Advertisment

ତେଜୁଛି ହିଜାବ୍ ବିବାଦ; ଦୁଇ ସପ୍ତାହ ଯାଏଁ ସ୍କୁଲ ଓ କଲେଜ ଚାରିପଟେ ୧୪୪ ଧାରା ଲାଗୁ

କର୍ଣ୍ଣାଟକରେ ତେଜିଲା ହିଜାବ ବିବାଦ। ଉଡ଼ୁପି ମହାତ୍ମା ଗାନ୍ଧି କଲେଜରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ପରିସ୍ଥିତି ଏପରି ହୋଇଥିଲା କି, ଗୋଟିଏ ଗୋଷ୍ଠୀ ହିଜାବରେ ଅନ୍ୟ ଏକ ଗୋଷ୍ଠୀ ଗେରୁଆ ଟୋପି ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜି ସକାଳୁ କଲେଜର ଛାତ୍ରୀ ପୂର୍ବ ଭଳି ହିଜାବ୍ ପିନ୍ଧି ଆସିଥିଲେ। ହେଲେ ଏହାକୁ ବିରୋଧ କରିଥିଲେ ଅନ୍ୟ ଛାତ୍ରଛାତ୍ରୀ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Hijab Controversy

Hijab Controversy

ତେଜୁଛି ହିଜାବ ବିବାଦ ପ୍ରସଙ୍ଗ । ହିଜାବ ବିବାଦ ପ୍ରସଙ୍ଗରେ ବେଙ୍ଗଳୁରୁ ପୋଲିସ କମିଶନରଙ୍କ ବଡ ଘୋଷଣା । ବେଙ୍ଗଳୁରୁର କୌଣସି ସ୍କୁଲ ଓ କଲେଜ ଆଖପାଖରେ ଆସନ୍ତା ୨ ସପ୍ତାହ ଯାଏଁ ବିକ୍ଷୋଭ ପ୍ରଦର୍ଶନ ହୋଇପାରିବନି । ଫେବୃଆରୀ ୨୨ ଯାଏଁ ସ୍କୁଲ ଓ କଲେଜ ଚାରିପଟେ ୧୪୪ ଧାରା ଜାରି କରାଯାଇଛି । ସେପଟେ କର୍ଣ୍ଣାଟକ ହାଇକୋର୍ଟରେ ହିଜାବ୍ ବିବାଦକୁ ନେଇ ଆବେଦନର ଶୁଣାଣି ହୋଇଛି ।

Advertisment

ତେବେ ଏକ ବଡ଼ ବେଞ୍ଚରେ ଏହି ମାମଲାର ଶୁଣାଣି କରିବାକୁ କର୍ଣ୍ଣାଟକ ହାଇକୋର୍ଟ ସୁପାରିଶ କରିଛନ୍ତି । ଜଷ୍ଟିସ୍ କ୍ରିଷ୍ଣା ଦୀକ୍ଷିତଙ୍କ ଜଣିକିଆ ବେଞ୍ଚ ଏହି ସୁପାରିଶ କରିଛନ୍ତି । କୋର୍ଟ ଏହି ମାମଲା ସହ ସମ୍ବନ୍ଧିତ ପକ୍ଷମାନଙ୍କୁ ମଙ୍ଗଳବାର ଦିନ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଥିଲେ । ସୂଚନା ମୁତାବକ, କର୍ଣ୍ଣାଟକର ଅନେକ ଜିଲ୍ଲାରେ ଗତ କିଛି ଦିନ ହେବ ହିଜାବକୁ ସମର୍ଥନ ଏବଂ ବିରୋଧକୁ ନେଇ ଆନ୍ଦୋଳନ ଜାରି ରହିଛି । କର୍ଣ୍ଣାଟକରେ ସୃଷ୍ଟି ହୋଇଥିବା ହିଜାବ ବିବାଦ ଏବେ ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ବ୍ୟାପିବାରେ ଲାଗିଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏନେଇ ପ୍ରତିବାଦ ଦେଖାଦେଇଥିବାବେଳେ ଏବେ ଅନ୍ୟ ରାଜ୍ୟରେ ମଧ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରୀ ଏନେଇ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ହାଇଦ୍ରାବାଦର ନିଜାମିଆ ତିବି କଲେଜର ଛାତ୍ରୀମାନେ ହାତରେ ପ୍ଲାକାର୍ଡ, ପୋଷ୍ଟର ଧରି ହିଜାବ୍ ପିନ୍ଧି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହିଜାବ୍ ଇଜ୍ ଆୱାର୍ ରାଇଟ୍ ନାରା ଦେଇ ପ୍ରତିବାଦ କରିଛନ୍ତି ଛାତ୍ରୀଗଣ ।

Advertisment

ସେଇଭଳି ପଶ୍ଚିମବଙ୍ଗ କୋଲକାତାରେ ମଧ୍ୟ ହିଜାବ୍ ବିବାଦକୁ ନେଇ ତେଜିଛି ପ୍ରତିବାଦ । ଆଲିଆ ୟୁନିଭର୍ସିଟିର ଛାତ୍ରଛାତ୍ରୀ ଉଭୟ ଏନେଇ ପ୍ରତିବାଦ ଶୋଭାଯାତ୍ରା କରିଥିଲେ । ହିଜାବ୍ ପିନ୍ଧିବା ଆମ ଅଧିକାର, ସମ୍ବିଧାନରେ ମଧ୍ୟ ନିୟମ ରହିଛି ବୋଲି ନାରା ଦେଇ ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରୀମାନେ ଗଣ ଆନ୍ଦୋଳନ କରିଛନ୍ତି ।

Student Protest Hijab
Advertisment
Advertisment