• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜୀବନ ନେଉଛି ବେକାରୀ ସମସ୍ୟା ଓ ଋଣବୋଝ । ଦିନକୁ ଦିନ ବୃଦ୍ଧି ପାଉଥିବା ବେକାରୀ ସମସ୍ୟାରେ ଆକ୍ତାମାକ୍ତା ଦେଶବାସୀ । ବେରୋଜଗାରୀ ଏବଂ ଋଣବୋଝ ପାଇଁ ଦେଶରେ ବଢ଼ି ଚାଲିଛି ଆତ୍ମହତ୍ୟା । ଏଥିପାଇଁ ୨୦୧୮-୨୦୨୦ ମଧ୍ୟରେ ୨୫,୦୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି । ବେକାରୀ ପାଇଁ ୩ ବର୍ଷରେ ୯୧୪୦, ଦେବାଳିଆ ପାଇଁ ୧୬,୦୯୧ ଜଣଙ୍କ ଆତ୍ମହତ୍ୟା ହୋଇଛି । ରାଜ୍ୟସଭାରେ NCRB ରିପୋର୍ଟ ଅନୁସାରେ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ଉତ୍ତର ରଖିଛନ୍ତି ।

ବେରୋଜଗାରୀ ପାଇଁ ୨୦୧୮ରେ ୨୭୪୧ ଜଣ ଆତ୍ମହତ୍ୟା କରିଥିଲେ । ଚାକିରି ନମିଳିବାରୁ ୨୦୧୯ରେ ୨୮୫୧ ଏବଂ ୨୦୨୦ରେ ୩୫୪୮ ଜଣ ଆତ୍ମହତ୍ୟା କରିଥିଲେ । ସେହିପରି ଦେବାଳିଆ ଓ ଋଣଗ୍ରସ୍ତ କାରଣରୁ ୨୦୧୮ରେ ୪୯୭୦ ଆତ୍ମହତ୍ୟା କରିଥିଲେ ଏବଂ ୨୦୧୯ରେ ୫୯୦୮ ଜଣ, ୨୦୨୦ରେ ୫୨୧୩ ଜଣ ଆତ୍ମହତ୍ୟା କରିଥିଲେ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସଂସଦରେ ବେକାରୀ ସମସ୍ୟା ଉପରେ ଆଲୋଚନା ବେଳେ ତଥା କେନ୍ଦ୍ର ବଜେଟ୍ ଉପରେ ବିତର୍କ ସମୟରେ କେନ୍ଦ୍ର ସରକାର ରାଜ୍ୟସଭାରେ କହିଛନ୍ତି, ୨୦୧୮ରୁ ୨୦୨୦ମଧ୍ୟରେ୨୫୦୦୦ ରୁ ଅଧିକ ଭାରତୀୟ ବେକାରୀ କିମ୍ବା ଋଣବୋଝ ତଳେ ଚାପି ହୋଇ ଆତ୍ମହତ୍ୟା କରିଛନ୍ତି।

ଚାଲିଥିବା ବଜେଟ୍ ଅଧିବେଶନରେ ବିରୋଧୀ ସାଂସଦଙ୍କ ଦ୍ୱାରା ବାରମ୍ବାର ବେକାରୀ ସମସ୍ୟା ଉଠିଛି । ମହାମାରୀ ପରେ ଦେଶରେ ସୃଷ୍ଟି ହୋଇଥିବା ସମସ୍ୟା ପାଇଁ ବଜେଟ୍‌ରେ ବହୁ କମ୍‌ ଅର୍ଥ ପ୍ରଦାନ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ତେବ ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ନିଯୁକ୍ତି ସୁଯୋଗ ସୃଷ୍ଟି କରି ସରକାର ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଗୃହ ରାଜ୍ୟମନ୍ତ୍ରୀ କହିଛନ୍ତି ।

ମାନସିକ ଚାପରେ ଥିବା ଲୋକମାନଙ୍କ ପାଇଁ ଜାତୀୟ ମାନସିକ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରାଯାଇଛି । ୬୯୨ଟି ଜିଲ୍ଲାରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଲାଗୁ କରାଯାଇଛି । ଏହି ଯୋଜନା ଅନୁସାରେ ଆତ୍ମହତ୍ୟା ରୋକିବା ଲାଗି ଲୋକଙ୍କୁ ପରାମର୍ଶ ଦିଆଯାଉଛି।