Advertisment

ହିଜାବ୍ ପିନ୍ଧିବାକୁ ନେଇ କଲେଜରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

କଲେଜ ଓ ସ୍କୁଲରେ ୟୁନିଫର୍ମ ପିନ୍ଧି ଆସିବାକୁ କୁହାଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Student Protest

Student Protest

ବେଙ୍ଗାଲୁରୁ: କର୍ଣ୍ଣାଟକରେ ତେଜିଲା ହିଜାବ ବିବାଦ। ଉଡ଼ୁପି ମହାତ୍ମା ଗାନ୍ଧି କଲେଜରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ପରିସ୍ଥିତି ଏପରି ହୋଇଥିଲା କି, ଗୋଟିଏ ଗୋଷ୍ଠୀ ହିଜାବରେ ଅନ୍ୟ ଏକ ଗୋଷ୍ଠୀ ଗେରୁଆ ଟୋପି ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜି ସକାଳୁ କଲେଜର ଛାତ୍ରୀ ପୂର୍ବ ଭଳି ହିଜାବ୍ ପିନ୍ଧି ଆସିଥିଲେ। ହେଲେ ଏହାକୁ ବିରୋଧ କରିଥିଲେ ଅନ୍ୟ ଛାତ୍ରଛାତ୍ରୀ।

Advertisment

ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ କଲେଜରେ ପଶିବାକୁ ଦେଇନଥିଲେ। ଘଟଣାସ୍ଥଳରେ ଉତ୍ତେଜନା ବଢ଼ିବା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ କର୍ଣ୍ଣାଟକରେ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। କଲେଜ ଓ ସ୍କୁଲରେ ୟୁନିଫର୍ମ ପିନ୍ଧି ଆସିବାକୁ କୁହାଯାଇଛି। ତେବେ ମୁସଲିମ୍ ସମ୍ପ୍ରଦାୟର ଛାତ୍ରୀ ମାନେ ପୂର୍ବ ଭଳି ହିଜାବ ପିନ୍ଧିବାକୁ ଦାବି କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ହିଜାବ ମାମଲାକୁ ନେଇ କର୍ଣ୍ଣାଟକରେ ବିବାଦ ବଢ଼ିବାରେ ଲାଗିଛି।

Student Protest Hijab
Advertisment
Advertisment