Advertisment

ବିଜେପିରେ ଯୋଗଦେଲେ ବିଖ୍ୟାତ ରେସଲର୍ ଖଲି

ପଦ୍ମ ଧରିଲେ ରେସଲର୍‌ ଦି ଗ୍ରେଟ୍‌ ଖଲି ।

author-image
Prangyan Parimita
ଅଦ୍ୟତନ ହୋଇଛି
khali

khali

ବିଖ୍ୟାତ ରେସଲର ଖଲି (Wrestler The Great Khali) ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । WWE ରେସଲର ଖଲିଙ୍କୁ ଆଜି ଦିଲ୍ଲୀରେ ବିଧିବଦ୍ଧ ଭାବରେ ବିଜେପି ସଦସ୍ୟତା ପ୍ରଦାନ କରାଯାଇଛି । ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଭିତରେ ଗ୍ରେଟ୍‌ ଖଲି ବିଜେପିରେ ଏଣ୍ଟ୍ରି ମାରିବା ପରେ, ଏହା ନିହାତି ରୂପେ ବିଜେପି ପାଇଁ ଲାଭଦାୟକ ହୋଇପାରେ ବୋଲି ଆଶା କରାଯାଇଛି।

Advertisment

ହିମାଚଳ ପ୍ରଦେଶ ବାସିନ୍ଦା ରେସଲର ଖଲି,ତାଙ୍କର ପ୍ରକୃତ ନାମ ହେଉଛି ଦିଲ୍ଲୀପ ସିଂ ରାଣା । ବିଜେପିରେ ଯୋଗଦେବା ପରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ବିଜେପିରେ ଯୋଗ ଦେବା ପରେ ଖୁସି ଅନୁଭବ କରୁଥିବା କଥା କହିଛନ୍ତି ।

ସେ କହିଛନ୍ତି, ଏପରି କୌଣସି ଦେଶ ବାକି ଅଛି ଯେଉଁଠାରେ ମୁଁ କୁସ୍ତି କରି ନାହିଁ । ଟଙ୍କା ରୋଜଗାର କରିବାକୁ ଚାହିଁଥିଲେ ମୁଁ ଆମେରିକାରେ ରହିଥା’ନ୍ତି । କିନ୍ତୁ ମୁଁ ମୋ ଦେଶ ଭାରତକୁ ଭଲପାଏ, ଦେଶ ପ୍ରତି ମୋର ଭଲପାଇବା ଅଛି । ମୋଦିଙ୍କ ରୂପରେ ଦେଶକୁ ମିଳିଛି ଉପଯୁକ୍ତ ପ୍ରଧାନମନ୍ତ୍ରୀ । ଏଥିପାଇଁ ଦେଶରେ ରହି ଏକାଠି ହୋଇ ଦେଶକୁ ଆଗକୁ ନେବାରେ ସହଯୋଗ କରିବି ବୋଲି ଚିନ୍ତା କରିଛି ।

Advertisment

ଏହାସହ ମୋଦିଙ୍କୁ ପ୍ରଶଂସା କରିଛନ୍ତି ଗ୍ରେଟ୍ ଖଲି । ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପିର ଆଦର୍ଶ ଦ୍ୱାରା ମୁଁ ପ୍ରଭାବିତ ହୋଇଛି । ଗତ ବର୍ଷ ଖଲି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ମଧ୍ୟ ଭେଟିଥିଲେ। ତା’ପରେ ଅଖିଳେ ଓ ତାଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା, ତାହା ଜଣାପଡି ନଥିଲା । ତେବେ ସେ ସପା ଯାଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଇଥିଲା । ହେଲେ ବର୍ତ୍ତମାନ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପିରେ ଯୋଗ ଦେଇଛନ୍ତି ଖଲି ।

Khali Joins BJP
Advertisment
Advertisment