରଦର୍ଶନ କରିଥିଲେ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍ ।
ହେଲିକପ୍ଟରରୁ ଯୁଦ୍ଧ କଳା ପ୍ରଦର୍ଶନ ହେଉ କି ପାରାଚ୍ୟୁଟ୍ରୁ ଅବତରଣ ଭଳି ଦୁଃସାହସିକ ରଣ କୌଶଳ ପ୍ରଦର୍ଶନ । ସମସ୍ତ ଏହା ଦେଖି ଆତ୍ମ ବିଭୋର ହୋଇଥିଲେ । ସେନା ଭଳି ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ NCC କ୍ୟାଡେଟ୍ ମାନେ । NCC କ୍ୟାଡେଟ୍ଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନମୋହିଥିଲା ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କ୍ୟାଡେଟ୍ ମାନଙ୍କୁ ମେଡାଲ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦୁଇ ବର୍ଷ ଭିତରେ ସୀମାନ୍ତ ଅଞ୍ଚଳରେ ଏକ ଲକ୍ଷରୁ ଅଧିକ NCC କ୍ୟାଡେଟ୍ଙ୍କୁ ସାମିଲ କରାଯାଇଛି । ତେବେ ସେ ନିଜେ NCCର ସକ୍ରିୟ ସଦସ୍ୟ ହୋଇଥିବାରୁ ଗର୍ବ ଅନୁଭବ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । କେନ୍ଦ୍ର ସରକାର NCCକୁ ସୁଦୃଢ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ରାଲିରେ ଅଧିକ ସଂଖ୍ୟକ ଛାତ୍ରୀ ଭାଗ ନେଉଥିବା ଦେଖି ଏହା ଦେଶରେ ଏକ ବଡ଼ ପରିବର୍ତ୍ତନ ବୋଲି କହିଛନ୍ତି ମୋଦି । ଦେଶ ସହ ଯୋଡ଼ି ହେବାକୁ ଏହି ଅବସରରେ ଯୁବକ ମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)