/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644479290.jpg)
Reserve Bank Of India
ମାର୍କେଟ୍କୁ ସର୍ପ୍ରାଇଜ୍ ଦେଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI)। ଆଜି ଘୋଷିତ ହୋଇଥିବା ମୁଦ୍ରାନୀତିରେ ରେପୋ ରେଟ୍ ଓ ରିଭର୍ସ ରେପୋ ରେଟ୍କୁ ଅପରିବର୍ତ୍ତିତ ରଖାଯାଇଛି। ଏବେ ରେପୋ ରେଟ୍ ୪% ରହି ଥିବାବେଳେ ରିଭର୍ସ ରେପୋ ରେଟ୍ ୩.୩୫% ପ୍ରତିଶତ ରହିଛି।
Advertisment
RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆକଳନ କରିଛନ୍ତି, ଆର୍ଥିକ ବର୍ଷ ୨୦୨୨-୨୩ରେ ଭାରତର ରିଅଲ ଜିଡିପି ଅଭିବୃଦ୍ଧି ୭.୮% ରହିବ। ସେହିପରି ମୁଦ୍ରାସ୍ଫୀତି ହାର ୨୦୨୧-୨୨ରେ ୫.୩% ଓ ୨୦୨୨-୨୩ରେ ୪.୫% ରହିବ ବୋଲି ଆକଳନ କରାଯାଇଛି।
କରୋନା ସ୍ଥିତି ପରେ ଧୀରେ ଧୀରେ ଦେଶର ଆର୍ଥିକ ସ୍ଥିତି ସୁଧୁରୁଛି। ଏପରିକି ଅନ୍ୟ ଦେଶ ଅପେକ୍ଷା ଭାରତର ଅଭିବୃଦ୍ଧି ହାର ଅଧିକ ରହିଛି ବୋଲି RBI ଗଭର୍ଣ୍ଣର କହିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)