Advertisment

ବାହାଘର ଛାଡ଼ି ବର ବେଶରେ ଭୋଟ ଦେଲେ ଯୁବକ

ଆଗ ଭୋଟ୍ ତା ପରେ ବୋହୂ । ଉତ୍ତରପ୍ରଦେଶର ମୁଜଫରନଗରରେ ବର ବେଶରେ ଆଜି ଭୋଟ୍ ଦେଇଛନ୍ତି ଜଣେ ଯୁବକ ଅଙ୍କୁର ବଲିଆନ୍ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
UP Groom Casts Vote Ahead Of His Wedding, Says ‘Pehle Matdaan, Uske Baad Sab Kaam'

UP Groom Casts Vote Ahead Of His Wedding, Says ‘Pehle Matdaan, Uske Baad Sab Kaam'

ଆଗ ଭୋଟ୍ ତା ପରେ ବୋହୂ । ଉତ୍ତରପ୍ରଦେଶର ମୁଜଫରନଗରରେ ବର ବେଶରେ ଆଜି ଭୋଟ୍ ଦେଇଛନ୍ତି ଜଣେ ଯୁବକ ଅଙ୍କୁର ବଲିଆନ୍ ।

Advertisment

ସୂଚନା ଅନୁସାରେ, ଆଜି ସକାଳୁ ଅଙ୍କୁରଙ୍କ ବାହାଘର ଥିଲା ହେଲେ ତାପୂର୍ବରୁ ଯାଇ ଭୋଟ୍ ଦେବାକୁ ପହଞ୍ଚିଛନ୍ତି । ଭୋଟ୍ ପ୍ରଥମ ଅଧିକାର ଓ କର୍ତ୍ତବ୍ୟ ହୋଇଥିବାରୁ ଏହାକୁ ସର୍ବପ୍ରଥମେ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତିା ଏଥିପାଇଁ ଲମ୍ବା ଧାଡ଼ିରେ ଆସି ଭୋଟ୍ ଦେଇଛନ୍ତି ବର ଅଙ୍କୁର ।

ଆଜି ବହୁ ସଂଖ୍ୟାରେ ବୟସ୍କ ଭୋଟର ନିଜ ମତଦାନ ସାବ୍ୟସ୍ତ କରିଛନ୍ତି । ପରିବାରଲୋକଙ୍କ ସହ ଆସି ଭୋଟ୍ ଦେଇଛନ୍ତି । ଏପରିକି ବି କିଛି ଭୋଟର ଆସିଛନ୍ତି ଯେଉଁମାନେ ଭଲରେ ନା ଚାଲି ପାରୁଛନ୍ତି ନା କଥା କହି ପାରୁଛନ୍ତି । ହେଲେ ତଥାପି ଭୋଟ୍ ଦେଇ ନିଜ ନେତା ବାଛିବାକୁ ସକାଳୁ ସକାଳୁ ଭୋଟିଂ ଦେବାକୁ ପହଞ୍ଚିଥିଲେ ।

Advertisment

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଚାଲିବ। ପ୍ରଥମ ପର୍ଯ୍ୟାୟରେ ୧୧ଟି ଜିଲ୍ଲାର ୫୮ଟି ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। 

ମୈଦାନରେ ୬୨୩ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଥିବାବେଳେ ୨ କୋଟି ୨୭ଲକ୍ଷ ଭୋଟର ଅଛନ୍ତି। ଏହି ପର୍ଯ୍ୟାୟରେ ଯେଉଁସବୁ ଆସନ ଅଧିକ ଫୋକସ୍‌ରେ ରହିଛି, ସେଗୁଡ଼ିକ ହେଲା- ମୁଜାଫରନଗର, ମିରଟ୍, ଗାଜିଆବାଦ, ଆଲିଗଡ଼, ମଥୁରା ଓ ଆଗ୍ରା। ଶ୍ରୀକାନ୍ତ ଶର୍ମା, ସୁରେଶ ରାଣା, ସନ୍ଦୀପ ସିଂ, କପିଳ ଦେବ ଅଗ୍ରଓ୍ୱାଲ୍, ଅତୁଲ ଗର୍ଗ ଓ ଚୌଧୁରୀ ଲକ୍ଷ୍ମୀ ନାରାୟଣଙ୍କ ଭଳି ପ୍ରମୁଖ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ଜାଠ୍‌ଙ୍କ ପ୍ରଭାବ ଥିବା ଅଞ୍ଚଳରେ କଡ଼ା ସୁରକ୍ଷା ମଧ୍ୟରେ ମତଦାନ ଚାଲିଛି। ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ।

Uttar Pradesh Elections UP Election 2022
Advertisment
Advertisment