ଆଜିକାଲି ସମସ୍ତେ କୁକୁର ପ୍ରେମରେ ପଡିଛନ୍ତି । ହେଲେ ଏ ଯୁବତୀ ଜଣକ କୁକୁର ବଦଳରେ କଅଁଳା ବାଛୁରୀକୁ ଆଦରି ନେଇଛନ୍ତି। କାରରେ ବସାଇ ବୁଲାଉଛନ୍ତି ସହର ସହର...
ଜନଧନ ଆକାଉଣ୍ଟରେ ଜମା ହେଲା ୧୫ ଲକ୍ଷ, ଖୁସି ହୋଇ ଘର କରିଦେଲେ ହିତାଧିକାରୀ। କିନ୍ତୁ ପରେ ବ୍ୟାଙ୍କ ଅଫିସର ଆସି ଘରେ ପହଞ୍ଚିଲେ, କହିଲେ ଆକାଉଣ୍ଟରେ ଆସିଥିବା ୧୫ ଲକ୍ଷ ଦିଅ। ଆଉ ତା’ପରେ ଦେଖନ୍ତୁ ହେଲା କ’ଣ?
ବିଶ୍ୱରେ ରେକର୍ଡ କରୁଛି କାଚା ବାଦାମ ଗୀତ। ସୋସିଆଲ ମିଡିଆରୁ ମୋବାଇଲ ରିଂ ଟ୍ୟୁନ ସବୁଠି ରାଜ କରୁଛି ଏ ଗୀତଟି। ହେଲେ ଏ ଗୀତ ପଛର ଦୁଃଖ ଜାଣିଲେ ଆପଣ ବି ଦୁଃଖ ଅନୁଭବ କରିବେ। କାଚା ବାଦାମ ଗୀତର ମୂଳ ଗୀତିକାର ଭୁବନ ବାଦ୍ୟକର ଆଜିବି ଆଗଭଳି ଗାଁ ଗାଁ ବୁଲି ବାଦାମ ବିକି ଚଳୁଛନ୍ତି...
ଶିକ୍ଷାନୁଷ୍ଠାନରେ ହିଜାବକୁ ବ୍ୟାନ କରିବା ସହ ଏକପ୍ରକାର ୟୁନିଫର୍ମ ପିନ୍ଧିବା ଲାଗି ନିର୍ଦ୍ଦେଶନାମା ଜାରି କରିଥିଲେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ସମାନତା ରକ୍ଷା ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ତରଫରୁ କୁହାଯାଇଥିଲା ।
ମାୟାଙ୍କ ପରି ସ୍ୱାସ୍ଥ୍ୟକର୍ମୀଙ୍କୁ ଶତ ଶତ ପ୍ରଣାମ । ବିନା ଛୁଟିରେ ସେ ଏକ ବର୍ଷ ପାଇଁ କାମ କରିଛନ୍ତି ।
ପୁଣି ବଢିଲା ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୫୮୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୬୬୦ ଟଙ୍କା ରହିଛି । ଆଜି ରୁପା କିଲୋଗ୍ରାମ ପ୍ରତି ୬୨,୫୬୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ମହାରାଷ୍ଟ୍ର ଔରଙ୍ଗାବାଦ ଜିଲ୍ଲା ପୈଠକ ଗ୍ରାମର ଜ୍ଞାନେଶ୍ୱର ଓଟେ । ବ୍ୟାଙ୍କ୍ ଅଫ୍ ବରୋଦାରେ ତାଙ୍କର ଜନଧନ ଖାତା ରହିଛି । ୨୦୨୧ ଅଗଷ୍ଟ ୧୭ ତାରିଖରେ ତାଙ୍କ ଜନଧନ ଆକାଉଣ୍ଟ କୁ ୧୫ ଲକ୍ଷ ୩୪ ହଜାର ୬୨୪ ଟଙ୍କା ଆସିଥିଲା । ଏତେ ଟଙ୍କା ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ଖୁସି ମଧ୍ୟ ହୋଇଯାଇଥିଲେ
ଆଗ ଭୋଟ୍ ତା ପରେ ବୋହୂ । ଉତ୍ତରପ୍ରଦେଶର ମୁଜଫରନଗରରେ ବର ବେଶରେ ଆଜି ଭୋଟ୍ ଦେଇଛନ୍ତି ଜଣେ ଯୁବକ ଅଙ୍କୁର ବଲିଆନ୍ ।
ପଦ୍ମ ଧରିଲେ ରେସଲର୍ ଦି ଗ୍ରେଟ୍ ଖଲି ।
ମାର୍କେଟ୍କୁ ସର୍ପ୍ରାଇଜ୍ ଦେଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI)। ଆଜି ଘୋଷିତ ହୋଇଥିବା ମୁଦ୍ରାନୀତିରେ ରେପୋ ରେଟ୍ ଓ ରିଭର୍ସ ରେପୋ ରେଟ୍କୁ ଅପରିବର୍ତ୍ତିତ ରଖାଯାଇଛି।
୨୦୧୮-୨୦୨୦ ମଧ୍ୟରେ ଋଣବୋଝ ଓ ବେକାରୀ ସମସ୍ୟା ପାଇଁ ୨୫,୦୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି।
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଚାଲିବ।
ଉତ୍ତର ପ୍ରଦେଶର ଉଦାହରଣ ଦେଇ ମୋଦି କହିଛନ୍ତି ଯେ, ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ରାଜ୍ୟରେ ଗୁଣ୍ଡାରାଜ ଖତମ୍ ହେବା ସହ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି ।
କର୍ଣ୍ଣାଟକରେ ତେଜିଲା ହିଜାବ ବିବାଦ। ଉଡ଼ୁପି ମହାତ୍ମା ଗାନ୍ଧି କଲେଜରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ପରିସ୍ଥିତି ଏପରି ହୋଇଥିଲା କି, ଗୋଟିଏ ଗୋଷ୍ଠୀ ହିଜାବରେ ଅନ୍ୟ ଏକ ଗୋଷ୍ଠୀ ଗେରୁଆ ଟୋପି ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜି ସକାଳୁ କଲେଜର ଛାତ୍ରୀ ପୂର୍ବ ଭଳି ହିଜାବ୍ ପିନ୍ଧି ଆସିଥିଲେ। ହେଲେ ଏହାକୁ ବିରୋଧ କରିଥିଲେ ଅନ୍ୟ ଛାତ୍ରଛାତ୍ରୀ।
ନଗ୍ନ ଶରୀର, ସିଗାରେଟ୍ରେ ଜଳାଯାଇଥିବା ଚିହ୍ନ, ନଖ ସାହାଯ୍ୟରେ ତଡ଼ା ଯାଇଛି ଆଖି, ବେକ ପାଖରେ ରହିଛି ଜୋତା ଚିହ୍ନ...ଉତ୍ତରପ୍ରଦେଶ କାନପୁରରେ ୧୦ ବର୍ଷୀୟ ଶିଶୁର ମୃତଦେହ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି।
୪୮ ଘଣ୍ଟା ପରେ ପାହାଡ଼ ଖୋଲରୁ ଉଦ୍ଧାର ହେଲେ ଯୁବକ। ଦୁଇ ଦିନ ଧରି ପାହାଡ଼ ଖୋଲରେ ଫସି ରହିଥିବା ଜଣେ ଯୁବକଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
କଲେଜ ଓ ସ୍କୁଲରେ ୟୁନିଫର୍ମ ପିନ୍ଧି ଆସିବାକୁ କୁହାଯାଇଛି।
କଂଗ୍ରେସକୁ ଧୁଲେଇ କଲେ ମୋଦି । ଦେଶର ସବୁ ସମସ୍ୟା ପାଇଁ କଂଗ୍ରେସକୁ ଦାୟୀ କଲେ ପ୍ରଧାନମନ୍ତ୍ରୀ ମୋଦି ।
ସର୍ବସମ୍ମୁଖରେ ଜଣେ ସାମ୍ବାଦିକଙ୍କୁ ପ୍ରବଳ ମାଡ଼ ମାରିଛନ୍ତି ଦୁଇ ଜଣ କନଷ୍ଟେବଳ ।
ଟୋଲ୍ ମାଗିବାରୁ ଟୋଲ୍ ଆଦାୟ କରୁଥିବା କର୍ମଚାରୀଙ୍କ ଉପରେ ଆକ୍ରମଣ । ଟୋଲ୍ ପ୍ଲାଜାରେ ଲାଗିଥିବା ସିସିଟିଭିରେ ଏହି ପୂରା ଘଟଣା କଏଦ ହୋଇଛି ।
ଓଡ଼ିଶା, ନାଗାଲାଣ୍ଡ ଓ ଗୋଆର ଉଦାହରଣ ଦେଲେ ପ୍ରଧାନମନ୍ତ୍ରୀ ମୋଦି
ଜେଲରେ ଦଣ୍ଡ ଭୋଗୁଥିବା ରାମ ରହିମକୁ ତିନି ସପ୍ତାହର ଛୁଟି (ଫର୍ଲୋ) ଦିଆଯାଇଛି। ପଞ୍ଜାବ ନିର୍ବାଚନ ୨୦୨୨ ପୂର୍ବରୁ ଡେରା ସଚ୍ଚା ସୌଦା ମୁଖ୍ୟ ଗୁର୍ମିତ ରାମ ରହିମ୍ ଜେଲରୁ ବାହାରକୁ ଆସୁଛି। ଗୁର୍ମିତ ରାମ ରହିମ୍ ତାର ଦୁଇ ଶିଷ୍ୟାଙ୍କୁ ବଳାତ୍କାର ମାମଲାରେ ବର୍ତ୍ତମାନ ରୋହତକର ସୁନାରିୟା ଜେଲରେ ରହୁଛି ।
କମିଲା ସୁନା ଦର । ଭାରତୀୟ ବଜାରରେ ସୁନାର ଦାମ୍ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୫,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୨୦୦ ଟଙ୍କା ରହିଛି। ଆଜି ରୁପା ମୂଲ୍ୟ କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୧,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇ ହୁତୁହୁତୁ ହୋଇ ଜଳିଗଲା କାର୍। ଜୀଅନ୍ତା ଜଳିଗଲେ ଗାଡ଼ିରେ ଥିବା ୪ ଜଣ। କାର୍ରେ ନିଆଁ ଲାଗି ଯିବା ପରେ ଜୀବନ ବଞ୍ଚାଇବା ଲାଗି ଗାଡ଼ି ଭିତରେ ଥିବା ଲୋକମାନେ ଆକୁଳ ଚିତ୍କାର କରୁଥିଲେ।
ମୁମ୍ବାଇର ଶିବାଜୀ ପାର୍କରେ ଶୋକାକୂଳ ପରିବେଶରେ ଲତାଙ୍କୁ ବିଦାୟ ଦେଇଛି ଦେଶ। ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସଂପନ୍ନ ହୋଇଛି ଶେଷକୃତ୍ୟ। ପଞ୍ଚଭୂତରେ ଲୀନ ହୋଇଛି ସୁର ସାମ୍ରାଜ୍ଞୀଙ୍କ ପାର୍ଥିବ ଶରୀର। ଆଜିକୁ ୨୯ ଦିନ ଧରି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ମେଲୋଡ଼ି କୁଇନ ସକାଳ ୮ଟା ୧୨ ମିନିଟରେ ଇହଲୀଳା ସମ୍ବରଣ କରିବା ପରେ ସ୍ତବ୍ଧ ହୋଇଯାଇଥିଲା ଦେଶ।