Advertisment

ଶିକ୍ଷାନୁଷ୍ଠାନରେ ଧାର୍ମିକ ପୋଷାକ ପିନ୍ଧିବାକୁ ଜିଦ୍ ଧରି ପାରିବେନି ପିଲା ! ହିଜାବ ବ୍ୟାନ୍ ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ଶିକ୍ଷାନୁଷ୍ଠାନରେ ହିଜାବକୁ ବ୍ୟାନ କରିବା ସହ ଏକପ୍ରକାର ୟୁନିଫର୍ମ ପିନ୍ଧିବା ଲାଗି ନିର୍ଦ୍ଦେଶନାମା ଜାରି କରିଥିଲେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ସମାନତା ରକ୍ଷା ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ତରଫରୁ କୁହାଯାଇଥିଲା ।

author-image
Prangyan Parimita
ଅଦ୍ୟତନ ହୋଇଛି
hijab

hijab

ଧାର୍ମିକ ପୋଷାକ ପିନ୍ଧିବା ଲାଗି ଜିଦ୍ କରିପାରିବେନି ଛାତ୍ରଛାତ୍ରୀ । କର୍ଣ୍ଣାଟକ ହିଜାବ ବ୍ୟାନ ମାମଲାର ଶୁଣାଣି କରି ଗତକାଲି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ହିଜାବ ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ଉତ୍ତେଜନା ଦୃଷ୍ଟିରେ ଶାନ୍ତିଶୃଙ୍ଖଳା ସୁନିଶ୍ଚିତ କରାଯିବା ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି । ଏଥିସହିତ ୩ ଦିନ ଛୁଟି ଘୋଷଣା କରାଯାଇଥିବା ଶିକ୍ଷାନୁଷ୍ଠାନ ଗୁଡିକୁ ତୁରନ୍ତ ଖୋଲିବାକୁ କହିଛନ୍ତି କୋର୍ଟ । ସୋମବାର ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Advertisment

କର୍ଣ୍ଣାଟକରେ ହିଜାବ ସପକ୍ଷବଦୀ ଛାତ୍ରଗୋଷ୍ଠୀଙ୍କୁ ଧକ୍କା ଲାଗିଛି । କର୍ଣ୍ଣାଟକ ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ ଧାର୍ମିକ ପୋଷାକ ପିନ୍ଧିବା ଲାଗି ଜିଦ୍ କରିପାରିବେ ନାହିଁ ଛାତ୍ରଛାତ୍ରୀ । ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନ ମାମଲାକୁ ନେଇ ଗତକାଲି ହାଇକୋର୍ଟରେ ଶୁଣାଣି ହୋଇଥିଲା ମୁଖ୍ୟ ବିଚାରପତି ଜଷ୍ଟିସ ରିତୁରାଜ ଅବସ୍ତି, ଜଷ୍ଟିସ କ୍ରିଷ୍ଣା ଏସ ଦିକ୍ଷିତ, ଏବଂ ଜଷ୍ଟିସ ଜେ.ଏମ୍. ଖାଜିଙ୍କୁ ନେଇ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରହିବା ନିହାତି ଦରକାର ବୋଲି କୋର୍ଟ କହିଛନ୍ତି । ସେହିପରି ହିଜାବ ବ୍ୟାନକୁ ବିରୋଧ କରି ରାଜ୍ୟବ୍ୟାପୀ ବିକ୍ଷୋଭ ଓ ଉତ୍ତେଜନା ଦୃଷ୍ଟିରୁ ସ୍କୁଲ ଓ କଲେଜକୁ ୩ ଦିନ ବନ୍ଦ ରଖିବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତି କୋର୍ଟ ବଦଳାଇ ଦେଇଛନ୍ତି । ତୁରନ୍ତ ସ୍କୁଲ - କଲେଜ ଖୋଲିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ସୋମବାର କୋର୍ଟ ମାମଲାର ପରବର୍ତ୍ତୀ ଶୁମାଣି କରିବେ ।

ଶିକ୍ଷାନୁଷ୍ଠାନରେ ହିଜାବକୁ ବ୍ୟାନ କରିବା ସହ ଏକପ୍ରକାର ୟୁନିଫର୍ମ ପିନ୍ଧିବା ଲାଗି ନିର୍ଦ୍ଦେଶନାମା ଜାରି କରିଥିଲେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ସମାନତା ରକ୍ଷା ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ତରଫରୁ କୁହାଯାଇଥିଲା । ତେବେ ଏହାକୁ ବିରୋଧ କରି ରାଜ୍ୟବ୍ୟାପୀ ପ୍ରତିବାଦ ଆରମ୍ଭ ହୋଇଥିଲା । କିଛି ଶିକ୍ଷାନୁଷ୍ଠାନରେ ହିଜାବ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ପରେ ସରକାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୧୪୪ ଧାରା ଲଗାଇବା ସହିତ ୩ ଦିନ ଲାଗି ଛୁଟି ଘୋଷଣା କରିଥିଲେ ।

Advertisment

ସେପଟେ ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଜଷ୍ଟିସ କ୍ରିଷ୍ଣା ଏସ ଦିକ୍ଷିତଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠରେ ଏହାର ଶୁଣାଣି ହୋଇଥିଲା । ତେବେ ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଏହାକୁ ୩ ଜଣିଆ ଖଣ୍ଡପୀଠକୁ ସ୍ଥାନାନ୍ତର କରାଯାଇଥିଲା । ସୋମବାର କୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବା ବେଳେ ଆଗକୁ ହିଜାବ ବିବାଦ କେଉଁ ମୋଡ ନେଉଛି ତା ଉପରେ ନଜର ରହିଛି ।

Hijab Row
Advertisment
Advertisment