• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହାମାରୀ ସମୟର ମହାଦେବୀ । ବିନା ଛୁଟିରେ କର୍ତ୍ତବ୍ୟ କରିଛନ୍ତି ସ୍ୱାସ୍ଥ୍ୟକର୍ମୀ । ଭାଇରସ୍‌ ଭୟ ତାଙ୍କୁ ଭୟଭୀତ କରିପାରିନି । ମଧ୍ୟପ୍ରଦେଶର ଜଣେ ANM ଏକ ବର୍ଷ ପାଇଁ କୌଣସି ଛୁଟି ନନେଇ କ୍ରମାଗତ ଭାବରେ ଲୋକଙ୍କୁ କରୋନା ଟିକା ପ୍ରଦାନ କରିଛନ୍ତି । ବିନା ଛୁଟିରେ ANM ଜଣକୁ ଏକ ଲକ୍ଷରୁ ଅଧିକ ଡୋଜ କରୋନା ଟିକା ଦେଇଛନ୍ତି । ଆଉ ଏଥିପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମାୟାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏଏନ୍‌ଏମ୍ ମାୟା ଅହିରୱାର । ଛୁଟି ନନେଇ ଲୋକଙ୍କର ସେବା କରି ଏବେ ସେ ଚର୍ଚ୍ଚାରେ । ଛତ୍ରପୁର ଜିଲ୍ଲା ଡାକ୍ତରଖାନାରେ ସେ ଏଏନ୍‌ଏମ୍‌ ରୂପେ କାର୍ଯ୍ୟରତ । ଏପର୍ଯ୍ୟନ୍ତ ସେ ଲୋକଙ୍କୁ ଏକ ଲକ୍ଷରୁ ଅଧିକ ଟିକା ଡୋଜ ଦେଇସାରିଛନ୍ତି । ଆଉ ତାଙ୍କର ସେବା ମନୋବୃତ୍ତି ପାଇଁ ତଥା ଏକ ବର୍ଷ ବିନା ଛୁଟିରେ କାମ କରିଥିବାରୁ ମାୟା ଅହିରୱାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ।

ମାୟାଙ୍କୁ ଶୁଭେଚ୍ଛା ଜଣାଇବା ସହ ମାୟା କର୍ତ୍ତବ୍ୟପରାୟଣତା ସାରା ଦେଶର ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଉଦାହରଣ ବୋଲି କହିଛତି । ଗତ ୧୬ ଜାନୁୟାରୀ ୨୦୨୧ରୁ ୭ ଫେବ୍ରୁଆରୀ ୨୦୨୨ ଯାଏ ବିନା ଛୁଟିରେ ସେ ଟିକାକରଣର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ତାଙ୍କର ଏହି ସେବାଭାବ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ ଅନୁପ୍ରାଣିତ କରିବ । ଏପରି କିଛି ସ୍ୱାସ୍ଥ୍ୟକର୍ମୀଙ୍କ ସମର୍ପିତ ଭାବନା ଓ ସହଯୋଗ ଯୋଗୁଁ ମପ୍ରଦେଶ କୋଭିଡ-୧୯ରୁ ରକ୍ଷା ପାଇ‍ବାରେ ଦେଶର ସବୁ ଅଞ୍ଚଳ ଠାରୁ ଆଗରେ ରହିଛି । ଏମିତି ସେବା ମନୋବୃତ୍ତି ପାଇଁ ଟିକାକରଣ କାର୍ଯ୍ୟରେ ରାଜ୍ୟକୁ ଭଲ ସଫଳତା ମିଳିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now