/odishatv-khabar/media/post_attachments/uploadimage/library/16_9/16_9_0/push_up_1643365717.jpg)
push up
ବୟସ ମାତ୍ର ୨୪ । ଆଙ୍ଗୁଳି ଟିପରେ କରୁଛନ୍ତି ନନଷ୍ଟପ ପୁଶ ଅପ୍। ଥରେ ନୁହେଁ, ଗୋଟିଏ ମିନିଟରେ କଲେ ୧୦୯ ଥର ପୁଶ୍ ଅପ୍ । ଏବେ ଗିନିସ୍ ବୁକ୍ ଅଫ୍ ରେକର୍ଡରେ ପାଇଲେ ସ୍ଥାନ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
ମଣିପୁରର ଯୁବକ ୨୪ ବର୍ଷୀୟ ଯୁବକ ଥୌନାଓଜାମ୍ ନିରଞ୍ଜୋୟ ସିଂହ । ଏକ ମିନିଟ୍ରେ ଆଙ୍ଗୁଳି ଟିପ ସାହାଯ୍ୟରେ ୧୦୯ ଥର ପୁଶ୍ ଅପ୍ କରି ଗିନିସ୍ ରେକର୍ଡ କରିଛନ୍ତି । ଗିନିସ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ଲାଗି ମଣିପୁର ଇମ୍ଫାଲର ଆଜଟେକ୍ ଫାଇଟ୍ସ ଷ୍ଟୁଡିଓରେ ଆଜ୍ଟେକ୍ ସ୍ପୋର୍ଟସ୍ ପକ୍ଷରୁ ଗତ ସପ୍ତାହରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍ ରିଜିଜୁ ଟ୍ୱିଟର କରି ଏଭଳି ଅନନ୍ୟ ରେକର୍ଡ ପାଇଁ ଥୌନାଓଜାମ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ମଣିପୁରୀ ଯୁବକ ଥୌନାଓଜାମ୍ଙ୍କର ଅବିଶ୍ୱସନୀୟ ଶକ୍ତି ଦେଖି ଅଭିଭୂତ ହେଲି । ତାଙ୍କର ଏହି ଉପଲବ୍ଧିକୁ ନେଇ ମୁଁ ଖୁବ୍ ଗର୍ବିତ । ତାଙ୍କୁ ଅନେକ ଅଭିନନ୍ଦନ।
ପୂର୍ବରୁ ଆଙ୍ଗୁଳି ଟିପ ସାହାଯ୍ୟରେ ଏକ ମିନିଟ୍ରେ ସର୍ବାଧିକ ପୁଶ୍ ଅପ୍ କରିବାର ବିଶ୍ୱ ରେକର୍ଡ ବ୍ରିଟେନ୍ର ଗ୍ରାହାମ୍ ମାଲେଙ୍କ ନାମରେ ଥିଲା । ୨୦୦୯ ମସିହାରେ ସେ ଏହି ରେକର୍ଡ କରିଥିଲେ। ଦୀର୍ଘ ୧୩ ବର୍ଷ ପରେ ମାଲେଙ୍କ ରେକର୍ଡ ଜଣେ ଭାରତୀୟ ଭାଙ୍ଗିବା ଐତିହାସିକ ମୁହୂର୍ତ୍ତ ବୋଲି କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)