ନିର୍ବାଚନ ଆୟୋଗଙ୍କ ସର୍ତ୍ତ ଅନୁଯାୟୀ ଡେରା ମୁଖ୍ୟଙ୍କୁ ପାରୋଲ ପ୍ରଦାନ କରାଯାଇଛି । ସର୍ତ୍ତ ଅନୁଯାୟୀ ଗୁରୁମିତ ଜେଲରୁ ବାହାରିବା ପରେ ହରିୟାଣାରେ ରହିବେ ନାହିଁ ।
ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁରମିତ ରାମ ରହିମ ସୁନାରିଆ ଜେଲରେ ଆଜୀବନ ସଜା କାଟୁଛନ୍ତି।
୪୦ ଦିିନିଆ ପାରୋଲରେ ଜେଲରୁ ମୁକୁଳିଲେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ୍। ହରିୟାଣାରେ ପଞ୍ଚାୟତ ନିର୍ବାଚନ ଓ ନଭେମ୍ବର ୩ରେ ହେବାକୁ ଥିବା ଆଦମପୁର ବିଧାନସଭା ଉପ ନିର୍ବାଚନ ପୂର୍ବରୁ ସେ ଜେଲରୁ ପାରୋଲରେ ଛାଡ଼ ପାଇଛନ୍ତି।
ଜେଲରେ ଦଣ୍ଡ ଭୋଗୁଥିବା ରାମ ରହିମକୁ ତିନି ସପ୍ତାହର ଛୁଟି (ଫର୍ଲୋ) ଦିଆଯାଇଛି। ପଞ୍ଜାବ ନିର୍ବାଚନ ୨୦୨୨ ପୂର୍ବରୁ ଡେରା ସଚ୍ଚା ସୌଦା ମୁଖ୍ୟ ଗୁର୍ମିତ ରାମ ରହିମ୍ ଜେଲରୁ ବାହାରକୁ ଆସୁଛି। ଗୁର୍ମିତ ରାମ ରହିମ୍ ତାର ଦୁଇ ଶିଷ୍ୟାଙ୍କୁ ବଳାତ୍କାର ମାମଲାରେ ବର୍ତ୍ତମାନ ରୋହତକର ସୁନାରିୟା ଜେଲରେ ରହୁଛି ।
ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ । ଗୁରମିତ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ରଣଜିତ ସିଂହ ହତ୍ୟା ମାମଲାରେ ଆଜୀବନ ସଜା ଶୁଣାଇଛନ୍ତି କୋର୍ଟ । ଏହା ବ୍ୟତୀତ ଅନ୍ୟ ଚାରିଜଣଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ୨୦୦୨ରେ ପୂର୍ବତନ ଡେରା ମ୍ୟାନେଜର ରଣଜିତ ସିଂଙ୍କ ହତ୍ୟା ମାମଲାରେ ରାମ ରହିମ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଅକ୍ଟୋବର ୮ରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା