Advertisment

୨ ଦିନ ପାହାଡ଼ ଖୋଲରେ ଫସି ରହିଥିଲେ ଯୁବକ; ତଥାପି ବଞ୍ଚିବାର ଆଶା ଛାଡ଼ି ନଥିଲେ, ଶେଷରେ ହେଲା ଚମତ୍କାର...

୪୮ ଘଣ୍ଟା ପରେ ପାହାଡ଼ ଖୋଲରୁ ଉଦ୍ଧାର ହେଲେ ଯୁବକ। ଦୁଇ ଦିନ ଧରି ପାହାଡ଼ ଖୋଲରେ ଫସି ରହିଥିବା ଜଣେ ଯୁବକଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Kerala Youth Trapped On Hill For 2 Days

Kerala Youth Trapped On Hill For 2 Days

୪୮ ଘଣ୍ଟା ପରେ ପାହାଡ଼ ଖୋଲରୁ ଉଦ୍ଧାର ହେଲେ ଯୁବକ। ଦୁଇ ଦିନ ଧରି ପାହାଡ଼ ଖୋଲରେ ଫସି ରହିଥିବା ଜଣେ ଯୁବକଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କେରଳର ପଲକ୍କଡରେ ପାହାଡ଼ରେ ଚଢ଼ିବା ବେଳେ ଆର୍‌ ବାବୁ ନାମକ ଜଣେ ଯୁବକ ସୋମବାର ଦିନଠୁ ପାହାଡ଼ ଖୋଲରେ ଫସି ଯାଇଥିଲେ। ସେବେଠୁ ତାଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ରହିଥିଲା। ଏପରିକି ତାଙ୍କ ପାଖରେ ଖାଦ୍ୟ, ପାନୀୟ ପହଞ୍ଚାଇବା ପାଇଁ ମଧ୍ୟ ଉଦ୍ଧାରକାରୀ ଦଳ ପ୍ରୟାସ ଜାରି ରଖିଥିଲେ। ଶେଷରେ ଆଜି ସକାଳେ ସେନାର ଯବାନମାନେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।

Advertisment

ଉଦ୍ଧାର ପରେ ଆର୍‌ ବାବୁଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଥିଲା। ସେନାର ଯବାନଙ୍କ ମଝିରେ ସେ ଛିଡ଼ା ହୋଇଥିବା ନଜର ଆସିଛି। ଏଥିପାଇଁ ସେ ଭାରତୀୟ ସେନାଙ୍କୁ ଅଶେଷ ଧନ୍ୟବାଦ ଜଣାଇବା ସହ ‘Army ki jai, Bharat mata ki jai’ ସ୍ଲୋଗାନ ଦେଇଥିଲେ। 

ସୂଚନାଥାଉ କି, ସୋମବାର ଦିନ ଆର୍‌ ବାବୁ ୨ ଜଣ ସାଙ୍ଗଙ୍କ ସହ ମଲମପୁଝା ସ୍ଥିତ ଏକ ଉଚ୍ଚ ପାହାଡ଼ରେ ଚଢ଼ିଥିଲେ। ଏହି ସମୟରେ ସେ ପାହାଡ଼ ଖୋଲରେ ଖସି ପଡ଼ିଥିଲେ ଓ ଫସି ଯାଇଥିଲେ। ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ପାହାଡ଼ ଅତ୍ୟନ୍ତ ତୀଖ ଥିବାରୁ ବାବୁଙ୍କ ନିକଟରେ ପହଞ୍ଚିବାରେ କେହି ସାହସ କରିପାରିନଥିଲେ। ଏହାପରେ ସ୍ଥାନୀୟ ପ୍ରଶାସନକୁ ଉଦ୍ଧାର ପାଇଁ ଖବର ଦେଇଥିଲେ।    

Advertisment

ଖବର ମିଳିବା ପରେ ସେନାର ୨ଟି ଟିମ୍‌ ଅକ୍ଲାନ୍ତ ପରିଶ୍ରମ କରି ୨ ଦିନ ପରେ ତାଙ୍କୁ ଉଦ୍ଧାର କରିଥିଲେ। ଏଥିରେ ବେଙ୍ଗାଲୁରୁ ପାରାଚ୍ୟୁଟ୍‌ ରେଜିମେଣ୍ଟାଲ ସେଣ୍ଟର ଓ ମାଡ୍ରାସ ରେଜିମେଣ୍ଟାଲ ସେଣ୍ଟରର ୨ଟି ଟିମ୍ ରେସ୍କ୍ୟୁ ଅପରେସନ୍‌ରେ ସାମିଲ ହୋଇଥିଲେ। ଏହି ଅପରେସନର ନାଁ ‘ଅପରେସନ୍ ରେସ୍କ୍ୟୁ ବାବୁ’ ରଖାଯାଇଥିଲା। ଦଉଡ଼ି ସାହାଯ୍ୟରେ ସେନାର ଟିମ୍ ଟ୍ରେକର ବାବୁ ଫଶି ଥିବା ସ୍ଥାନରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରି ପାହାଡ଼ ଉପରକୁ ନିଆଯାଇଥିଲା।

ଏହି ଅପରେସନରେ ପାହାଡ଼ ଚଢାରେ ଦକ୍ଷତା ଥିବା ସେନାର ଯବାନଙ୍କୁ ଉଦ୍ଧାର ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ମଙ୍ଗଳବାର ରାତିରେ ସେନାର ଟିମ୍‌ ମଲମପୁଝା ପାହାଡ଼ ପାଖରେ ପହଞ୍ଚି ଅପରେସନ୍‌ ପାଇଁ ଯୋଜନା କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା  ‘ଅପରେସନ୍ ରେସ୍କ୍ୟୁ ବାବୁ’। ଶେଷରେ ଆଜି ସକାଳେ ସେନାର southern କମାଣ୍ଡ ପକ୍ଷରୁ ଅପରେସନ ସଫଳ ହୋଇଥିବା ସୂଚନା ଦିଆଯାଇଛି। ଉଦ୍ଧାର ପରେ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ସୂଚନା ମିଳିଛି।  

Indian Army Kerala Youth Rescued Kerala Youth Trapped
Advertisment
Advertisment