Advertisment

ଚମକାଇ ଦେଲା ADR ରିପୋର୍ଟ: ସମାଜବାଦୀ ପାର୍ଟି ସବୁଠୁ ଧନୀ

୨୦୧୯-୨୦ ଆର୍ଥିକ ବର୍ଷରେ ଦେଶ ଏବଂ ରାଜ୍ୟର ରାଜନୈତିକ ଦଳ ମାନଙ୍କର ଜମା ସହ ସଂପତ୍ତିର ତାଲିକା ପ୍ରକାଶ କରିଛି ଆସୋସିଏସନ୍ସ ଫର ଡେମୋକ୍ରାଟିକ୍-ଏଡିଆର୍ ।

author-image
Sarbeswar
ADR

ADR

ଜାତୀୟ ଏବଂ ରାଜନୈତିକ ଦଳ ମାନଙ୍କରେ କାହାର କେତେ ସମ୍ପତ୍ତି? ADR ରିପୋର୍ଟରେ ସାମ୍ନାକୁ ଆସିଲା ତଥ୍ୟ। ଆଞ୍ଚଳିକ ଦଳ ମାନଙ୍କ ଭିତରେ ସମାଜବାଦୀ ପାର୍ଟି ସବୁଠୁ ଧନୀ ହୋଇଥିବା ବେଳେ ବିଜେଡିର ସମ୍ପତ୍ତି ରହିଛି ସମୁଦାୟ ୧୨୮ କୋଟି ୭୫୨ ଟଙ୍କା । ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶ ଏବଂ ରାଜ୍ୟର ରାଜନୈତିକ ଦଳ ମାନଙ୍କର ଜମା ସହ ସଂପତ୍ତିର ତାଲିକା ପ୍ରକାଶ କରିଛି ଆସୋସିଏସନ୍ସ ଫର ଡେମୋକ୍ରାଟିକ୍-ଏଡିଆର୍ ।ଯେଉଁଥିରେ ବିଜେଡିର ୧୧୮ ଦଶମିକ ୪୨ କୋଟି ଟଙ୍କାର ବ୍ୟାଙ୍କ ଫିକ୍ସଡ଼ ଡିପୋଜିଟ୍ ରହିଥିବାବେଳେ ସମୁଦାୟ ସମ୍ପତ୍ତି ରହିଛି ୧୨୮ କୋଟି ୭୫୨ ଟଙ୍କା।

Advertisment

ଏଡିଆର୍ ରିପୋର୍ଟ ଅନୁଯାୟୀ, ଫିକ୍ସଡ ଡିପୋଜିଟ୍ କ୍ଷେତ୍ରରେ ୧୦ଟି ଶ୍ରେଷ୍ଠ ଆଞ୍ଚଳିକ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଅଷ୍ଟମ ସ୍ଥାନରେ ରହିଛି ବିଜେଡି। ତେବେ ଜାତୀୟ ଦଳ ଭାବେ ବିଜେପି ଏବଂ ତା’ ପଛକୁ ବିଏସ୍ପିର ଅଧିକ ସମ୍ପତ୍ତି ରହିଛି। ବିଜେପିର ୩ ହଜାର ୨ ଶହ ୫୩ କୋଟି ଟଙ୍କା ରହିଥିବାବେଳେ ବିଏସ୍ପିର ରହିଛି ୬୧୮ ଦଶମିକ ୮୬ କୋଟି ଟଙ୍କା। ସେହିପରି କଂଗ୍ରେସର ୨୪୦ ଦଶମିକ ୯୦ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ ଥିବା ରିପୋର୍ଟରେ ଦର୍ଶାଇଛି ADR। ତେବେ ୭ଟି ଜାତୀୟ ସ୍ତରର ରାଜନୈତିକ ଦଳ ମଧ୍ୟରୁ ବିଜେପିର ସମ୍ପତ୍ତି ସର୍ବାଧିକ ୪ ହଜାର ୮ଶହ ୪୭ ଦଶମିକ ୭୮ କୋଟି ଟଙ୍କା ବୋଲି ADR ରିପୋର୍ଟରେ ଦର୍ଶାଇଛି।

ADR Report
Advertisment
Advertisment