Advertisment

ମାର୍କେଟ୍‌କୁ ସର୍‌ପ୍ରାଇଜ୍‌ ଦେଲା RBI

ମାର୍କେଟ୍‌କୁ ସର୍‌ପ୍ରାଇଜ୍‌ ଦେଲା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI)। ଆଜି ଘୋଷିତ ହୋଇଥିବା ମୁଦ୍ରାନୀତିରେ ରେପୋ ରେଟ୍ ଓ ରିଭର୍ସ ରେପୋ ରେଟ୍‌କୁ ଅପରିବର୍ତ୍ତିତ ରଖାଯାଇଛି।

author-image
Rajalaxmi Sahoo
Reserve Bank Of India

Reserve Bank Of India

ମାର୍କେଟ୍‌କୁ ସର୍‌ପ୍ରାଇଜ୍‌ ଦେଲା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI)। ଆଜି ଘୋଷିତ ହୋଇଥିବା ମୁଦ୍ରାନୀତିରେ ରେପୋ ରେଟ୍ ଓ ରିଭର୍ସ ରେପୋ ରେଟ୍‌କୁ ଅପରିବର୍ତ୍ତିତ ରଖାଯାଇଛି। ଏବେ ରେପୋ ରେଟ୍ ୪% ରହି ଥିବାବେଳେ ରିଭର୍ସ ରେପୋ ରେଟ୍ ୩.୩୫% ପ୍ରତିଶତ ରହିଛି।

Advertisment

RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆକଳନ କରିଛନ୍ତି, ଆର୍ଥିକ ବର୍ଷ ୨୦୨୨-୨୩ରେ ଭାରତର ରିଅଲ ଜିଡିପି ଅଭିବୃଦ୍ଧି ୭.୮% ରହିବ। ସେହିପରି ମୁଦ୍ରାସ୍ଫୀତି ହାର ୨୦୨୧-୨୨ରେ ୫.୩% ଓ ୨୦୨୨-୨୩ରେ ୪.୫% ରହିବ ବୋଲି ଆକଳନ କରାଯାଇଛି।

କରୋନା ସ୍ଥିତି ପରେ ଧୀରେ ଧୀରେ ଦେଶର ଆର୍ଥିକ ସ୍ଥିତି ସୁଧୁରୁଛି। ଏପରିକି ଅନ୍ୟ ଦେଶ ଅପେକ୍ଷା ଭାରତର ଅଭିବୃଦ୍ଧି ହାର ଅଧିକ ରହିଛି ବୋଲି RBI ଗଭର୍ଣ୍ଣର କହିଛନ୍ତି।

Advertisment
Repo Rate RBI Monetary Policy Reserve Bank Of India
Advertisment
Advertisment