Advertisment

ହାରିଲା ପରେବି ଅହଙ୍କାର ଛାଡିପାରିନି କଂଗ୍ରେସ: ମୋଦି

ଓଡ଼ିଶା, ନାଗାଲାଣ୍ଡ ଓ ଗୋଆର ଉଦାହରଣ ଦେଲେ ପ୍ରଧାନମନ୍ତ୍ରୀ ମୋଦି

author-image
Chandan Shishu
ଅଦ୍ୟତନ ହୋଇଛି
modi targets Congress

modi targets Congress

ନୂଆଦିଲୀ: ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଅବସରରେ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ। ଦେଶକୁ ଉତ୍ତୁଙ୍ଗ ଶିଖରରେ ପହଞ୍ଚାଇବାକୁ ଆମେ ସଂକଳ୍ପବଦ୍ଧ କହିଲେ ମୋଦି।  ଦେଶ ପୂରା ମଜବୁତି ସହ ଆଗକୁ ବଢ଼ିଚାଲିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ପକ୍କା ଘର ଦିଆଯାଉଛି। ଗରିବଙ୍କୁ ପକ୍କା ଘର, ଶୌଚାଳୟ, ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯାଇଛି ବୋଲି ମୋଦି କହିଛନ୍ତି। 

Advertisment

ଏହାସହ କଂଗ୍ରେସର ଅବସ୍ଥା ନେଇ ମୋଦି ଲୋକସଭାରେ ଉଦାହରଣ ଦେଇଛନ୍ତି। ଉଦାହରଣ ଅବସରରେ ଓଡ଼ିଶା କଥା କହିଛନ୍ତି ପ୍ରଧାନମନ୍ତ୍ରୀ। ୧୯୯୫ ପରେ ଓଡ଼ିଶାରେ ଆଉ କଂଗ୍ରେସ ଜିତିପାରିନାହିଁ। ନାଗାଲାଣ୍ଡ, ଗୋଆରେ ବି ୨୮ ବର୍ଷ ହେଲା ଜିତିପାରିନି।

Advertisment

ତାମିଲନାଡୁରେ ୧୯୬୨ ପରେ କଂଗ୍ରେସ ଆଉ କ୍ଷମତାକୁ ଫେରିନି। ଗୁଜରାଟ, ୟୁପିର ଉଦାହରଣ ମଧ୍ୟ ଦେଲେ ପ୍ରଧାନମନ୍ତ୍ରୀ ମୋଦି। ଏତେ ପରାଜୟ ପରେ ବି କଂଗ୍ରେସ ତାର ଅହଙ୍କାର ଛାଡ଼ିପାରିନି ବୋଲି ମୋଦି କହିଛନ୍ତି। ଅନ୍ଧ ବିରୋଧ ଲୋକତନ୍ତ୍ରର ପରିପନ୍ଥୀ ବୋଲି କହିଲେ ପ୍ରଧାନମନ୍ତ୍ରୀ।

କଂଗ୍ରେସକୁ ନିଶାନା କରି ମୋଦି କହିଛନ୍ତି- କରୋନା ଲକଡାଉନ ଚାଲିଥିବା ବେଳେ କଂଗ୍ରେସ ସବୁ ସୀମା ଡେଇଁଗଲା। ଶ୍ରମିକମାନଙ୍କୁ ମାଗଣା ଟିକେଟ ଦେଇ ଘରକୁ ପଠାଇ ସଂକ୍ରମଣ ବଢ଼ାଇଥିଲା।କରୋନା ମୋଦି ଛବିକୁ ମଳିନ କରିଦେବ ବୋଲି କିଛି ଲୋକ ଭାବିଥିଲେ। ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନ ସାକାର ହେବା କଂଗ୍ରେସ ଚାହୁଁନି।

ଆପଣଙ୍କ ବିରୋଧ ଦେଖିଲେ ଲାଗୁଛି ଆପଣମାନେ ମନସ୍ଥିର କରିଛନ୍ତି। ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ କ୍ଷମତାକୁ ନଆସିବାକୁ ମନ ସ୍ଥିର କରିଛନ୍ତି ବୋଲି ମୋଦି କଂଗ୍ରେସକୁ କଟାକ୍ଷ କରିଛନ୍ତି। ସେହିପରି ପିଢ଼ି ପରେ ପିଢ଼ି ମହଲରେ ବସିଥିବା ଲୋକ ଚାଷୀଙ୍କ ଦୁଃଖ ବୁଝିପାରିବନି କଂଗ୍ରେସ। ସେମାନଙ୍କୁ ଚାଷୀଙ୍କ ନାଁ ନେଇ ରାଜନୀତି କରିବାର ଅଧିକାର ନାହିଁ। ଆପଣଙ୍କ ପାଇଁ ଫାଇଲ ବଡ଼, ଆମ ପାଇଁ ଲୋକଙ୍କ ଲାଇଫ୍ ବଡ଼ ବୋଲି ମୋଦି କହିଛନ୍ତି। 

Congress Party Modi Targets Congress PMO India
Advertisment
Advertisment