Advertisment

ନୃଶଂସ ଭାବେ ୧୦ ବର୍ଷର ଶିଶୁକୁ ହତ୍ୟା; ସିଗାରେଟ୍‌ରେ ମୁହଁ ଜାଳିଦେଲେ, ଆଖି ତାଡ଼ି ନେଇଗଲେ...

ନଗ୍ନ ଶରୀର, ସିଗାରେଟ୍‌ରେ ଜଳାଯାଇଥିବା ଚିହ୍ନ, ନଖ ସାହାଯ୍ୟରେ ତଡ଼ା ଯାଇଛି ଆଖି, ବେକ ପାଖରେ ରହିଛି ଜୋତା ଚିହ୍ନ...ଉତ୍ତରପ୍ରଦେଶ କାନପୁରରେ ୧୦ ବର୍ଷୀୟ ଶିଶୁର ମୃତଦେହ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି।

author-image
Rajalaxmi Sahoo
10 Year Old Murder In Kanpur

10 Year Old Murder In Kanpur

ନଗ୍ନ ଶରୀର, ସିଗାରେଟ୍‌ରେ ଜଳାଯାଇଥିବା ଚିହ୍ନ, ନଖ ସାହାଯ୍ୟରେ ତଡ଼ା ଯାଇଛି ଆଖି, ବେକ ପାଖରେ ରହିଛି ଜୋତା ଚିହ୍ନ...ଉତ୍ତରପ୍ରଦେଶ କାନପୁରରେ ୧୦ ବର୍ଷୀୟ ଶିଶୁର ମୃତଦେହ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି। ଅତି ନୃଶଂସ ଭାବେ ଶିଶୁଟି ସହ ଏଭଳି ଭାବେ ହତ୍ୟା କରାଯାଇଛି ଯେ, ଯାହାକୁ ଦେଖି ସ୍ଥାନୀୟ ଲୋକ ଓ ପୋଲିସ୍‌ କର୍ମୀଙ୍କ ଲୋମ ଠାଙ୍କୁରି ଉଠି ଯାଇଛି। ୨ ଦିନ ପୂର୍ବେ ଶିଶୁଟି ନିଖୋଜ ଥିବାବେଳେ ମଙ୍ଗଳବାର ଦିନ ମୃତଦେହ ମିଳିଥିଲା।

Advertisment

ଅଭିଯୁକ୍ତମାନେ ଅତି ନୃଶଂସ ଭାବେ ଶିଶୁଟିକୁ ହତ୍ୟା କରି ତାର ଆଖି ତାଡ଼ି ନେଇ ଯାଇଛନ୍ତି। ଆଖି ନିକଟରୁ ନଖ ମିଳିଛି। ତେଣୁ ନଖରେ ତାଡ଼ି ଆଖିକୁ କାଢ଼ି ନିଆ ଯାଇଥିବା ଆଶଙ୍କା କରାଯାଉଛି। ଏହାସହ ଶିଶୁଟିର ବେକ ପାଖରେ ଜୋତା ଚିହ୍ନ ଥିବା ଦେଖିବାକୁ ମିଳିଛି। ଶିଶୁଟିର ମୃତ୍ୟୁ ପରେ ଜୋତାରେ ତା’ ବେକ ଉପରେ ଚଢ଼ା ଯାଇଥିବା ସନ୍ଦେହ କରାଯାଉଛି। 

ସୂଚନା ଅନୁସାରେ, ସୋମବାର ଦିନଠୁ ଶିଶୁଟି ନିଖୋଜ ଥିଲା। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ନିଖୋଜର ୨ ଦିନ ପରେ ଶିଶୁଟିର ମୃତଦେହ ମିଳିଥିଲା। କେଉଁ କାରଣ ପାଇଁ ଶିଶୁଟିକୁ ହତ୍ୟା କରାଗଲା ? ତାହା ଜଣାପଡ଼ି ନାହିଁ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। 

Advertisment

ମୃତଦେହ ନିକଟରୁ ମଦ ବୋତଲ, ୨ଟି ଗ୍ଲାସ୍‌, ଶିଶୁଟିର ମୁହେଁରେ ସିଗାରେଟ୍‌ରେ ଜଳା ଯାଇଥିବା ଚିହ୍ନ ମଧ୍ୟ ମିଳିଛି। ସନ୍ଦେହ କରାଯାଉଛି, ୨ ଜଣ ବ୍ୟକ୍ତି ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି। ଏମାନେ ମଦ ପିଇବା ପରେ ଶିଶୁଟିକୁ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି। ଶିଶୁଟି ପ୍ରତି ହତ୍ୟାକାରୀଙ୍କ ଅତି ଘୃଣା ମନୋଭାବ ଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି। ଅଭିଯୁକ୍ତମାନେ ଧରାପଡ଼ିଲେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ୍‌ କହିଛି।

Murder Kanpur
Advertisment
Advertisment