• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିଧାନସଭା ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ବହୁମତରେ ବିଜୟ ହାସଲ କରିବ ବିଜେପି । ନିର୍ବାଚନ ପୂର୍ବରୁ ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖବର ସରାବରାହ ସଂସ୍ଥା ANIକୁ ସ୍ୱତନ୍ତ୍ର ସାକ୍ଷାତକାରରେ ମୋଦି କହିଛନ୍ତି ଯେ, ‘ଆମ କାମକୁ ଦେଖି ଲୋକେ ଭୋଟ ଦେଉଛନ୍ତି ଏବଂ ବାରମ୍ବାର ବିଜୟୀ କରୁଛନ୍ତି । ଯେଉଁଠି ବିଜେପି ଶାସନ କରୁଛି, ସେଠି ଲୋକେ ଆମକୁ ପରଖୁଛନ୍ତି ସବ୍‌କା ସାଥ- ସବ୍‌କା ବିକାଶ ମନ୍ତ୍ରକୁ ତାଙ୍କ ସରକାର ସବୁଠୁ ଅଧିକ ଗୁରୁତ୍ୱ ଦେଇଛନ୍ତି ।

ଉତ୍ତର ପ୍ରଦେଶର ଉଦାହରଣ ଦେଇ ମୋଦି କହିଛନ୍ତି ଯେ, ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ରାଜ୍ୟରେ ଗୁଣ୍ଡାରାଜ ଖତମ୍ ହେବା ସହ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଉତ୍ତର ପ୍ରଦେଶ ଜନତା ଆମକୁ ୨୦୧୪, ୨୦୧୭, ୨୦୧୯ରେ ଗ୍ରହଣ କରିଛନ୍ତି ଏବଂ ୨୦୨୨ରେ ବି ଗ୍ରହଣ କରିବେ ବୋଲି କହିଛନ୍ତି ମୋଦି ।

ସାକ୍ଷାତକାରରେ ପରିବାରବାଦକୁ ଲୋକତନ୍ତ୍ରର ଶତ୍ରୁ କହିଛନ୍ତି ମୋଦି । ଉଦାହରଣ ଛଳରେ ପରିବାରବାଦକୁ ଲୋକତନ୍ତ୍ରର ଶତ୍ରୁ କହିଲେ ମୋଦି । ଜମ୍ମୁକାଶ୍ମୀରରେ ଦୁଇଟି ମୁଖ୍ୟ ଦଳ ହେଉଛି ପରିବାରବାଦୀ । ପଞ୍ଜାବ ଓ ତାମିଲନାଡୁରେ ମଧ୍ୟ ପରିବାରବାଦୀ ପାର୍ଟି ଅଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ରାଜ୍ୟରେ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, କଂଗ୍ରେସର କାର୍ଯ୍ୟଶୈଳୀ ରାଜନୀତିର ମୁଖ୍ୟ ଧାରା ହୋଇ ଯାଇଥିଲା । କଂଗ୍ରେସର କାର୍ଯ୍ୟଶୈଳୀ ଠିକ୍ ଥିଲେ ଦେଶର ବିକାଶ କେବେଠୁ ହୋଇଥାନ୍ତା । କମ୍ୟୁନିଷ୍ଟ ବିଚାରଧାରାକୁ ବିପଜ୍ଜନକ ଦର୍ଶାଇଲେ ପ୍ରଧାନମନ୍ତ୍ରୀ ମୋଦି । କଲ୍ୟାଣକାରୀ ଯୋଜନାରେ ରାଜନୀତି କରିବା ଉଚିତ୍ ନୁହେଁ। ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ସବୁଠି ଲାଭ ମିଳିବ। କିଛି ରାଜ୍ୟ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରୁ ନାହାନ୍ତି।