• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାମ୍ବାଦିକଙ୍କୁ ମାଡ଼ ମାରି ଲହୁଲୁହାଣ କରିଦେଲେ ଖାକି ବର୍ଦ୍ଦିଧାରୀ । ଲୋକଙ୍କୁ ସଚେତନ କରିବେ କ’ଣ ବିନା ହେଲେମେଟରେ ବୁଲୁଥିଲେ ଓ ଖୋଲାଖୋଲି ନିୟମ ଭାଙ୍ଗୁଥିଲେ । ଆଇନ୍‌ର ରକ୍ଷକ ଆଇନ୍‌ ଭାଙ୍ଗୁଥିବା ଦେଖି ସାମ୍ବାଦିକ ପ୍ରଶ୍ନ କରିଥିଲେ । ବିନା ହେଲେମେଟରେ କାହିଁକି ଗାଡ଼ି ଚଳାଉଛ ବୋଲି କହିଥିଲେ । ଏତିକିରେ ପୋଲିସ ବାବୁଙ୍କ ପାରା ଚଢ଼ିଯାଇଥିଲା । ସାମ୍ବାଦିକଙ୍କୁ ଛେଚି ଦେଇ ଚାଲିଲେ ଦୁଇ କନେଷ୍ଟବଳ । ଗୋଇଠା, ବିଧା ଯାହା ଇଚ୍ଛା ମାରିଲେ । ମଣିଷକୁ ମଣିଷ ନଭାବି ଗାଈଗୋରୁ ପରି ବାଡ଼େଇଲେ ।

ଆସାମରେ ଜଣେ ସାମ୍ବାଦିକଙ୍କୁ ଦୁଇ ଜଣ କନେଷ୍ଟବଳ ମାଡ ମାରିବା ମାମଲା ସାମ୍ନାକୁ ଆସିଛି । ସୋମବାର ଆସାମର ବାସୁଗାଓଁରେ ଏପରି ଘଟଣା ଘଟିଛି । ବିନା ହେଲମେଟରେ ଦୁଇଜଣ ପୋଲିସ କର୍ମଚାରୀ ବାଇକ୍ ଚଳାଇବାରୁ ବାଧା ଦେଇଥିଲେ ସାମ୍ବାଦିକ ଏବଂ ଏପରି ନକରିବା ପାଇଁ ବାରଣ କରିଥିଲେ । ଆମେ ପୋଲିସ୍ ଆମକୁ ତୁ ପ୍ରଶ୍ନ କରିବାକୁ କିଏ କହି ସାମ୍ବାଦିକଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ ଦୁଇ ପୋଲିସ୍ ବାବୁ । ମାମଲା ସାମ୍ନାକୁ ଆସିବା ପରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ତେବେ ଆହତ ସାମ୍ବାଦିକ ଜୟନ୍ତ ଦେବନାଥ କହିଛନ୍ତି, 'ଦୁଇଜଣ ପୋଲିସ ବିନା ହେଲମେଟରେ ବାଇକ୍ ଚଳାଉଥିଲେ । ମୁଁ ତାଙ୍କୁ ପଚାରିଥିଲି ବିନା ହେଲମେଟରେ ବାଇକ୍ ଚଳାଇ ସାଧାରଣ ଜନତାଙ୍କୁ ଆପଣ କେଉଁ ବାର୍ତ୍ତା ଦେଉଛନ୍ତି ? ଏହା ପଚାରିବା ବୋଧହୁଏ ଭୁଲ ଥିଲା । ଆଉ ଏଥିପାଇଁ ଉଭୟେ ସର୍ବସମ୍ମୁଖରେ ମୋତେ ମାଡ଼ ମାରିଛନ୍ତି ।

ଆସାମରେ ପୋଲିସକୁ ସ୍ୱାଧୀନତା ମିଳିଛି । ଏଭଳି ପରିସ୍ଥିତିରେ ପୋଲିସ ଏହାର ଅପବ୍ୟବହାର କରୁଛି । ମୁଁ ଆସାମ ସରକାରଙ୍କୁ କହିବାକୁ ଚାହେଁ, ତୁମେ ଆଇନ ତିଆରି କରୁଛ ଏବଂ ତୁମର କର୍ମଚାରୀମାନେ ହିଁ ନିୟମ ଭାଙ୍ଗୁଛନ୍ତି । ମୁଁ ସରକାରଙ୍କୁ ଏହି ପ୍ରସଙ୍ଗରେ ଜରୁରୀ ପଦକ୍ଷେପ ନେବାକୁ ଅନୁରୋଧ କରୁଛି । ତେବେ ଏହି ଘଟଣା ରାତିରେ ହୋଇଥିଲେ, ହୁଏତ ମୋତେ ମଧ୍ୟ ଗୁଳି କରିଥାନ୍ତେ । ଦୁଇ ପୋଲିସ୍‌ ଅଧିକାରୀଙ୍କ ଏପରି ଆଚରଣରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି ବୋଲି ସେ କହିଛନ୍ତି ।